• ବେତାର ବ୍ୟୁରୋ

ଗବେଷଣା ବେତାର : ଏଥିପାଇଁ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ବୁଦ୍ଧିମାନ ଲୋକ


(ବେତାର ବ୍ୟୁରୋ) ସମାଜରେ ଠିକଭାବେ ମିଶି ପାରୁ ନଥିବା  ଲୋକେ ବୁଦ୍ଧିମାନ ହୋଇଥାନ୍ତି ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡିଛି । 

ୱାର୍ଲ୍ଡ ଇକୋନୋମିକ ଫୋରମ ପକ୍ଷରୁ ଏକ ସର୍ବେକ୍ଷଣ ମୁତାବକ ବୁଦ୍ଧିମାନ ଲୋକେ ଏକୁଟିଆ ରହିବାକୁ ଅଧିକ ପସନ୍ଦ କରିଥାନ୍ତି । 

ଲୋକଙ୍କ ସହ ସେମାନେ ହ୍ୟାଙ୍ଗଆଉଟ କରିବାକୁ ଭଲ ପାଇ ନ ଥାନ୍ତି । ଏକା ରହିବାବେଳେ ହିଁ ସେମାନେ ଅଧିକ ଖୁସି ହୋଇଥାନ୍ତି । 

 ୧୮ରୁ ୨୮ ବର୍ଷର ଯୁବଗୋଷ୍ଠୀଙ୍କ ତଥ୍ୟ ଏହି ଗବେଷଣା ପାଇଁ ୧୮ରୁ ୨୮ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୫ ହଜାରରୁ ଅଧିକ ଯୁବକଯୁବତୀଙ୍କ ତଥ୍ୟକୁ ବିଚାରକୁ ନିଆଯାଇଥିଲା । 

ସେମାନେ ରହୁଥିବା ସ୍ଥାନ, ନିଜ ଜୀବନରେ କେତେ ସନ୍ତୁଷ୍ଟ, ସୋସିଆଲ ଲାଇଫକୁ କେତେ ପସନ୍ଦ କରନ୍ତି, ସାମାଜିକ ହେବା ଦ୍ୱାରା କିପରି ଖୁସି ମିଳେ ଏ ସବୁକୁ ରିସର୍ଚ୍ଚରେ ସାମିଲ କରାଯାଇଥିଲା । 

ଏହି ଗବେଷଣାରେ ଅଧିକାଂଶ ଲୋକଙ୍କୁ ଭିଡ଼ ପସନ୍ଦ ନ ଥିବା ଜଣାପଡଛି ।  

ଏଥିସହ କୌଣସି ବଡ ଗ୍ରୁପରେ ନିଜକୁ ସାମିଲ କରିବାକୁ ସେମାନେ ଇଚ୍ଛା ରଖି ନ ଥିବା ଜାଣିବାକୁ ମିଳିଛି । 

ଅଧିକତମ ବୁଦ୍ଧିମାନ ଲୋକେ ନିଜକୁ ଅଧିକ ସଂଖ୍ୟାରେ ସାଙ୍ଗମାନଙ୍କ ଯୋଡି ହୋଇ ରଖିବା ଦ୍ୱାରା ସନ୍ତୋଷ 

ପାଉ ନ ଥିବା ଜଣାପଡିଛି । ଏହି ବ୍ୟକ୍ତିମାନେ ନିଜ କାମରେ ସମସ୍ତ ଫୋକସ ଦେବାକୁ ପସନ୍ଦ କରିଥାନ୍ତି । 

ଭିଡ଼ରେ ନକରାତ୍ମକ ଭାବନା ଆସିଥାଏ ଗବେଷଣା ମୁତାବକ ଏକୁଟିଆ ରହିବାକୁ ପସନ୍ଦ କରୁ ଥିବା ବ୍ୟକ୍ତି ଭିଡ଼ ମଧ୍ୟରେ ନିଜର ସ୍ୱତନ୍ତ୍ରତା ହରାଇବା ପରି ମନେ କରନ୍ତି । 

ଭିଡ଼ରେ ସେମାନଙ୍କ ମନରେ ନକରାତ୍ମକ ଭାବନା ଜନ୍ମ ନେଇଥାଏ ବୋଲି ରିସର୍ଚ୍ଚରୁ ଜାଣିବାକୁ ମିଳିଛି । 

ସେମାନେ ଏକୁଟିଆ ରହିବା ଦ୍ୱାରା ହିଁ ଆତ୍ମବିଶ୍ୱାସ ବଢିଥାଏ ଏବଂ ନିଜ କାମରେ ସଫଳତା ହାସଲ କରିପାରିଥାନ୍ତି । 

ଏଥିପାଇଁ ଏହି ବ୍ୟକ୍ତିମାନେ କୌଣସି ସାଙ୍ଗ କିମ୍ବା ଗ୍ରୁପରେ ଅଧିକ ସମୟ ବିତାଇ ପାରି ନ ଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି । 

#lifestyle #Lifehack #Life

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon