• ବେତାର ବ୍ୟୁରୋ

ବକ୍ସ ଅଫିସ ରିପୋର୍ଟ : ‘ମିଶନ ମଙ୍ଗଳ’ ହିଟ୍, ଆଗଉଛି 'ବାଟଲା ହାଉସ'


(ବେତାର ବ୍ୟୁରୋ) ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପ୍ରତୀକ୍ଷିତ ଫିଲ୍ମ ‘ମିଶନ ମଙ୍ଗଳ’ ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି । ପ୍ରଥମ ଦିନରେ ହିଁ ଏହି ଫିଲ୍ମ ବକ୍ସ ଅଫିସରେ ୨୯.୧୬ କୋଟି ଟଙ୍କା ଆୟ କରିଛି । ଅକ୍ଷୟଙ୍କ ସବୁ ଫିଲ୍ମ ମଧ୍ୟରୁ ‘ମିଶନ ମଙ୍ଗଳ’ ପ୍ରଥମ ଦିନରେ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇଛି । 

ବିଜ୍ଞାନ ଓ ସଂଘର୍ଷର କାହାଣୀ ବିଜ୍ଞାନ ଓ ସଂଘର୍ଷକୁ ନେଇ ରହିଛି ଫିଲ୍ମର କାହାଣୀ । ଇସ୍ରୋ (ଇଣ୍ଡିଆ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେଶନ) ପକ୍ଷରୁ କିପରି ମଙ୍ଗଳ ଗ୍ରହକୁ ଭାରତ ପ୍ରଥମ ମଙ୍ଗଳ ଯାନ ପ୍ରେରଣ କରିଛି ତାହାକୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । ଏଥିରେ ଅକ୍ଷୟଙ୍କ ବିଦ୍ୟା ବଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, ନିତ୍ୟା ମେନନ, କୀର୍ତ୍ତି କୁହ୍ଲାରୀ ପ୍ରମୁଖ, ସରମନ ଯୋଶୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । 

ନାରୀ ଶକ୍ତି, ଦେଶ ପ୍ରେମର ପ୍ୟାକେଜ ମଙ୍ଗଳ ଯାନ ପ୍ରେରଣରେ ଇସ୍ରୋରେ କାମ କରୁଥିôବା ମହିଳା ବୈଜ୍ଞାନିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପରଦାରେ ଦେଖିବାକୁ ମିଳିଛି । ନାରୀ ଶକ୍ତି ଓ ଦେଶ ପ୍ରେମର ଫୁଲ୍ ପ୍ୟାକେଜ ଏହି ଫିଲ୍ମରେ ରହିଛି।  ଜଗନ ଶକ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସମସ୍ତ କଳାକାର ସେମାନଙ୍କ ଭୂମିକାକୁ ବହୁତ ଭଲ ଭାବରେ ନିଭାଇଛନ୍ତି, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ପ୍ରଥମ ଦିନରେ ୧୪.୫୯ କୋଟି ଆୟ କଲା ବାଟଲା ହାଉସ ଅନ୍ୟପକ୍ଷରେ ସମାନ ଦିନରେ ଜନ ଆବ୍ରାହମଙ୍କ ଫିଲ୍ମ ‘ବାଟଲା ହାଉସ’ ମଧ୍ୟ ପରଦାକୁ ଆସିଛି । ତେବେ ଏହାର ପ୍ରଥମ ଦିନ ଆୟ ୧୪.୫୯ କୋଟି ରହିଛି । ୧୩ ସେପ୍ଟେମ୍ବର ୨୦୦୮ରେ ଦିଲ୍ଲୀରେ ଏକ ସିରିଏଲ ବ୍ଲାଷ୍ଟ ଉପରେ ଏହି ଚଳଚ୍ଚିତ୍ରର କାହାଣୀ ରହିଛି । ପୋଲିସ ପକ୍ଷରୁ ବାଟଲା ହାଉସ ରେଡ କରାଯାଇ କିପରି ଆତଙ୍କବାଦୀଙ୍କୁ ନିହତ କରାଯାଉଛି ତାହା ଫିଲ୍ମରେ ଦେଖିବାକୁ ମିଳିଛି । ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ଜନଙ୍କ ସମେତ ମୃଣାଲ ଠାକୁର, ମନିଷ ଚୌଧୁରୀ, ରାଜେଶ ଶର୍ମା ପ୍ରମୁଖଙ୍କୁ ବିଭିନ୍ନ ଭୂମିକାରେ ରହିଛନ୍ତି ।

#news #moviereview #missionmangal

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon