• ବେତାର ବ୍ୟୁରୋ

ଏସବିଆଇ ଏଟିଏମରେ  ବିନା କାର୍ଡ଼ରେ ଏମିତି କାଢ଼ିପାରିବେ ଟଙ୍କା


(ବେତାର ବ୍ୟୁରୋ) ଡିଜିଟାଲ ଟ୍ରାଞ୍ଜାକଶନର ବହୁଳ ବ୍ୟବହାର ପାଇଁ ଏସବିଆଇ ଏହାର ଡେବିଟ କାର୍ଡ ସେବାକୁ କମ୍ କରିବାକୁ ଯୋଜନା କରିଛି । ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା ବ୍ୟକ୍ତି ଏଣିକି ବିନା ଏଟିଏମ୍ କାର୍ଡରେ ଏସବିଆଇର ସ୍ୱତନ୍ତ୍ର ଆପ୍ଲିକେଶନ ‘ୟୋନୋ’ ଦ୍ୱାରା ଟଙ୍କା ଉଠାଣ କରିପାରିବେ । 

ତେବେ ଆସନ୍ତୁ ଜାଣିବା ଏଟିଏମରୁ ଟଙ୍କା କାଢ଼ିବା ପାଇଁ ‘ୟୋନୋ’ ଆପର ବ୍ୟବହାର ।

ଆପ ରେ - ଆପଣ ବ୍ୟବହାର କରୁଥିବା ସ୍ମାର୍ଟ ଫୋନରେ ପ୍ଲେ ଷ୍ଟୋରକୁ ଯାଇ ଏସବିଆଇର ‘ୟୋନୋ’ ଆପ୍ ଡାଉନଲୋଡ କରନ୍ତୁ ।

- ପରେ ସେଠାରେ ଦିଆଯାଇଥିବା ବିକଳ୍ପକୁ ଫଲୋ କରି ଆପଣଙ୍କ ନେଟ୍ବ୍ୟାଙ୍କିଙ୍ଗ ଆଇଡି ଏବଂ ପାସୱର୍ଡ ଦେଇ ଲଗ୍ ଇନ କରନ୍ତୁ ।

- ଏହା ପରେ ସେଠାରେ ଆପଣଙ୍କୁ ଏମ୍-ପିନ୍ କ୍ରିଏଟ କରିବାକୁ ପଡିବ । ଯେକୌଣସି ୬ଟି ଅଙ୍କ ବିଶିଷ୍ଟ ନମ୍ବର ଦେଇ ଏମ୍-ପିନ୍ କ୍ରିଏଟ କରିବାକୁ ହେବ । 

- ‘ୟୋନୋ’ ଆପ୍ ଖୋଲିବା ପରେ ଆପଣଙ୍କୁ ଏମ୍-ପିନ ଦେବାକୁ ପଡିବ । ସେଠାରେ ତଳେ ବାମ ପଟେ ୟୋନୋ କ୍ୟାଶର ଅପସନ ଦେଖିବାକୁ ମିଳିବ । 

- ୟୋନୋ କ୍ୟାଶ ଉପରେ କ୍ଲିକ କରିବା ପରେ ଏଟିଏମ୍ ବିକଳ୍ପ ଉପରେ କ୍ଲିକ କରନ୍ତୁ । 

- ଏହା ପରେ ଡେଲିଭରି ଚ୍ୟାନେଲ ତଳେ ଆପଣ ଉଠାଇବାକୁ ଚାହୁଁଥିବା ଟଙ୍କା ଟାଇପ କରି

ନେକଷ୍ଟ (Next) ଅପସନରେ କ୍ଲିକ କରନ୍ତୁ ।

- ଏହା ପରେ ଆପଣଙ୍କୁ ସେଠାରେ ୬ ଅଙ୍କର ଏକ ପିନ୍ କ୍ରିଏଟ କରିବାକୁ ହେବ ।

- ଟ୍ରାଞ୍ଜାକଶନ କନଫର୍ମ କରିବା ପରେ ଆପଣଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥିବା ନମ୍ବରକୁ ଏକ ୬ ଅଙ୍କର ନମ୍ବର ମେସେଜ ଆସିବ । ଏହି ନମ୍ବର ମାତ୍ର ୩୦ ମିନିଟ ପାଇଁ ବୈଧ ରହିବ ।

ଏଟିଏମ ରେ

- ଏଟିଏମ କାଉଣ୍ଟରକୁ ଯାଇ ୟୋନୋ କ୍ୟାଶ ଉପରେ କ୍ଲିକ କରିବା ପରେ ମୋବାଇଲକୁ ମେସେଜ ଆସିଥିବା ୬ ଅଙ୍କର ନମ୍ବର ଦେଇ କନଫର୍ମ କରନ୍ତୁ ।

- ପରେ ଆପଣ ଆପରେ ଟାଇପ କରିଥିବା ଟଙ୍କା ପରିମାଣ ଏଟିଏମରେ ଟାଇପ କରି କନଫର୍ମ କରନ୍ତୁ । ୟୋନୋ ଆପରେ କ୍ରିଏଟ କରିଥିବା ପିନ ଦେଇ କନଫର୍ମ କରିବା ପରେ ଏଟିଏମରୁ ଟଙ୍କା ବାହାରିବ। 

ଏହି ଆପ୍ ଯୋଗେ ଏକାଥରକେ ଅତିକମରେ ୫ ଶହ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ । ଗୋଟିଏ ଦିନରେ ଏକାଧିକ ଥର ଟ୍ରାଞ୍ଜାକଶନରେ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠିପାରିବ । 

ସୂଚନାଥାଉ କି, ଏସବିଆଇ ପକ୍ଷରୁ , ପର୍ଯ୍ୟନ୍ତ ୬୮ ହଜାର ୟୋନୋ ଏଟିଏମର ସ୍ଥାପନା କରିସାରିଛି। ଆସନ୍ତା ୧୮ ମାସ ମଧ୍ୟରେ ଏହା ୧୦ ଲକ୍ଷର ୟୋନୋ ଏଟିଏମ୍ ସ୍ଥାପନ କରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

#news #technews #banking #sbiyono #SBI #PersonalFinance

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon