• ବେତାର ବ୍ୟୁରୋ

ରାଶିଫଳ ଅଗଷ୍ଟ 26-ସେପ୍ଟେମ୍ବର 1 : ସପ୍ତାହ ଆରମ୍ଭରୁ ବୁଧଚଳନ, ଏମିତି ରହିବ ଫଳ


(ବେତାର ବ୍ୟୁରୋ) ଚଳିତ ସପ୍ତାହ ବୁଧ ଗ୍ରହର ସିଂହ ରାଶି ପ୍ରବେଶରୁ ଆରମ୍ଭ ହେଉଛି । ଏହାଫଳରେ ସିଂହ ରାଶିରେ ବର୍ତ୍ତମାନ ସୂର୍ଯ୍ୟ, ମଙ୍ଗଳ, ଶୁକ୍ର ଓ ବୁଧ ଏହିପରି ଚାରିଟି ଗ୍ରହ ଏକସଙ୍ଗରେ ରହିବେ । ଏହାର ପ୍ରଭାବ ଆର୍ଥିକ ବଜାର ଉପରେ ପଡିବା ସହିତ ସମସ୍ତ ରାଶି ଉପରେ ମଧ୍ୟ ପଡିବ । ଏହି ସପ୍ତାହ ମଧ୍ୟରେ ଚନ୍ଦ୍ର ମିଥୁନ ରାଶିରୁ ଆରମ୍ବ୍ଭ କରି କନ୍ୟା ରାଶି ପର୍ଯ୍ୟନ୍ତ ପରିକ୍ରମା କରିବେ । ଏହାର ପ୍ରଭାବ ମଧ୍ୟ କିଛି ରାଶି ଉପରେ ପଡିବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ : କୌଣସି ନୂଆ ସୁଯୋଗର ଅପେକ୍ଷା କରୁଥିଲେ ସଫଳତା ମିଳିପାରେ । କର୍ମକ୍ଷେତ୍ରରେ ଅବରୋଧ ଦୂର ହେବ । ସପ୍ତାହ ମଝି : ନିଜ ବାଣୀ ଉପରେ ନିୟନ୍ତ୍ରଣ ଜରୁରୀ, ପରିବାରରେ କଳହର ସୂତ୍ରପାତ ହୋଇପାରେ । ସପ୍ତାହାନ୍ତ : ଅଚାନକ ଆର୍ଥିକ ଲାଭର ସୁଯୋଗ ଓ ବନ୍ଧୁଙ୍କ ସହଯୋଗ ମିଳିବ । ବୃଷ :ସପ୍ତାହ ଆରମ୍ଭ : ଭାଗ୍ୟ ସାଥିରେ ରହିବ ଓ ଯୋଗ୍ୟତା ଅନୁସାରେ ଧନପ୍ରାପ୍ତି ହେବ । ସପ୍ତାହ ମଝି : ନିଜର ଯୋଗ୍ୟତା/ଦକ୍ଷତା ଉପରେ ଧ୍ୟାନ ଦେବେ ଓ ଏହାକୁ ବଢାଇବା ବିଷୟରେ ଚିନ୍ତା କରିବେ । ସପ୍ତାହାନ୍ତ : ବାଦବିବାଦ ଦେଖାଦେଇପାରେ ।

ମିଥୁନ :ସପ୍ତାହ ଆରମ୍ଭ : କାର୍ଯ୍ୟସିଦ୍ଧି ଯୋଗ ଥିବାରୁ ଅଟକିଥିବା କାମ ପୁନର୍ବାର ଆରମ୍ଭ ହେବ । ସପ୍ତାହ ମଝି : ଭବିଷ୍ୟତ ପାଇଁ ନୂଆ ଅବସର ପ୍ରାପ୍ତ ହେବ । ସପ୍ତାହାନ୍ତ : ନକରାତ୍ମକ ଭାବନା ଆସିଲେ ଧ୍ୟାନ କରନ୍ତୁ ବା ମନୋରଞ୍ଜନରେ ନିଜକୁ ବ୍ୟସ୍ତ ରଖନ୍ତୁ ।

କର୍କଟ : ସପ୍ତାହ ଆରମ୍ଭ : ଅନାବଶ୍ୟକ ଖର୍ଚ୍ଚ ବଢିବ, ଅଧିକ ଥକ୍କା ଲାଗିବ । ସପ୍ତାହ ମଝି : ଅଟକିଥିବା କାମ ପୂର୍ଣ୍ଣ ହେବ , ମନରେ ଉତ୍ସାହ ରହିବ । ସପ୍ତାହାନ୍ତ : ଚାକିରିଆମାନେ ଦରମା ଓ ବ୍ୟବସାୟୀମାନେ ସ୍ଥାୟୀ ସୂତ୍ରରୁ ଧନ ପ୍ରାପ୍ତି କରିବେ ।

ସିଂହ : ସପ୍ତାହ ଆରମ୍ଭ :ନୂଆ କାର୍ଯ୍ୟର ବିସ୍ତାର ହେବ ଚାକିରୀ କ୍ଷେତ୍ରରେ ପରିସ୍ଥତି ସୁଗମ ହେବ । ସପ୍ତାହ ମଝି : କୌଣସି ପୁରୁଣା ସମସ୍ୟା ପାଇଁ ସମାଧାନ ଖୋଜିବାକୁ ଚେଷ୍ଟା କରିବେ , କର୍ମକ୍ଷେତ୍ରରେ ଜଟିଳତା ଲାଗି ରହିପାରେ । ସପ୍ତାହାନ୍ତ : ଅଶାନ୍ତ ଚିତ୍ତକୁ ଶାନ୍ତ କରିପାରିଲେ କୌଣସି ସମସ୍ୟାର ସମାଧାନ କରିପାରିବେ ।

କନ୍ୟା : : ସପ୍ତାହ ଆରମ୍ଭ : ବ୍ୟବସାୟିକ ଦୃଷ୍ଟିରୁ ଅତି ଉତ୍ତମ, କାମରେ ସଫଳତା ମିଳିବ। ସପ୍ତାହ ମଝି : କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ସପ୍ତାହାନ୍ତ : ଅଯଥା ଖର୍ଚ୍ଚ , ପାରିବାରିକ କଳହ ଲାଗିରହିପାରେ । କୌଣସି ବଡ ସମସ୍ୟା ପାଇଁ ପ୍ରସ୍ତୁତ ରୁହନ୍ତୁ ।

ତୁଳା : ସପ୍ତାହ ଆରମ୍ଭ : ଦୈନନ୍ଦିନ କାର୍ଯ୍ୟକ୍ରମ ସୂଚାରୁ ରୂପେ ଚାଲିବ, ବନ୍ଧୁଙ୍କ ସହଯୋଗ ମିଳିବ । ସପ୍ତାହ ମଝି : ଆର୍ଥିକ ଲାଭର ସୁଯୋଗ ମିଳିବ , କୌଣସି ନୂଆ ଯୋଜନା ସମ୍ପର୍କରେ ଚିନ୍ତା କରିବେ । ସପ୍ତାହାନ୍ତ : ସପ୍ତାହ ସାରା କାର୍ଯ୍ୟବ୍ୟସ୍ତ ରହିଥିବାରୁ ଏହାର ସୁଫଳ ସପ୍ତାହ ଶେଷରେ ମିଳିବ ।

ବିଛା : ସପ୍ତାହ ଆରମ୍ଭ : ମାନସିକ ବା ଶାରୀରିକ ଆଘାତ ପାଇପାରନ୍ତି । ସପ୍ତାହ ମଝି : ଅଟକିଥିବା କାମ ପୁଣି ଆରମ୍ଭ ହେବ । ସପ୍ତାହାନ୍ତ :ଖୁସି ଖବର ମିଳିପାରେ , ପ୍ରତିଦଦ୍ୱନ୍ଦୀଙ୍କ ଉପରେ ବିଜୟ ମିଳିବ । ଧନୁ : ସପ୍ତାହ ଆରମ୍ଭ : ସ୍ୱାସ୍ଥ୍ୟ ଅନୁସାରେ ପରିଶ୍ରମ କରନ୍ତୁ , ଅନ୍ୟଥା ସ୍ୱାସ୍ଥ୍ୟହାନି ହୋଇପାରେ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ସପ୍ତାହ ମଝି : ଧ୍ୟାନ ସହକାରେ ଯନ୍ତ୍ରପାତି ବ୍ୟବହାର କରନ୍ତୁ ବା ଯାନବାହାନ ଚଲାନ୍ତୁ । ସପ୍ତାହାନ୍ତ : ଭାଗ୍ୟରେ ଉନ୍ନତି ଆଣିବା ଯୋଗ ସୃଷ୍ଟି ହେଉଛି , ଆଗାମୀ ସପ୍ତାହରେ ଲାଭ ଦେବ ।

ମକର : ସପ୍ତାହ ଆରମ୍ଭ : ଅଟକିଥିବା ଧନ ମିଳିବ, ମନରେ ଉତ୍ସାହ ରହିବ । ସପ୍ତାହ ମଝି : ଲୋକ ଆପଣଙ୍କଉପରେ ଭରସା କରିବେ । ସପ୍ତାହାନ୍ତ : ଅନ୍ୟର ବିବାଦରେ ପଡନ୍ତୁ ନାହିଁ, ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

କୁମ୍ଭ : ସପ୍ତାହ ଆରମ୍ଭ : ଚେଷ୍ଟା କଲେ ନିଜ ପ୍ରୟାସରୁ ଘରୋଇ ସମସ୍ୟା ଦୂର ହେବ । ସପ୍ତାହ ମଝି : ବିରୋଧୀ ସମ୍ମାନ ହାନି କରିବାକୁ ଚେଷ୍ଟା କରିପାରନ୍ତି, ତେବେ ସଫଳ ହୋଇପାରିବେନି । ସପ୍ତାହାନ୍ତ : ନିଜର ମଧୁର ବାଣୀରେ ଅନ୍ୟର ମନ କିଣିପାରିବାରେ ସକ୍ଷମ ହେବେ ।

ମୀନ : ସପ୍ତାହ ଆରମ୍ଭ : କୌଣସି ଅପ୍ରୀତିକିର ପରିସ୍ଥିତିରୁ ଦୂରେଇ ରୁହନ୍ତୁ , ନଚେତ ମନ ଅଶାନ୍ତ ରହିପାରେ । ସପ୍ତାହ ମଝି : ପାରିବାରିକ ପରିବେଶରେ ବାଧା ସୃଷ୍ଟି ହେଇପାରେ ବା ସମସ୍ୟା ଲାଗିରହିପାରେ । ସପ୍ତାହାନ୍ତ : ଶୁଭ ଖବର ମିଳିବ, ସଫଳତା ବଢିବ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon