• ବେତାର ବ୍ୟୁରୋ

ବୃହସ୍ପତିର ବକ୍ରଗତି ଶେଷ: ଜାଣନ୍ତୁ କେଉଁ ରାଶି ଉପରେ କିପରି ପଡିବ ପ୍ରଭାବ


(ବେତାର ବ୍ୟୁରୋ) ରାଶିଙ୍କ ଗୁରୁ ବୃହସ୍ପତିଙ୍କ ବକ୍ର ଗତି ଶେଷ ହୋଇଛି । ଚଳିତ ସପ୍ତାହ ଆରମ୍ଭରୁ (ଅଗଷ୍ଟ ୧୧) ତାରିଖ ସନ୍ଧ୍ୟାରୁ ବୃହସ୍ପତି ବିଛା ରାଶିରେ ପୁଣି ସଳଖ ଗତି ବା ମାର୍ଗୀ ହୋଇଛନ୍ତି । ଏଥିଯୋଗୁ ଅନେକ ରାଶି ଉପରେ ଏହାର ଭଲ ପ୍ରଭାବ ପଡିପାରେ ।

ବିବାହ ଓ ସନ୍ତାନସନ୍ତତି ମାମଲାରେ ବୃହସ୍ପତି ଚଳନର ସିଧା ପ୍ରଭାବ ପଡିବାର ସମ୍ଭାବନା ରହିଛି । ଧାର୍ମିକ ମାମଲା ତଥା ଧର୍ମଗୁରୁଙ୍କ କ୍ଷେତ୍ରରେ ଏହା ବିଶେଷ ପ୍ରଭାବ ପକାଇପାରେ । ଏପରି ସ୍ଥିତିରେ ବୃହସ୍ପତି ଆସନ୍ତା ନଭେମ୍ବର ୫ ତାରିଖ ୨୦୧୯ ପର୍ଯ୍ୟନ୍ତ ରହିବେ ।

ଜାଣନ୍ତୁ କେଉଁ ରାଶି ଉପରେ କିପରି ରହିବ ପ୍ରଭାବ

ମେଷ ଏହି ଗ୍ରହ ଚାଳନା ଯୋଗୁ ମେଷ ରାଶିର ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାର ଉପରେ ଭଲ ପ୍ରଭାବ ରହିବ । ସମ୍ପତ୍ତି ଲାଭ ହେବାର ଆଭାସ ରହିଛି ।

ବୃଷ ଏହି ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିରେ ପୂର୍ବାପେକ୍ଷା ସୁଧାର ଆସିପାରେ । ବିବାହ ମାମଲାର ସମାଧାନ ହେବ । ଆର୍ଥିକ ସ୍ଥିତି ଭଲ ରହିପାରେ ।

ମିଥୁନ ମିଥୁର ରାଶିର ବ୍ୟକ୍ତିଙ୍କ କ୍ୟାରିୟରରେ କିଛି ବଡ ପରିବର୍ତ୍ତନ ହୋଇପାରେ । ବାସ କରୁଥିବା ସ୍ଥାନ ବଦଳାଇବାକୁ ପଡିପାରେ । ଫଳରେ ପରିବାର ତଥା ସମ୍ପର୍କୀୟଙ୍କ ଠାରୁ ଦୂରେଇ ରହିବାର ସମ୍ଭାବନା ରହିଛି ।

କର୍କଟ ବୃହସ୍ପତି ଚାଳନା ଯୋଗୁ କର୍କଟ ରାଶିର ଲୋକଙ୍କ ମାନସିକ ସ୍ଥିତି ଭଲ ରହିବ । ଅଧା ରହିଥିବା କାମ ପୂରଣ ହେବ । ସନ୍ତାନସନ୍ତତି ମାମଲାରେ ସୁଫଳ ମିଳିପାରେ ।

ସିଂହ ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟର ଓ ସ୍ଥାନ ଉଭୟ ପରିବର୍ତ୍ତନ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଅହଙ୍କାର, ରାଗ ରୁଷାରୁ ଦୂରେଇ ରହିବା ଉଚିତ ହେବ ।

କନ୍ୟା ଏହି ଗ୍ରହର ଲୋକଙ୍କ ବିବାହ ସ୍ଥିର ହେବାର ଯୋଗ ରହିଛି । କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ । କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାର ସଙ୍କେତ ରହିଛି ।

ତୁଳା ଧନ ସମସ୍ୟା ସମାଧାନ ହୋଇପାରେ । କାମ ହାସଲ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ପରିବାର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ, ନଚେତ ପାରିବାରିକ ବିବାଦ ଉପୁଜିବାର ଆଶଙ୍କା ରହିଛି ।

ବିଛା

ବୃହସ୍ପତି ଚାଳନା ଏହି ରାଶି ପାଇଁ ବହୁତ ଭଲ ପ୍ରଭାବ ପକାଇବ । ସମସ୍ତ ଅଧୁରା କାମ ପୂରା ହେବାର ଯୋଗ ରହିଛି । ବିବାହ ଓ ସନ୍ତାନସନ୍ତତି ସମସ୍ୟା ସମାଧାନ ହୋଇପାରେ । କ୍ୟାରିୟରେ ବଡ ସଫଳତା ମିଳିବାର ସମ୍ଭାବନା ରହିଛି ।

ଧନୁ

ଏହି ରାଶିର ବ୍ୟକ୍ତି ପାଇଁ ଧନ ପ୍ରାପ୍ତିର ସୁଯୋଗ ରହିଛି । ସ୍ଥାନ ପରିବର୍ତ୍ତନ କରିବାକୁ ପଡିପାରେ । କ୍ୟାରିୟର ଜନିତ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି ।

ମକର

ସମ୍ପତ୍ତିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ହୋଇପାରେ । ପାରିବାରିକ ଦ୍ୱନ୍ଦ୍ୱ ଦୂର ହେବ । କ୍ୟାରିୟର ପ୍ରତି ଅଧିକ ସଚେତନ ହେବାକୁ ପଡିବ ।

କୁମ୍ଭ

ମାନ ସମ୍ମାନ ବଢିବ । ସମ୍ପତ୍ତି ଲାଭର ଯୋଗ ରହିଛି । ଲାଗି ରହିଥିବା ଶାରୀରିକ ଅସୁସ୍ଥତା ଦୂର ହୋଇପାରେ ।

ମୀନ

ମାନସିକ ଚିନ୍ତା ଦୂର ହେବ । ଲମ୍ବା ଯାତ୍ରା କରିବାର ଯୋଗ ରହିଛି । ସନ୍ତାନସନ୍ତତି ସମସ୍ୟା ଦୂର ହୋଇପାରେ ।

ସମସ୍ୟା ହେଲେ ଆପଣାନ୍ତୁ ଏହି ଉପାୟ ।

ସବୁ ଦିନ ସକାଳେ ହଳଦୀ ପାଣି ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ । ସୁନା କିମ୍ବା ପିତ୍ତଳର କିଛି ଜିନିଷ ସର୍ବଦା ପାଖରେ ରଖନ୍ତୁ । ନିରାମିଷ ଖାଦ୍ୟ ଖାଆନ୍ତୁ । ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଯୋଗ ଦିଅନ୍ତୁ ।

(ବି ଦ୍ର ଏହି ଗ୍ରହ ଚଳନର ଫଳାଫଳ ଜାତକରେ ଥିବା ଜନ୍ମରାଶି (ବୈଦିକ , ସୂର୍ଯ୍ୟ ରାଶି ନୁହେଁ) ହିସାବରେ ଦିଆଯାଇଛି । ଆପଣଙ୍କ ଦଶା ଫଳ ଅନୁସାରେ ତଥା ଜନ୍ମ ଜାତକରେ ଗ୍ରହ ସ୍ଥିତି ଅନୁସାରେ ପରିସ୍ଥିତି ଅଧିକ ଭଲ ବା ଖରାପ ହୋଇପାରେ । ଏହାକୁ କେବଳ ସଂକେତ ହିସାବରେ ଧରିନେବାକୁ ଅନୁରୋଧ )

#astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon