• ବେତାର ବ୍ୟୁରୋ

ରାଶିଫଳ ଅଗଷ୍ଟ 19-25 : ସଙ୍କ୍ରାନ୍ତି ପର ସପ୍ତାହ ଏମିତି ରହିବ


(ବେତାର ବ୍ୟୁରୋ)ଚଳିତ ସପ୍ତାହରେ ସଙ୍କ୍ରାନ୍ତି ପରେ ଉତ୍ତପ୍ତ ରାଶି ସିଂହରେ ସୂର୍ଯ୍ୟ, ମଙ୍ଗଳ ଓ ଶୁକ୍ର ଏକାଠି ହୋଇଥିବାରୁ ଏହି ଗ୍ରହ ସଂଯୋଗ ସିଂହ, ତୁଳା , ବିଛା, କୁମ୍ଭ ତଥା ମୀନ ରାଶିକୁ ପ୍ରଭାବିତ କରିପାରେ । ଏତଦବ୍ୟତୀତ ଚଳିତ ସପ୍ତାହରେ ଚନ୍ଦ୍ର ଦେବା ମୀନ, ମେଷ, ବ୍ରଶ ତଥା ମିଥୁନ ଆଦି ରାଶି ଦେଇ ଗତି କରିବେ , ତେଣୁ ଏହି ସମସ୍ତ ରାଶିଉପରେ ପ୍ରଭାବ ମଧ୍ୟ ରହିବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ : କର୍ମକ୍ଷେତ୍ରରେ ବା ବ୍ୟକ୍ତିଗତ କ୍ଷେତ୍ରରେ ଭାବିଛିନ୍ତି ପ୍ରତିକ୍ରିୟା ପ୍ରକାଶ କରନ୍ତୁ । ସପ୍ତାହ ମଝି : କୌଣସି ଏକ କ୍ଷେତ୍ରରେ ପରିଶ୍ରମ ପରେ ସଫଳତା ପାଇପାରନ୍ତି । ସପ୍ତାହାନ୍ତ : ପାରିବାରିକ ବାତାବରଣ ଉତ୍ତମ ରହିବ । ବୃଷ : ସପ୍ତାହ ଆରମ୍ଭ : ଭାଗ୍ୟ ସାଥିରେ ରହିବ , ତେବେ କାହାର ପରାମର୍ଶ ନେଇ ଯୋଜନା ଆରମ୍ଭ କରିବା ଭଲ । ସପ୍ତାହ ମଝି : ସ୍ୱାସ୍ଥ୍ୟ ବା ଆର୍ଥିକ ସମସ୍ୟା ରହିପାରେ । ସପ୍ତାହାନ୍ତ : ଅର୍ଥଲାଭର ବାଟ ଫିଟିପାରେ ।

ମିଥୁନ :ସପ୍ତାହ ଆରମ୍ଭ : ସମାଜ ବା କର୍ମକ୍ଷେତ୍ରରେ ପତିଆରା ବୃଦ୍ଧି ହେବ । ସପ୍ତାହ ମଝି : ନିଜର ବୁଦ୍ଧି ବଳରେ ପ୍ରଶଂସିତ ହେବେ । ସପ୍ତାହାନ୍ତ : ଯେତେ ସମ୍ଭବ ମାନସିକ ଚାପରୁ ନିଜକୁ ଦୂରେଇ ରଖନ୍ତୁ । କର୍କଟ : ସପ୍ତାହ ଆରମ୍ଭ : କାମର ଭାର ବଢିବ , ଅଧିକ ଥକ୍କା ଲାଗିବ । ସପ୍ତାହ ମଝି : କୌଣସି କାମ ପୂର୍ଣ୍ଣ ହେବ , ମନରେ ଉତ୍ସାହ ରହିବ । ସପ୍ତାହାନ୍ତ : ଧନ ପ୍ରାପ୍ତିର ବାଟ ଖୋଲିବ ।

ସିଂହ : ସପ୍ତାହ ଆରମ୍ଭ : ମାନସିକ ସଂଘର୍ଷ ରହିବ , କେହି ପରିଚିତ ଧୋକା ଦେଇପାରନ୍ତି । ସପ୍ତାହ ମଝି : କୌଣସି ନିଷ୍ପତ୍ତି ନେବା ଆଗରୁ ଭାବିଚିନ୍ତି କାମ କରନ୍ତୁ, ମନୋରଞ୍ଜନର ଅବସର ମିଳିବ । ସପ୍ତାହାନ୍ତ : ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅଧିକ ଦୌଡାଦୌଡି କରିବାକୁ ପଡିପାରେ ।

କନ୍ୟା : ସପ୍ତାହ ଆରମ୍ଭ : କାମରେ ସଫଳତା ମିଳିବ, ମନ ପ୍ରସନ୍ନ ରହିବ। ସପ୍ତାହ ମଝି : କର୍ମକ୍ଷେତ୍ର ପରିବର୍ତ୍ତନ ହୋଇପାରେ ବା ବଦଳେଇବାକୁ ଚାହିଁବେ । ସପ୍ତାହାନ୍ତ : ପୁରୁଣା କଥାକୁ ନେଇ ମାନସିକ ଚାପ ବଢିବ ।

ତୁଳା : ସପ୍ତାହ ଆରମ୍ଭ : କୌଣସି ନୂତନ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ରହିବେ । ସପ୍ତାହ ମଝି : ସୁଖସାଧନ ବଢିବ , ହେଲେ ଏହାକୁ ଉପଭୋଗ କରିବାପାଇଁ ସମୟ ଅଭାବ ହେବ । ସପ୍ତାହାନ୍ତ : ଯାତ୍ରା କରିପାରନ୍ତି, ପାରିବାରିକ ସୁଖ ମିଳିବ ।

ବିଛା : ସପ୍ତାହ ଆରମ୍ଭ : କୌଣସି ଶୁଭକାର୍ଯ୍ୟ ବା କର୍ମକ୍ଷେତ୍ର ସମ୍ବନ୍ଧିତ ଯୋଜନା କରିବେ। ସପ୍ତାହ ମଝି : କୌଣସି ସୌଖୀନ ସାମଗ୍ରୀ କିଣିପାରନ୍ତି । ସପ୍ତାହାନ୍ତ : ସହକର୍ମୀଙ୍କ ସହଯୋଗ ମିଳିବ , ସଫଳତା ବିଳମ୍ବରେ ମିଳିବ । ଧନୁ : ସପ୍ତାହ ଆରମ୍ଭ : ନିଜଠୁ କେହି ସାନ ବ୍ୟକ୍ତି ପାଇଁ ଚିନ୍ତିତ ହୋଇପାରନ୍ତି । ସପ୍ତାହ ମଝି : ନିଜର କୌଣସି ଭୁଲ ପାଇଁ କାମ ଅଟକି ପାରେ। ସପ୍ତାହାନ୍ତ : ସନ୍ତାନ ବା ନିଜର ବ୍ୟକ୍ତିଗତ କୌଣସି କାମ ବିଷୟରେ ଚିନ୍ତା କରିପାରନ୍ତି ।

ମକର : ସପ୍ତାହ ଆରମ୍ଭ : ନିଜର ଲକ୍ଷ୍ୟ ପୂରଣ ପାଇଁ ପରିଶ୍ରମ କରିବେ ଓ ସଫଳତା ମିଳିବ । ସପ୍ତାହ ମଝି : ପାରିବାରିକ ସମ୍ବନ୍ଧରେ ଅଶାନ୍ତି ସୃଷ୍ଟି ହୋଇପାରେ, କାମ ଅଟକିପରେ । ସପ୍ତାହାନ୍ତ : ମନରେ ଆତ୍ମବିଶ୍ଵାସ ବଢିବ।

କୁମ୍ଭ : ସପ୍ତାହ ଆରମ୍ଭ : ଦୁଃଖ-ସୁଖ ଭଳି ମିଶ୍ରିତ ଫଳ ମିଳିବ । ସପ୍ତାହ ମଝି : କୌଣସି କାମ ବା ଯାତ୍ରା ସ୍ଥଗିତ ହୋଇପାରେ । ସପ୍ତାହାନ୍ତ : କୌଣସି ଅଟକିଥିବା କାମ ସଂପୂର୍ଣ୍ଣ ହେବ ।

ମୀନ : ସପ୍ତାହ ଆରମ୍ଭ : ବନ୍ଧୁ ତଥା ଭୂମିଜନିତ ବ୍ୟବସାୟ/ନେଣଦେଣରେ ଫାଇଦା ମିଳିବ । ସପ୍ତାହ ମଝି : ପାରିବାରିକ ପରିବେଶ ଉତ୍ସାହ ଉଦ୍ଦୀପନାରେ ଭାରି ରହିବ। ସପ୍ତାହାନ୍ତ : କର୍ମକ୍ଷେତ୍ରରେ ବିରୋଧ କମିବ, ସଫଳତା ବଢିବ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon