• ବେତାର ବ୍ୟୁରୋ

ସିଟିଇଟି ଡିସେମ୍ବର-୨୦୧୯ ଆବେଦନ ପ୍ରକ୍ରିୟା ଆରମ୍ଭ


(ବେତାର ବ୍ୟୁରୋ) ସେଣ୍ଟ୍ରାଲ ବୋର୍ଡ ଅଫ ଏଜୁକେଶନ (ସିବିଏସଇ) ଦ୍ୱାରା ପରିଚାଳିତ ସିଟିଇଟି (ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ)  ଡିସେମ୍ବର ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗ୍େଟ ୧୯ ତାରିଖରୁ ପରୀକ୍ଷାର୍ଥୀମାନେ ଏହି ପରୀକ୍ଷା ଦେବା ପାଇଁ ଆବେଦନ କରିପାରିବେ । ଆବେଦନକାରୀଙ୍କୁ www.ctet.nic.in ୱେବସାଇଟକୁ ଯାଇ ନିଜ ନାଁ ଅନ୍ୟାନ୍ୟ ତଥ୍ୟ ରେଜିଷ୍ଟ୍ରେଶନ କରିବାକୁ ହେବ । 

ସେପ୍ଟେମ୍ବର ୧୮ ଆବେଦନର ଶେଷ ତାରିଖ ସିଟିଇଟି ପରୀକ୍ଷା ଦେବାକୁ ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ସେପ୍ଟେମ୍ବର ୧୮ ସୁଦ୍ଧା ସେମାନଙ୍କ ଆବେଦନ ଫର୍ମ ସବମିଟ କରିବେ । ସେପ୍ଟେମ୍ବର ୨୩ ତାରିଖ ଅପରାହ୍ନ ସାଢେ ୩ଟା ସୁଦ୍ଧା ଫର୍ମ ଫିଲଅପ୍ ବାବଦ ଅର୍ଥ ପଇଠ କରିବାକୁ ହେବ ।  

ଡିସେମ୍ବର ୮ରେ ପରୀକ୍ଷା ଡିସେମ୍ବର ୮ ତାରିଖରେ ପରୀକ୍ଷାର୍ଥୀ ସେମାନଙ୍କ ପାଇଁ ସ୍ଥିର ହୋଇଥିବା ସେଣ୍ଟରରେ ଏହି ପରୀକ୍ଷା ଦେବେ । ଉଭୟ ପେପର-୧ ଓ ପେପର-୨ରେ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୮ଟାରେ ପେପର-୧ ଓ ମଧ୍ୟାହ୍ନ ସାଢେ ୧୨ଟାରେ ପେପର-୨ ପରୀକ୍ଷା ଦେବାପାଇଁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । 

ସୂଚନାଯୋଗ୍ୟ, ସିବିଏସଇ ଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢାଇବା ପାଇଁ ପେପର-୧ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଇବା ପାଇଁ ପେପର-୨ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଅତିକମରେ ୬୦ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସ୍କୁଲରେ ନିଯୁକ୍ତି ପାଇବାକୁ ଯୋଗ୍ୟ ହୋଇଥାନ୍ତି । 

ଏହି ପରୀକ୍ଷା ଦେଶର ୯୭ ସହରରେ ୨୦ଟି ଭାଷାରେ ଅନୁଷ୍ଠିତ ହେବ । ଜୁଲାଇ-୨୦୧୯ରେ ହୋଇଥିବା ଏହି ପରୀକ୍ଷା ପାଇଁ ୨୯ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୭୭ ହଜାର ଜଣ ପରୀକ୍ଷା ଦେଇଥିଲେ । ତେବେ କେବଳ ୩ ଲକ୍ଷ ୫୨ ହଜାର ଜଣ ହିଁ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଥିଲେ । 

#news #CTET #education

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon