- ବେତାର ବ୍ୟୁରୋ
ସ୍କ୍ରିନ ସଟ ନ ନେଇ ଏମିତି ସେଭ୍ କରନ୍ତୁ ହ୍ୱାଟ୍ସ ଆପ୍ ମେସେଜ

(ବେତାର ବ୍ୟୁରୋ) ମେସେଜିଂ ପ୍ଲାଟଫର୍ମରେ ହ୍ୱାଟ୍ସ ଆପ ଏକ ବହୁଳ ବ୍ୟବହାରକାରୀ ଆପ୍ଲିକେଶନ । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଏହାର ଆଦର ଦିନକୁ ଦିନ ବଢି ଚାଲିଛି । ନିକଟରେ ଏକ କନଫରେନ୍ସରେ ଫେସବୁକ ପକ୍ଷରୁ କୁହାଯାଇଥିଲା ଯେ, ପ୍ରତିଦିନ ହ୍ୱାଟ୍ସ ଆପ ବ୍ୟବହାରକାରୀ ପ୍ରାୟ ୬,୫୦୦ କୋଟିର ମେସେଜ ଦିଆନିଆ କରିଥାନ୍ତି । ପ୍ରତିଦିନ ଏହି ସଂଖ୍ୟାରେ ବୃଦ୍ଧି ମଧ୍ୟ ଘଟୁଥିବା ଜଣାଯାଇଛି ।
ତେବେ ଜଣେ ହ୍ୱାଟ୍ସ ଆପ୍ ବ୍ୟବହାରକାରୀ ଦିନକୁ ପଠାଉଥିବା କିମ୍ବା ରିସିଭ କରୁଥିବା ମେସେଜଗୁଡିକ ମଧ୍ୟରେ କିଛି ମେସେଜ ଗୁୁରୁତ୍ୱପୂର୍ଣ୍ଣ ରହିଥାଏ । ଏହାକୁ ସେଭ କରିବାକୁ ହେଲେ ଅଧିକାଂଶ ନିଜ ମୋବାଇଲରେ ସ୍କ୍ରିନ ସଟ୍ ମାରି ରଖିଥାନ୍ତି । କିନ୍ତୁ ହ୍ୱାଟ୍ସ ଆପ୍ରେ ଏମିତି ସୁବିଧା ଉପଲବ୍ଧ ରହିଛି ଯାହା ଦ୍ୱାରା ଆପଣ ବିନା ସ୍କ୍ରିନ ସଟରେ ଚାହୁଁଥିବା ମେସେଜକୁ ସେଭ କରିପାରିବେ ଏବଂ ଯେକøଣସି ସମୟରେ ସେହି ମେସେଜ ପଢିପାରିବେ । ଉଭୟ ଆଣ୍ଡ୍ରଏଡ ଓ ଆଇ ଫୋନରେ ଏହି ସୁବିଧା ରହିଛି ।
ଆସନ୍ତୁ ଜାଣିବା ବିନା ସ୍କ୍ରିନ ସଟରେ କିପରି ପଢିହେବ ବହୁ ପୁରୁଣା ମେସେଜ ।
- ପ୍ରଥମେ ନିଜ ହ୍ୱାଟ୍ସ ଆପ୍ ଖୋଲନ୍ତୁ । - ଯେଉଁ ମେସେଜ ସେଭ କରିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତିଙ୍କ ନାଁ କିମ୍ବା ଗ୍ରୁପ ଉପରେ କ୍ଲିକ କରନ୍ତୁ । - ଉକ୍ତ ମେସେଜ ଉପରେ ଟ୍ୟାପ କରି ହୋଲ୍ଡ କରନ୍ତୁ । - ଏହା ପରେ ସ୍କ୍ରିନର ଉପର ଭାଗରେ ଥିବା ଏକ ଷ୍ଟାର ଚିହ୍ନ ଉପରେ କ୍ଲିକ କରନ୍ତୁ । - ଏହା ଦ୍ୱାରା ଆପଣ ଷ୍ଟାର କରିଥବା ମେସେଜଟି ସେଭ ହୋଇଗଲା ।
କିପରି ଷ୍ଟାର ହୋଇଥିବା ମେସେଜ ଦେଖିବେ ଜାଣନ୍ତୁ ।

- ହ୍ୱାଟ୍ସ ଆପ୍ ଖୋଲନ୍ତୁ । - ପୁରା ଉପରେ ଡାହାଣ ପାଶ୍ୱର୍ରେ ସର୍ଚ୍ଚ ଅପସନ୍ ପାଖରେ ଥିବା ୩ଟି ଡଟ୍ (ଅଧିକ ବିକଳ୍ପ) ଉପରେ କ୍ଲିକ କରନ୍ତୁ । - ସେଠାରେ ଷ୍ଟାରଡ୍ ମେସେଜ ଉପରେ କ୍ଲିକ କରନ୍ତୁ । - ଏହାପରେ ଆପଣ ପୂର୍ବରୁ ଷ୍ଟାର ମେସେଜ ଭାବେ ସେଭ କରିଥିବା ଚାଟ୍ ଦେଖିପାରିବେ ।