- ବେତାର ବ୍ୟୁରୋ
‘କୁଛ୍ କୁଛ୍ ହୋତା ହୈ’ ରିମେକ: ଲିଡ୍ ରୋଲରେ ଏହି ଅଭିନେତା, ଅଭିନେତ୍ରୀଙ୍କ ନାଁ

(ବେତାର ବ୍ୟୁରୋ) କାହାଣୀ, ସଙ୍ଗୀତ, ସଂଳାପକୁ ନେଇ ଅନେକଙ୍କ ମନରେ ଚାପ ହୋଇ ରହିଥିବା ୧୯୯୮ ମସିହାର ସୁପରହିଟ୍ ବଲିଉଡ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ର ରିମେକ କରିବାକୁ ଯାଉଛନ୍ତି ଏହି ପିଲ୍ମର ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର । ଏ ନେଇ କରଣ ଅଷ୍ଟ୍ରେଲିଆର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ଏହି ଫିଲ୍ମ ପାଇଁ ସେ ଅଭିନେତା, ଅଭିନେତ୍ରୀଙ୍କ ନାଁ ମଧ୍ୟ ବାଛି ସାରିଛନ୍ତି ।
ଲିଡ୍ ରୋଲରେ ରଣବୀର, ଆଲିଆ, ଜାହ୍ନବୀ ‘କୁଛ୍ କୁଛ୍ ହୋତା ହୈ’ର ଶାହରୁଖ ଖାନଙ୍କୁ ରାହୁଲ, ଅଞ୍ଜଳୀ ଚରିତ୍ରରେ କାଜଲ ଓ ରାଣୀ ମୁଖାର୍ଜୀଙ୍କୁ ଟିନା ଚରିତ୍ରରେ ଦେଖିବାକୁ ମିଳିଥିଲା । ଏବେ ସେହି ଚରିତ୍ରଗୁଡିକରେ ରଣବୀର ସିଂଙ୍କୁ ରାହୁଲ, ଆଲିଆ ଭଟ୍ଟଙ୍କୁ ଅଞ୍ଜଳି ଓ ଜାହ୍ନବୀ କପୁର ଟିନା ଚରିତ୍ରରେ ଅଭିନୟ କରିବେ । ଏହି ୩ ମୁଖ୍ୟ ଚରିତ୍ର ପାଇଁ ରଣବୀର, ଆଲିଆ ଓ ଜାହ୍ନବୀ ସମ୍ପୂର୍ଣ୍ଣ ଫିଟ୍ ବୋଲି କହିଛନ୍ତି ନିଦ୍ଦେର୍ଶକ କରଣ ଜୋହର । ଏହି ରିମେକ ଫିଲ୍ମରେ ସଲମାନ ଖାନଙ୍କୁ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିପାରେ ।
ଏହାର ମୂଳ ଫିଲ୍ମରେ ଶାହରୁଖ ଖାନଙ୍କୁ ଚପଳ ସ୍ଵଭାବ ଥିବା ଜଣେ କଲେଜ ଷ୍ଟୁଡେଣ୍ଟ (ରାହୁଲ) ଚରିତ୍ରରେ ଦେଖିବାକୁ ମିଳିଥିଲା । କାଜଲ ଫିଲ୍ମରେ ଟମ୍ ବୟ (ଅଞ୍ଜଳି)ର ଚରିତ୍ରରେ ଅଭିନୟ କରିଥିଲେ ।
ରାହୁଲ ଓ ଅଞ୍ଜଳିଙ୍କ ଦୋସ୍ତିରେ ଟିନାଙ୍କ ଏଣ୍ଟ୍ରି, ରାହୁଲ-ଟିନାଙ୍କ ପ୍ରେମ ଓ ବିବାହ ପରେ ଅଞ୍ଜଳିଙ୍କ ଜୀବନରେ ପରିବର୍ତ୍ତନ, ଟିନାଙ୍କ ମୃତ୍ୟୁ, ଅମନ (ସଲମାନ ଖାନ) ଓ ଅଞ୍ଜଳିଙ୍କ ବିବାହ ପୂର୍ବରୁ ରାହୁଲଙ୍କ ଏଣ୍ଟ୍ରି ଆଦିକୁ ନେଇ ଫିଲ୍ମଟି ଆଧାରିତ ହୋଇଥିଲା । ତେବେ ଏବେ ଏହାର ରିମେକରେ କାହାଣୀରେ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ମିଳିଛି ।
ସୂଚନାଥାଉ କି, ରଣବୀର ସିଂ ଏବେ ପ୍ରଥମ କ୍ରିକେଟ ବିଶ୍ୱକପ୍ବିଜୟ ଉପରେ ଆଧାରିତ ଫିଲ୍ମ ‘୮୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ରଣବୀରଙ୍କୁ ପୂର୍ବତନ ଭାରତୀୟ ଖେଳାଳି କପିଲ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ ।