• ବେତାର ବ୍ୟୁରୋ

ଏଟିଏମ୍ ଠକେଇ ପାଇଁ ଚିନ୍ତିତ କି ? କାର୍ଡକୁ ଏମିତି କରନ୍ତୁ ସୁଇଚ ଅଫ୍


(ବେତାର ବ୍ୟୁରୋ) ଦିନକୁ ଦିନ ବଢି ଚାଲିଥିବା ଏଟିଏମ୍ ଠକେଇରୁ ବର୍ତ୍ତିବା ପାଇଁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଟେକ୍ନୋଲୋଜିର ଏମିତି ବ୍ୟବହାର, ଯାହାଦ୍ୱାରା ନିଜକୁ ଠକେଇର ଶିକାର ହେବାରୁ ବଞ୍ଚାଇପାରିବେ । ସ୍ମାର୍ଟଫୋନ ମାଧ୍ୟମରେ ଏହି କୌଶଳ ବ୍ୟବହାର କରି ଆପଣ ନିଜ ଏଟିଏମ୍ କାର୍ଡକୁ ସୁଇଚ ଅଫ୍ କିମ୍ବା ଅନ୍ କରି ଆବଶ୍ୟକତା ଅନୁସାରେ ଟଙ୍କା ଖର୍ଚ୍ଚ କରିପାରିବେ । ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ, ଆକ୍ସିସ ବ୍ୟାଙ୍କ ଆଦି ଅନେକ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଛି ।

ଜାଣନ୍ତୁ କିପରି ସୁଇଚ ଅଫ୍/ଅନ୍ କରିବେ ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାର୍ଡ ।

ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାର୍ଡ

ଷ୍ଟେଟ ବ୍ୟାଙ୍କ ଡେବିଟ କାର୍ଡ ସୁଇଚ ଅଫ୍ କିମ୍ବା ଅନ୍ କରିବା ପାଇଁ ଏସବିଆଇର କୁଇକ ଆପ୍ ଡାଉନଲୋଡ କରିବାକୁ ପଡିବ ।

- ପ୍ରଥମେ ପ୍ଲେ ଷ୍ଟୋରକୁ ଯାଇ ଏସବିଆଇର କୁଇକ ଆପକୁ ଡାଉନଲୋଡ କରନ୍ତୁ ।

- ପରେ ଏଟିଏମ୍ କାର୍ଡ କନଫିଗ୍ୟୁରେଶନକୁ ଯାଆନ୍ତୁ ।

- ଏଟିଏମ କନଫିଗ୍ୟୁରେଶନ ଉପରେ କ୍ଲିକ କରିବା ପରେ ସେଠାରେ ଏଟିଏମ କାର୍ଡ ବ୍ଲକିଂ, ଏଟିଏମ୍ କାର୍ଡ ସୁଇଚ ଅଫ୍/ସୁଇଚ ଅନ୍ ଏବଂ ଜେନେରେଟ ପିନ୍ ଆକାରରେ ୩ଟି ବିକଳ୍ପ ଦେଖିବାକୁ ମିଳିବ ।

୪- ସେଠାରେ ଏଟିଏମ୍ ସୁଇଚ ଅଫ/ଅନ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କୁ କାର୍ଡର ଶେଷ ୪ଟି ନମ୍ବର ଏଣ୍ଟର କରାନ୍ତୁ ।

୫- ପରେ ଆପଣଙ୍କୁ ଚ୍ୟାନେଲ ଓ ୟୁସେଜକୁ ସିଲେକ୍ଟ କରିବାକୁ ହେବ । ସେଠାରେ ଆପଣଙ୍କ କାର୍ଡକୁ ଡୋମେଷ୍ଟିକ ଓ ଇଣ୍ଟରନ୍ୟାଶନାଲ ୟୁସେଜ ବିକଳ୍ପକୁ ଡିଜେବଲ ବା ଅକାମୀ କରିପାରିବେ ।

୬- ଏହାକୁ ଡିଜେବଲ ବା ଅକାମୀ କରିଦେବା ପରେ ଆଉ କେହି ଆପଣଙ୍କ କାର୍ଡକୁ ବ୍ୟବହାର କରିପାରିବେ ନାହିଁ । ଏଥିସହ ଆପଣ ଏଟିଏମକୁ ଇ-କମର୍ସ ଓ ପିଓଏସ ବ୍ୟବହାର ପାଇଁ ମଧ୍ୟ ଅକାମୀ କରିପାରିବେ ।

୭- ଆବଶ୍ୟକ ସମୟରେ ଆପଣ ପୁଣି ସମାନ ଉପାୟରେ ଏଟିଏମ କାର୍ଡ ସୁଇଚ ଅନ୍ କରିପାରିବେ ।

ଆପ୍ ଡାଉନଲୋଡ କରିବାକୁ ଚାହୁଁ ନ ଥିଲେ ମେସେଜ ମାଧ୍ୟମରେ ମଧ୍ୟ ଆପଣ ଏଟିଏମ କାର୍ଡ ସୁଇଚ୍ ଅଫ କିମ୍ବା ଅନ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ମୋବାଇଲ ମେସେଜକୁ ଯାଇ ସେଠାରେ SWON/SWOFFATM/POS/ECOM/INTL/DOM XXXX ଟାଇପ କରି 09223966666 ନମ୍ବରରେ ପଠାଇବାକୁ ପଡିବ । ଛକି ଥିବା ସ୍ଥାନରେ ଆପଣ ଆପଣଙ୍କ କାର୍ଡର ଶେଷ ୪ଟି ନମ୍ବର ଲେଖିବେ ।

#news #mobile #atmuse #technews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon