- ବେତାର ବ୍ୟୁରୋ
ଫ୍ରାଇଡେ ରିଲିଜ : କପିଳ ଶର୍ମାଙ୍କ ସ୍ୱରରେ ଆଙ୍ଗ୍ରିବାର୍ଡସ-୨ ମଜାଦାର

(ବେତାର ବ୍ୟୁରୋ) ଶୁକ୍ରବାର ରିଲିଜରେ ପରଦାକୁ ଆସିଛି ଆନିମେଟଡ ଫିଲ୍ମ ଆଙ୍ଗ୍ରିବାର୍ଡସ-୨ । ଏହା ‘ଦି ଆଙ୍ଗ୍ରିବାର୍ଡସ’ ଫିଲ୍ମର ସିକ୍ୱେଲ ହୋଇଥିବାବେଳେ ନୂଆ ଫିଲ୍ମର କାହାଣୀ ସହ ଏହାର ସାମଞ୍ଜସ୍ୟ ରହିଛି ।
ଲୋକପ୍ରିୟ ଭିଡିଓ ଗେମ୍ ଆଙ୍ଗ୍ରିବାର୍ଡସ ଉପରେ ଆଧାରିତ ଏହି ଫିଲ୍ମର ପ୍ରଥମ ଭାଗ ୩ ବର୍ଷ ପୂର୍ବରୁ ରିଲିଜ ହୋଇଥିଲା । ଏହାର ଲୋକପ୍ରିୟତା ଓ ସଫଳତା ଦେଖି ଫିଲ୍ମର ସିକ୍ୱେଲ ନିର୍ମାଣ କରାଯାଇଛି । ପ୍ରଥମ ଦିନରେ ବହୁ ସଂଖ୍ୟାରେ ଦର୍ଶକ ଏହାକୁ ପସନ୍ଦ କରିଛନ୍ତି ।
ଫିଲ୍ମର ହିନ୍ଦୀ ଭର୍ସନରେ କମେଡି କିଙ୍ଗ କପିଲ ଶର୍ମା, ଅର୍ଚ୍ଚନା ପୁରନ ସିଂ, କିକୁ ଶାରଦାଙ୍କ ସମେତ ଅନ୍ୟମାନେ ମଜାଦାର ଢଙ୍ଗରେ ଭଏସ ଦେଇଛନ୍ତି ।
ଫିଲ୍ମର କାହାଣୀ ଓ ରିଭ୍ୟୁ
ଫିଲ୍ମର ପ୍ରଥମ ଭାଗରେ ଆଙ୍ଗ୍ରିବାର୍ଡସ ଓ ପିଗିଜ୍ ମଧ୍ୟରେ ଶତ୍ରୁତା ଥିବା ଏବଂ ପରସ୍ପରକୁ ପରାସ୍ତ କରିବାକୁ ଉଭୟ ପକ୍ଷ ଆପଣାଉଥିବା ବିଭିନ୍ନ ଉପାୟକୁ ଆନିମେଶନ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇଥିଲେ । ସ୍ୱିକେଲର କାହାଣୀ ମଧ୍ୟ ସେହି ଚରିତ୍ରମାନଙ୍କୁ ନେଇ ପ୍ରସ୍ତୁତ ହୋଇଛି । ଦ୍ୱିତୀୟ ଭାଗରେ ଆଙ୍ଗ୍ରିବାର୍ଡସ ଓ ପିଗିଜ ସେମାନଙ୍କ ଆଇଲାଣ୍ଡକୁ ବଞ୍ଚାଇବା ପାଇଁ ଲଢେଇ କରୁଥିବା ଦେଖିବାକୁ ମିଳିଛି ।
ଇଗଲ ଆଇଲାଣ୍ଡରୁ ଗୋଳାବର୍ଷା
ଆଙ୍ଗ୍ରିବାର୍ଡସ ଓ ପିଗିଜଙ୍କ ଲଢେଇ ମଧ୍ୟରେ ଇଗଲ ଆଇଲାଣ୍ଡରୁ ପିିଗିଜ ଆଇଲାଣ୍ଡରେ ଗୋଳା ବର୍ଷା ହେଉଛି । ତେଣୁ ଏଥିରେ ଭୟଭୀତ ହୋଇ ପିଗିଜ ଆଙ୍ଗ୍ରିବାର୍ଡସ ସହ ହାତ ମିଳାଉଥିବା ଦେଖାଯାଇଛି । ଏହି କ୍ରମରେ ଇଗଲ ଆଇଲାଣ୍ଡର ଲିଡର ଜେଟା ପିଗିଜ ଓ ଆଙ୍ଗ୍ରିବାର୍ଡସଙ୍କ ଆଇଲାଣ୍ଡକୁ କବଜା କରିବାକୁ ଚେଷ୍ଟା ଚଳାଉଛି । ପରେ ଆଙ୍ଗ୍ରିବାର୍ଡସ ଓ ପିଗିଜ ସାଥୀ ହୋଇ କିପରି ଜେଟା ସହ ଲଢୁଛନ୍ତି ଏବଂ ଫିଲ୍ମର ଅନ୍ତ କିପରି ରହିଛି ତାହା ଜାଣିବାକୁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।
ଏହି ଲଢେଇ ବ୍ୟତୀତ ଫିଲ୍ମରେ ଇଗଲର ପ୍ରେମ କାହାଣୀ ସହ ଅନେକ ଆହୁରି ସୁନ୍ଦର କାହାଣୀ ଓ ଭିଜୁଆଲ ଇଫର୍ଟ ଦେଖିବାକୁ ମିଳିଛି । ଥୁରପ ଭାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।
ବିଶେଷ କରି ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ତେବେ ସମସ୍ତ ବର୍ଗର ବ୍ୟକ୍ତି ଏହି ଫିଲ୍ମ ଦେଖି ଉପଭୋଗ କରିପାରିବେ ।