• ବେତାର ବ୍ୟୁରୋ

ଆପଣଙ୍କ ସଫଳତାକୁ ନେଇ କେହି ଈର୍ଷା କରୁଛନ୍ତି କି ? ଜାଣନ୍ତୁ ଏହାର ସମାଧାନ


(ବେତାର ବ୍ୟୁରୋ) ସାଙ୍ଗରେ ରହୁଥିବା ବେଳେ ଜଣଙ୍କର ସଫଳତା ଅଧିକାଂଶ ସମୟରେ ଅନ୍ୟ ଜଣଙ୍କୁ କଷ୍ଟ ଦେଇଥାଏ। ଅନେକ ସମୟରେ ଆପଣଙ୍କ ସଫଳତାରେ ରୁମମେଟ କିମ୍ବା ପାର୍ଟନର ଖୁସି ହେବା ଅପେକ୍ଷା ଅଧିକ ଚିଡ଼ିବା ଭଳି ମନେ ହୋଇଥାଏ।

ଏଥିଯୋଗୁ ଉଭୟଙ୍କ ଭିତରେ ମନୋମାଳିନ୍ୟ ସୃଷ୍ଟି ହେବା ସହ ସମ୍ପର୍କରେ ଧୀରେ ଧୀରେ ଦୂରତ୍ୱ ବୃଦ୍ଧି ପାଇଥାଏ। ଶେଷରେ ଏହା ସମ୍ପର୍କକୁ ଶେଷ କରି ଦେଇଥାଏ।

ଏହାର ଲକ୍ଷଣ ବିଷୟରେ ଜାଣିଛନ୍ତି କି ?

ପାର୍ଟନର ଆପଣଙ୍କ ସଫଳତାରେ ଯଦି ଈର୍ଷା କରୁଛନ୍ତି ତେବେ ଏହିପରି ଲକ୍ଷଣ ଦେଖାଦେଇପାରେ ।

ତୀକ୍ଷଣ ମନ୍ତବ୍ୟ : ଆପଣଙ୍କ ସହିତ କଥା ହେବା ବେଳେ, ଅଫିସରେ ଆପଣଙ୍କ ସଫଳତା ବିଷୟରେ କହୁଥିବା ବେଳେ ପରତ୍ନର ବା ସାଙ୍ଗ ଏପରି କିଛି କଥା କହିବେ ଯାହା ଆପଣଙ୍କୁ ବାଧିପାରେ । ହସ କଥା ଆଲରେ ଏପରି କହିବେ ଯାହା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ହସିବା ଭଳି ପରିସ୍ଥିତି ସୃଷ୍ଟି କରିବ ।

ନିରୁତ୍ସାହିତ କରିବେ : ଆପଣଙ୍କ ସାଙ୍ଗ ଯଦି କିଛି ନୂଆ କରିବାକୁ ଯାଉଛନ୍ତି ତେବେ ମାନ କରିବେ। ନୂଆ କାମ ବା ଯୋଜନାର ନକରାତ୍ମକତା ବିଷୟରେ ଅନେକ କଥା କହିବେ ।

ସଫଳତାକୁ ଛୋଟ ଭାବେ ଆଙ୍କିବେ : ଆପଣଙ୍କ ଈର୍ଷାଳୁ ପାର୍ଟନର ଆପଣଙ୍କ ସଫଳତାକୁ ନେଇ ଖୁସି ହେବା ପରିବର୍ତ୍ତେ ଏହାକୁ ସେତେ ବଡ଼ ବୋଲି ଭାବି ନ ପାରନ୍ତି । ସେ ଏହାକୁ ଏତେ ବଡ଼ ଉପଲବ୍ଧି ବୋଲି ନ ଭାବି ଆଗକୁ ଆହୁରି ବଡ କାମ କରିବ ବୋଲି କହିପାରନ୍ତି ।

ଯଦି ଏଭଳି କିଛି ସମସ୍ୟା ଆପଣଙ୍କ ସହ ହେଉଅଛି, ତେବେ ବେଳ ଥାଉଥାଉ ଏହି ବିଷୟରେ କଥାବାର୍ତ୍ତା କରିନେବା ଉଚିତ। ଫଳରେ ସମ୍ପର୍କ ବଦଳରେ ଦୁହିଙ୍କ ମଧ୍ୟରେ ସ୍ନେହ, ସମ୍ମାନ ବଢ଼ିଥାଏ।

ପ୍ରଥମେ ପାର୍ଟନରଙ୍କ ଚିଡିବା କାରଣ କ’ଣ ହୋଇପାରେ ଜାଣନ୍ତୁ। ଅନେକ ସମୟରେ ସଫଳତା ଆଳରେ ଭୁଲ୍‌ ରାସ୍ତାରେ ଚାଲିଯିବାର ଆଶଙ୍କା ପାର୍ଟନରଙ୍କୁ ଲାଗୁଥାଇପାରେ।

ଏଣୁ ଉଭୟଙ୍କୁ ଉକ୍ତ ବିଷୟରେ ଶାନ୍ତ ଭାବେ କଥା ହେବାକୁ ପଡ଼ିବ। ଏହାର ସମାଧାନ ଉଭୟଙ୍କ ମନରେ ଉଭୟଙ୍କ ପାଇଁ ସମ୍ମାନ ସୃଷ୍ଟି କରିବ।

#Lifestyle #LifeHack #Relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon