• ବେତାର ବ୍ୟୁରୋ

ଜାଣିରଖନ୍ତୁ : ଏହି ୫ କଥା ଦୂର କରେ ବ୍ରଣ ସମସ୍ୟା


(ବେତାର ବ୍ୟୁରୋ) ମୁହଁରେ ବ୍ରଣ ହେବା ଦ୍ୱାରା ତ୍ୱଚାର ସୁନ୍ଦରତା ଉପରେ ପ୍ରଭାବ ପଡିଥାଏ । ଏଥିପାଇଁ ଅନେକେ ବଜାରରେ ଉପଲବ୍ଧ ବିଭିନ୍ନ କସମେଟିକ୍ ବ୍ୟବହାର କରିଥାନ୍ତି । ଆଉ କେତେଜଣ ଔଷଧ ମଧ୍ୟ ସେବନ କରିଥାନ୍ତି । ତେବେ ଜାଣନ୍ତି କି ଏମିତି କିଛି ଅଛି ସହଜ ଉପାୟ ଯାହାଦ୍ୱାରା ଆପଣ ବ୍ରଣ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଆସନ୍ତୁ ଜାଣିବା କ’ଣ ସେହି ଅଭ୍ୟାସ ସବୁ ।

ଦିନକୁ ୨ ଥର ମୁହଁ ସଫା କରନ୍ତୁ କୌଣସି ଭଲ କ୍ଲିନଜରରେ ଦିନକୁ ୨ ଥର ମୁହଁ ଧୋଇବା ଅଭ୍ୟାସ ରଖନ୍ତୁ । ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇବା ଦ୍ୱାରା ଅଧିକ ଲାଭ ମିଳିଥାଏ । ତେବେ ୨ ଥରରୁ ଅଧିକ କ୍ଲିନଜର ବ୍ୟବହାର କରିବା ଠିକ୍ ନୁହେଁ । ଏହା ଦ୍ୱାରା ମୁହଁ ଶୁଷ୍କ ହୋଇଯାଇଥାଏ ।

ମୁହଁରେ ସବର୍ଦା ସଫା ହାତ ମାରନ୍ତୁ

ମୁହଁରେ ହାତ ମାରିବା ପୂର୍ବରୁ ହାତ ଭଲରେ ଧୋଇବାକୁ ଭୁଲନ୍ତୁ ନାହିଁ । କାରଣ ଏହା ଦ୍ୱାରା ହାତରେ ଥିବା ମଇଳା ମୁହଁରେ ରହିଯାଇଥାଏ । ଏଥିସହ ମୁହଁରେ କୌଣସି ଟାୱେଲ କିମ୍ବା ରୁମାଲ ମାରିବା ପୂର୍ବରୁ ତାହା ସଫା ଅଛି କି ନାହିଁ ଧ୍ୟାନ ରଖନ୍ତୁ । ମେକଅପ୍ ବ୍ରସ୍, ତକିଆ ଖୋଳ, ମୋବାଇଲ ସ୍କ୍ରିନ ଆଦିକୁ ସମୟ ବ୍ୟବଧାନରେ ପରିଷ୍କାର କରନ୍ତୁ ।

ସ୍କ୍ରବ ଓ ସ୍ପଞ୍ଜ ବ୍ୟବହାର କରନ୍ତୁ ନାହିଁ ଯଦି ଆପଣଙ୍କ ମୁହଁରେ ବ୍ରଣ ସମସ୍ୟା କମୁନାହିଁ ତେବେ ସ୍କ୍ରବ ଓ ସ୍ପଞ୍ଜ ଆଦିର ବ୍ୟବହାର କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ସମସ୍ୟା କମିବା ପରିବର୍ତ୍ତେ ବଢିଯାଇପାରେ ।

କେଶ ସର୍ବଦା ସଫା ରଖନ୍ତୁ ଯଦି ଆପଣଙ୍କ କେଶ ସଫା ନ ଥାଏ ତେବେ ଏହା ମୁହଁରେ ବାଜି ବ୍ରଣ ସମସ୍ୟା ବଢାଇପାରେ । କେଶରେ ବ୍ୟବହାର କରୁଥିବା ତେଲ, କୌଣସି ସ୍ପ୍ରେ, ହେୟାର ଜେଲ୍, ସେରମ ଆଦି ମୁହଁରେ ବାଜିବା ଦ୍ୱାରା ବ୍ରଣ ଅଧିକ ହୋଇପାରେ । ତେଣୁ ସର୍ବଦା କେଶ ଯେପରି ସଫା ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଅଏଲ ଫ୍ରି ସନସ୍କ୍ରିନ ବ୍ୟବହାର କରନ୍ତୁ ତ୍ୱଚା ତୈଳାକ୍ତ ହେବା ଦ୍ୱାରା ବ୍ରଣ ଉଠିଥାଏ । ତେଣୁ ମୁହଁକୁ ତେଲ ମୁକ୍ତ କରିବାକୁ ଧ୍ୟାନ ଦିଅନ୍ତୁ । ଯଦି ସନସ୍କ୍ରିନ ବ୍ୟବହାର କରୁଛନ୍ତି ତେବେ ଏହା ଅଏଲ ଫ୍ରି କି ନା ଦୃଷ୍ଟି ଦିଅନ୍ତୁ ।

#HealthyHabit #acne

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon