• ବେତାର ବ୍ୟୁରୋ

ସିଂହ ରାଶିରେ ଶୁକ୍ର ଚଳନ: ଜାଣନ୍ତୁ କେଉଁ ରାଶି ଉପରେ ରହିବ କିପରି ପ୍ରଭାବ


(ବେତାର ବ୍ରୁ୍ରରୋ) ସୁଖ ସୁବିଧା ଲାଭରେ ବିଶେଷ ଗୁରୁତ୍ୱ ରଖୁଥିବା ଶୁକ୍ର ଗ୍ରହ ଶୁକ୍ରବାର ରାତି ୮ଟା ୩୦ ମିନିଟରେ ସିଂହ ରାଶିରେ ଚଳନ ଆରମ୍ଭ କରିବ । ୧୦ ସେପ୍ଟେମ୍ବର ୨୦୧୯ ମଙ୍ଗଳବାର ପର୍ଯ୍ୟନ୍ତ ଏହି ରାଶିରେ ଶୁକ୍ର ଗ୍ରହ ଅବସ୍ଥାପନ କରିବ । ଏଥିଯୋଗୁ ସିଂହ ରାଶି ଉପରେ ଏହାର ଭଲ ପ୍ରଭାବ ପଡିବାର ସମ୍ଭାବନା ଥିବାବେଳେ ଅନ୍ୟ ରାଶି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇପାରନ୍ତି ।

ଜାଣନ୍ତୁ କେଉଁ ଗ୍ରହ ଉପରେ ଶୁକ୍ରର କିପରି ପ୍ରଭାବ ରହିବ ।

ମେଷ ବିବାହ ପ୍ରସ୍ତାବ ଆସିପାରେ । ପ୍ରେମ ସମ୍ବନ୍ଧରେ ଝଗଡା ଉପୁଜିପାରେ । ଆର୍ଥିକ ଲାଭର ସମ୍ଭାବନା ରହିଛି ।

ବୃଷ ମାନ ସମ୍ମାନ ବଢିପାରେ । ସମ୍ପତ୍ତି କିଣିବାର ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ ସମସ୍ୟା ଦୂର ହୋଇପାରେ ।

ମିଥୁନ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ । ଆତ୍ମବିଶ୍ୱାସ ବଢିବ । ତେବେ ବୈବାହିକ ଜୀବନରେ ଝଗଡା ହୋଇପାରେ । ଏପରି ସ୍ଥିତିରେ ଶାନ୍ତ ରହିବା ଉଚିତ ହେବ ।

କର୍କଟ ଆୟ ବୃଦ୍ଧିର ସମ୍ଭାବନା ରହିଛି । ଘରେ ଉତ୍ସବର ମାହୋଲ ରହିବ । ପଢାରେ ବାଧା ଉପୁଜିପାରେ ।

ସିଂହ ନିଜ ସକରାତ୍ମକ ବ୍ୟକ୍ତିତ୍ୱ ଦ୍ୱାରା ଅନ୍ୟକୁ ଆକର୍ଷିତ କରିବେ । ବୈବାହିକ ଜୀବନରେ ସୁଖପ୍ରାପ୍ତି । ପରିଶ୍ରମର ଫଳ ମିଳିବ ।

କନ୍ୟା ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଦୂର ଯାତ୍ରାର ଯୋଗ ରହିଛି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ ।

ତୁଳା ଅଧିକାଂଶ କାମରେ ସଫଳତା ମିଳିବ । ବହୁ ଦିନର ଆଶା ପୂରଣ ହୋଇପାରେ । ଆର୍ଥିକ ଲାଭର ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା କ୍ୟାରିୟରେ ବଡ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ଦାୟିତ୍ୱ ବଢିପାରେ । ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।

ଧନୁ ବହୁ କ୍ଷେତ୍ରରେ ଭାଗ୍ୟ ସାଥିରେ ରହିବ । ପାଠପଢାରେ ଭଲ ପ୍ରଦର୍ଶନ ରହିବ । ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ମନ ବିନିଯୋଗ କରିବେ ।

ମକର ଭୌତିକ ସୁଖ ପାଇଁ ମନ ବଳାଇବେ । କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଉପୁଜିପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ ।

କୁମ୍ଭ ବୈବାହିକ ଜୀବନରେ ସୁଖ ମିଳିବ । ସକରାତ୍ମକ ଭାବନା ସୃଷ୍ଟି ହେବ । ବ୍ୟବସାୟରେ ଲାଭ ହୋଇପାରେ ।

ମୀନ ସବୁ କ୍ଷେତ୍ରରେ ସତର୍କ ରହିବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ବିରୋଧର ସାମନା କରିପାରନ୍ତି । ଅଧିକ ପରିଶ୍ରମ କରିବାକୁ ପଡିବ । ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ ରଖିବା ଉଚିତ ହେବ ।

#news #astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon