• ବେତାର ବ୍ୟୁରୋ

ମାନ୍ଦାବସ୍ଥା ପ୍ରଭାବ: ଲାଇଫ ବୟ, ଲକ୍ସ ଦର କମାଇଲା କମ୍ପାନୀ


(ବେତାର ବ୍ୟୁରୋ) ଭାରତ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଥିବାବେଳେ ଏହାର ପ୍ରଭାବ ଅନେକ କମ୍ପାନୀ ଉପରେ ପଡୁଛି । ବଜାରରେ ଲୋକଙ୍କ ସାମଗ୍ରୀ କିଣାକିଣି କମିଯାଉଥିବା ଯୋଗୁ ବିଭିନ୍ନ କମ୍ପାନୀର ଅନେକ ଉତ୍ପାଦ ବିକ୍ରି ହୋଇ ପାରୁ ନାହିଁ । ଚାହିଦା ତୁଳନାରେ ଅଧିକ ପ୍ରଡକସନ ଯୋଗୁ କମ୍ପାନୀକୁ କ୍ଷତି ସହିବାକୁ ପଡୁଥିବାରୁ ସେମାନେ ନିଜ ନିଜର ଉତ୍ପାଦ ଉପରେ ଦର ହ୍ରାସ କରିବା  ଆରମ୍ଭ କରିଛନ୍ତି ।

ଏହି କ୍ରମରେ ସାମିଲ ହୋଇଛି ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ । କମ୍ପାନୀ ପକ୍ଷରୁ ଉତ୍ପାଦନ ହେଉଥିବା ବିଭିନ୍ନ ସାବୁନ ଲକ୍ସ, ଲାଇଫ ବୟ, ଡୋଭ ଆଦିରେ ଡର କମାଯାଇଛି । ଗତ ମାସରୁ ଏହି ସାବୁନର ଦର ଶସ୍ତା କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

୪ରୁ ୬ ପ୍ରତିଶତ ଦର ହ୍ରାସ

ଭାରତ ବଜାରରେ ସର୍ବାଧିକ ବିକ୍ରି ହେଉଥିବା ଘରୋଇ ସାବୁନ ଲାଇଫବୟ ଏବଂ ଲକ୍ସ ସାବୁନ ଉପରେ 4ରୁ 6 ପ୍ରତିଶତ ଦର ହ୍ରାସ କରାଯାଇଥିବା ବଡ ପ୍ୟାକରେ କମ୍ପାନୀ 20ରୁ 30 ପ୍ରତିଶତ ପର୍ଯ୍ୟତ ମୂଲ୍ୟରେ ହ୍ରାସ କରିଥିବା ଜଣାପଡିଛି । ପ୍ରତିଯୋଗିତା ମୂୂଳକ ବଜାର ଏବଂ ଚାହିଦା କମୁଥିବା ଯୋଗୁ କମ୍ପାନୀ ପକ୍ଷରୁ ଏପରି ଦର ହ୍ରାସ କରାଯାଇଥିବା କୁହାଯାଇଛି ।

ମାକେର୍ଟରେ ବହୁତ ଚାହିଦା ଥିବା ସାବୁନ ଡୋଭ, ପିୟର୍ସ, ଆୟୁଷ ଭଳି ସାମଗ୍ରୀ ପାଇଁ କମ୍ପାନୀକୁ ଗୋଦରେଜ, ୱିପ୍ରୋ, ଆଇଟିସି ଆଦି କମ୍ପାନୀ ସହ ତୀବ୍ର ପ୍ରତିଦ୍ୱନ୍ଦି୍ୱତା କରିବାକୁ ପଡୁଛି । ପ୍ରାଇସ କମାଇବା ଦ୍ୱାରା ସେୟାର ମାର୍କେଟରେ ନିଜର ସ୍ଥାନ ବଜାୟ ରଖିହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଫେସ ୱାଶ ଦର ବୃଦ୍ଧି

ତେବେ କମ୍ପାନୀ ଏହାର ସାବୁନ ଉତ୍ପାଦ ଉପରେ ଦର କମାଇଥିଲେ ମଧ୍ୟ ବିଭିନ୍ନ ଫେସ ୱାଶର ଦର ବଢାଇଛି । ପିୟର୍ସ, ଡୋଭ, ପଣ୍ଡସ୍, ଫେୟାର ଆଣ୍ଡ ଲଭଲୀ ଆଦି ଫେସ ୱାଶ ଉପରେ ୪ରୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଥିବା ଜଣାପଡିଛି ।

#news #HUL #economicslowdown

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon