- ବେତାର ବ୍ୟୁରୋ
ଓଡ଼ିଶାରେ ପୋଷ୍ଟ ଗ୍ରାଜୁଏଟ ଟିଚର ପାଇଁ ହେବ 128 ନିଯୁକ୍ତି: ଜାଣନ୍ତୁ ଆବେଦନ ତାରିଖ, ଚୟନ ପଦ୍ଧତି

(ବେତାର ବ୍ୟୁରୋ) ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ସାଇନ୍ସ ବିଭାଗରେ ପିଜି (ପୋଷ୍ଟ ଗ୍ରାଜୁଏଶନ) କରିଥିବା ପ୍ରାର୍ଥୀଙ୍କ ପାଇଁ ରାଜ୍ୟସେବା ଗ୍ରୁପ୍ ବିରେ ଶିକ୍ଷକ ପଦବୀ ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏସସି, ଏସଟି ଉନ୍ନୟନ ବିଭାଗ ଅଧୀନରେ ନୂତନ ଭାବେ ସ୍ଥାପିତ ହୋଇଥିବା ମେଗା ଅର୍ବାନ ଏଜୁକେଶନାଲ କମ୍ପେ୍ଲକ୍ସ- ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ,୧୪ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଏବଂ ୧୦ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଏହି ସବୁ ନିଯୁକ୍ତି ହେବ ।
ପଦ ସଂଖ୍ୟା
ମୋଟ ୧୨୮ ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ଫିଜିକ୍ସରେ ୨୬, କେମିଷ୍ଟ୍ରିରେ ୨୬, ବାୟୋଲୋଜିରେ ୨୬, କମ୍ପ୍ୟୁଟର ସାଇନ୍ସରେ ୨୪ ଏବଂ ଗଣିତରେ ୨୬ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।
ଏହିସବୁ ପଦରେ ରାଜ୍ୟ ସରକାରଙ୍କ ନିୟମାନୁସାରେ ବିଭିନ୍ନ ଜାତି ପାଇଁ ସଂରକ୍ଷଣ ନିୟମ ଲାଗୁ ହେବ ।
ଦରମା
ବିଜ୍ଞପ୍ତି ଅନୁସାରେ କୃତୀ ପ୍ରାର୍ଥୀ ଏସସି ଏସଟି ଉନ୍ନୟନ ବିଭାଗ ଅଧୀନରେ ନିଯୁକ୍ତି ପାଇବା ପରେ ୪୪,୯୦୦ ଟଙ୍କାର ଦରମା ପ୍ରଦାନ କରାଯିବ ।
ଆବେଦନ ତାରି୍ଖ
ଅଗଷ୍ଟ ୨୨ ତାରିଖରୁ ଅନଲାଇନ ମାଧ୍ୟମରେ ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୧ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି ।
ଓପିଏସସି ୱେବସାଇଟ ରେ ଲଗ ଇନ କରି ପ୍ରାର୍ଥୀମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ହେବ।
ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଆବେଦନକାରୀ ପରୀକ୍ଷା ଫି ଦାଖଲ କରିବେ ।
ଆବେଦନ ଫି
ଏହି ପରୀକ୍ଷା ବାବଦରେ ପ୍ରାର୍ଥମୀାନେ ୫ ଶହ ଟଙ୍କା ଦାଖଲ କରିବେ । ତେବେ ଅନୁସୂଚିତ ଜାତି ତଥା ଆଦିବାସୀ ପ୍ରାର୍ଥୀମାନଙ୍କ ପାଇଁ ଫି' ଛାଡ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା
୧- ଏହି ପରୀକ୍ଷା ଦେବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପିଜିରେ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବେ କିମ୍ବା ରିଜିଓନାଲ କଲେଜ ଅଫ୍ ଏଜୁକେଶନ ଏନସିଇଆରଟିରୁ ସମ୍ପୃକ୍ତ ବିଷୟରେ ଅତିକମରେ ୫୦ ପ୍ରତିଶତ ନମ୍ବର ଥିବା ଆବଶ୍ୟକ ।
୨- ନ୍ୟାଶନାଲ କାଉନସିଲ ଫର ଟିଚର ଏଜୁକେଶନ, ନୂଆଦିଲ୍ଲୀ ଦ୍ୱାରା ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ବିଇଡି କିମ୍ବା ସମାନ ଡିଗ୍ରୀ ହାସଲ କରିଥିବେ ।
୩- କୌଣସି ମାନ୍ୟତାପ୍ରାପ୍ତ କଲେଜ କିମ୍ବା ଅନୁଷ୍ଠାନରେ ସମ୍ପୃକ୍ତ ପ୍ରାର୍ଥୀଙ୍କ କମ୍ପ୍ୟୁଟର ଆପ୍ଲିକେଶନରେ ଡିପ୍ଲୋମା କିମ୍ବା ଡିଗ୍ରୀ ଥିବା ଆବଶ୍ୟକ ।
ବୟସ ସୀମା
ଆବେଦନକାରୀଙ୍କ ବୟସ ଅତିକମ୍ରେ ୨୧ ଏବଂ ଅତିବେଶୀରେ ୨୦୧୯ ଜାନୁୟାରୀ ୧ ତାରିଖ ସୁଦ୍ଧା ୩୨ ବର୍ଷ ହେବା ଆବଶ୍ୟକ ।
ଚୟନ ପଦ୍ଧତି
ଲିଖିତ ପରୀକ୍ଷା ଏବଂ ଭାଇବା ଟେଷ୍ଟ କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଲିଖିତ ପରୀକ୍ଷାରେ ୧୫୦ ନମ୍ବର ସମ୍ବଳିତ ଅବଜେକ୍ଟିଭ ଟାଇପ ପ୍ରଶ୍ନ ରହିବ । ପାର୍ଟ-ଏ (ବାଧ୍ୟତାମୂଳକ) ଏବଂ ପାର୍ଟ -ବି (ସମ୍ପୃକ୍ତ ବିଷୟ)ରେ ପରୀକ୍ଷା ହେବ । ପାର୍ଟ-ଏରେ ଇଂରାଜୀ, କମ୍ପ୍ୟୁଟର ଆପ୍ଟିଟ୍ୟୁଡ, ପେଡାଗୋଜି ଓ ସାଧାରଣ ଜ୍ଞାନ ବିଷୟ ବସ୍ତୁ ସମ୍ବଳିତ ୫୦ ନମ୍ବରର ପରୀକ୍ଷା ହେବ ।
ଲିଖିତ ପରୀକ୍ଷା କେନ୍ଦ୍ର ନିମନ୍ତେ କଟକକୁ ଚୂଡାନ୍ତ ସ୍ଥାନ ହିସାବରେ ନିର୍ଦ୍ଧାରିତ କରାଯାଇଛି।ତେବେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦେଖି ଆୟୋଗ ପରବର୍ତ୍ତୀ ସମୟରେ ବ୍ରହ୍ମପୁର, ସମ୍ବଲପୁର, ଭୁବନେଶ୍ୱର ଇତ୍ୟାଦି ସ୍ଥାନରେ ପରୀକ୍ଷା କରାଇବା ସମ୍ପର୍କରେ ନିଷ୍ପତ୍ତି ନେବେ।
କିପରି ଆବେଦନ କରିବେ
ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ ୱେବସାଇଟ opsconline.gov.inକୁ ଯାଇ ଅନଲାଇନ ଆବେଦନ କରିବେ । ଅନ୍ୟାନ୍ୟ ଜରୁରୀ ତଥ୍ୟ ପାଇଁ http:/opsc.gov.in ୱେବସାଇଟରେ ସର୍ଚ୍ଚ କରିପାରିବେ ।