- ବେତାର ବ୍ୟୁରୋ
ଶସ୍ତା ହେଲା ରେଡ୍ ମି ଫୋନ: ରିୟଲ ମି ସହ ପ୍ରତିଯୋଗିତା ଯୋଗୁ ଦର କମାଉଛି ସାଓମି

(ବେତାର ବ୍ୟୁରୋ) ଚାଇନାର ମୋବାଇଲ ନିର୍ମାଣକାରୀ କମ୍ପାନୀ ସାଓମି ଏହାର ରେଡ ମି ନୋଟ ୭ ଏସ୍, ରେଡ୍ ମି ନୋଟ ୭ ପ୍ରୋ, ରେଡ୍ ମି ୭, ରେଡ୍ ମି ୱାଇ ୩ର ମୂଲ୍ୟ କମାଇଛି ।
ମଙ୍ଗଳବାର ଅଗଷ୍ଟ ୨୧ ତାରିଖଠାରୁ ଗ୍ରାହକମାନେ ୧ ହଜାର ଟଙ୍କା କମ୍ ଦରରେ ଏହିସବୁ ମଡେଲର ଫୋନ କିଣିପାରିବେ । ଏଥିସହ ଏମଆଇ ଏହା ହୋମ ସିକ୍ୟୁରିଟି କ୍ୟାମେରା ବେସିକରେ ମଧ୍ୟ ୧୭୯୯ ଟଙ୍କା ହ୍ରାସ କରିଛି ।
ଜାଣନ୍ତୁ କେଉଁ ଫୋନର ରହିଛି କେତେ ଦାମ୍ ।
ରେଡ୍ ମି ନୋଟ୍ ୭ ଏସ୍:- ୩ ଜିବି ରାମ୍, ୩୨ ଜିବି ଷ୍ଟୋରେଜର ଏହି ଫୋନର ପ୍ରାଇସ ଭାରତରେ ଲଞ୍ଚ ହେବା ବେଳେ ୧୦,୯୯୯ ଟଙ୍କା ରହିଥିଲା । ଏବେ ଏହାର ଦାମ୍ ୯,୯୯୯ ଟଙ୍କା ରହିଛି । ଏହି ମଡେଲର ୪ ଜିବି + ୫୪ ଜିବି ଭାରିଆଣ୍ଟର ଦାମ ପୂର୍ବରୁ ୧୨,୯୯୯ ଟଙ୍କା ଥିବାବେଳେ ଏହା ଏବେ ୧୧,୯୯୯ ଟଙ୍କାରେ ଲୋକେ କିଣିପାରିବେ ।
ରେଡ୍ ମି ନୋଟ ୭ ପ୍ରୋ:- ୬ ଜିବି ରାମ୍ + ୬୪ ଜିବି ଷ୍ଟୋରେଜର ଏହି ଫୋନର ଦାମ୍ ପୂର୍ବରୁ ୧୫,୯୯୯ ଟଙ୍କା ଥିଲା । ଏବେ ଏହାର ମୂଲ୍ୟ ୧୪,୯୯୯ ଟଙ୍କାକୁ ଖସିଛି ।
ରେଡ୍ ମି ୭:- ୩ ଜିବି + ୩୨ ଜିବି ଷ୍ଟୋରେଜର ଏହି ଫୋନର ଦାମ ୮,୯୯୯ ଟଙ୍କାରୁ ୮,୪୯୯ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୨ ଜିବି ରାମ୍ ଓ ୧୬ ଜିବି ଇଣ୍ଟରନାଲ ମେମୋରିର ଏହି ମଡେଲକୁ ଗ୍ରାହକ ୭,୪୯୯ ଟଙ୍କା କିଣିପାରିବେ ।
ରେଡ୍ ମି ୱାଇ ୩:- ୩ ଜିବି + ୩୨ ଜିବି ବିଶିଷ୍ଟ ଏହି ଫୋନର ମୂଲ୍ୟ ୯,୯୯୯ ଟଙ୍କାରୁ ୮,୯୯୯ ଟଙ୍କାକୁ ହ୍ରାସ ପାଇଛି ।
ଏହି ଫୋନ କିିଣିବାକୁ ଚାହୁଁଥିଲେ ଏମଆଇ.କମ୍, ଫ୍ଲିପକାର୍ଟ କିମ୍ବା ଆମାଜନରୁ ଅର୍ଡର କରିପାରିବେ ।
ସୂଚନାଥାଉ କି, ଏବେ ରିୟଲ ମି ତାର ଦୁଇଟି ମଡେଲ ରିୟଲ ମି ୫ ଏବଂ ରିୟଲ ମି ପ୍ରୋ ଭାରତ ବଜାରରେ ଲଞ୍ଚ କରାଇଛି ।
ଅନ୍ୟଫୋନ ଗୁଡିକ ତୁଳନାରେ ଏବେ ରିୟଲ ମି ଏହାର ମଡେଲଗୁଡିକୁ କମ୍ ଟଙ୍କା ବଜାରରେ ବିକ୍ରି ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ସାଓମି ଅଧିକ ସଂଖ୍ୟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ତାହାର ବିଭିନ୍ନ ମଡେଲର ମୂଲ୍ୟ କମାଇଛି । ଫଳରେ ବଜାରରେ ରିୟଲ ମି ଓ ସାଓମି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି ।