• ବେତାର ବ୍ୟୁରୋ

ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚିନ୍ତାରେ ! ଆପଣାନ୍ତୁ ଏହି ସବୁ ଉପାୟ


(ବେତାର ବ୍ୟୁରୋ) ପରସ୍ପର ପ୍ରତି ନକରାତ୍ମକ ଭାବନା ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଏହା ଲାଗି ରହିଲେ ଅଧିକ ଦିନ ସମ୍ପର୍କ ତିଷ୍ଠି ରହିବା କଷ୍ଟକର ହୋଇପଡେ । ଏହାକୁ ଦୂର ନ କଲେ ପରସ୍ପର ପ୍ରତି ଆକର୍ଷଣ କମିଥାଏ ।

ଯଦି ଆପଣ ଓ ସାଥୀଙ୍କ ମଧ୍ୟରେ ଏପରି କିଛି ଭାବନା ଆସୁଛି ତେବେ ସମୟ ପୂର୍ବରୁ ହିଁ ଏହାର ପ୍ରତିକାର ପାଇଁ ଭାବିବା ଆବଶ୍ୟକ । ଶରୀର, କ୍ୟାରିୟର, ଆର୍ଥିକ ସ୍ଥିତିରେ ସନ୍ତୁଳନ ପାଇଁ ଯେପରି ସଭିଏଁ ସଚେତନ ସେହିପରି ନିଜ ସମ୍ପର୍କକୁ ମଧ୍ୟ ଦୃଢ କରିବା ପାଇଁ ସର୍ବଦା ଜାଗ୍ରତ ରହିବା ଜରୁରୀ ।

ସମ୍ପର୍କ ମଜଭୁତ କରିବାକୁ ନିଅନ୍ତୁ ଏହି ସବୁ ପଦକ୍ଷେପ ।

ସାଥୀଙ୍କଠାରୁ ଅଧିକ ଆଶା ରଖନ୍ତୁନି

ସମ୍ପର୍କରେ ରହିବା ସମୟରେ ଅନେକେ ନିଜ ସାଥୀଙ୍କଠାରୁ ବହୁତ କିଛି ଆଶା କରିଥାନ୍ତି । ଯାହା ଅନେକ ସମୟରେ ପୂରଣ ହୋଇପାରି ନ ଥାଏ । ଏଥିଯୋଗୁ ନକରାତ୍ମକ ଭାବନା ଆମକୁ ଘେରି ଯାଇଥାଏ । ତେଣୁ ଏପରି ଭାବିବା ପୂର୍ବରୁ ଥରେ ଚିନ୍ତା କରିବା ଆବଶ୍ୟକ ଯେ, ଆପଣଙ୍କ ସାଥୀ ଯାହା କିଛି ଆଶା କରୁଛନ୍ତି ସେ ସବୁ ଆପଣ ପୂରଣ କରିପାରୁଛନ୍ତି କି ।

ପରସ୍ପର ସହ ଖୋଲା କଥା ହୁଅନ୍ତୁ

ଯଦି ଆପଣଙ୍କ ସମ୍ପର୍କରେ ଖରାପ ସମୟ ଚାଲିଛି ତେବେ ବ୍ୟସ୍ତ ନ ହୋଇ ଉଭୟେ ବସି ଆଲୋଚନା କରନ୍ତୁ । ପରସ୍ପର ପରସ୍ପରଠାରୁ କ’ଣ ଚାହୁଁଛନ୍ତି ଏକାଠି ବସି କଥା ହୁଅନ୍ତୁ । ଉଭୟ ଉଭୟଙ୍କ ଇଛା ଖୋଲି କୁହନ୍ତୁ । ଏହା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଯିବ ।

ସମସ୍ୟା ବେଳେ ସହାୟତା ନିଅନ୍ତୁ

ଯଦି ଆପଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଅସୁବିଧା ଉପୁଜୁଛି ଏବଂ ସମାଧାନର ରାସ୍ତା ବାହାରୁ ନାହିଁ ତେବେ ନିଜ ସାଥୀଙ୍କ ସହାୟତା ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । କହିବା ଦ୍ୱାରା ହିଁ ପରସ୍ପର ନିଜର ମନ କଥା ଓ ଅସୁବିଧା ଜାଣିପାରିବେ ।

ଯଦି ଆପଣ ନିଜ ଆଡୁ ସମସ୍ତ ଚେଷ୍ଟା କରିସାରିଛନ୍ତି ଏବଂ ସବୁବେଳେ ଅନୁଭବ କରୁଛନ୍ତି ଯେ ଆପଣଙ୍କ ସାଥୀ ଏହାର ସମାଧାନ ପାଇଁ ଆଦୌ ଚାହୁଁନାହାନ୍ତି ତେବେ ଏକୁଟିଆ ବସି ଶାନ୍ତ ମନରେ ଏହାର ବିଚାର କରନ୍ତୁ । ଯଦି ସାଥୀଙ୍କ ସହ ଜୀବନ ଭାରି ଲାଗୁଛି ତେବେ ଆପଣ କିଛି ସମୟ ଏ ସବୁରୁ ଦୂରେଇ ରହି ଏକ ନୂଆ ଆରମ୍ଭ କରନ୍ତୁ । କାରଣ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିବା ସମସ୍ତଙ୍କ ଅଧିକାର ।

#lifestyle #relationship #LifeHack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon