• ବେତାର ବ୍ୟୁରୋ

ଅଫିସରେ ବସି ରହି ଗ୍ୟାସ ସମସ୍ୟା ହେଉଛି କି ? ଜାଣନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ) କର୍ମଜୀବୀ ପୁରୁଷ ବା ମହିଳା, ଯେଉଁମାନେ ଦୀର୍ଘ ସମୟ ଧରି ଅଫିସରେ ବସି ରୁହନ୍ତି, ସେମାନେ ଅନେକ ସମୟରେ ଗ୍ୟାସଜନିତ ସମସ୍ୟାର ଶିକାର ହେବା ଦେଖାଯାଇଥାଏ ।

ପ୍ରତିଦିନ ଅଫିସ ଯିବା, ସେଠାରେ ସାରାଦିନ ବସିରହିବା, ଭୋକ ଲାଗିଲେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଏହା ବ୍ୟତୀତ ସମୟର ଧ୍ୟାନ ନ ଦେବା ଆଦି କାରଣରୁ ଗ୍ୟାସ ସମସ୍ୟା ଦେଖାଦେଇଥାଏ ଏବଂ ଆଜିକାଲି ଏହି ସମସ୍ୟା ସାଧାରଣ ହୋଇଗଲାଣି । କିନ୍ତୁ ଯଦି ଆପଣ ନିଜ ଦୈନନ୍ଦିନ ଅଭ୍ୟାସରେ କଛି ସୁଧାର କରିନେବେ ତେବେଯାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଅବଶ୍ୟ ସବୁ ଅଫିସ ଯାଉଥିବା ଲୋକଙ୍କ ଠାରେ ଏହା ଦେଖାଯାଏ ନାହିଁ। ତେବେ ଯଦି ଆପଣଙ୍କ ନିକଟରେ ଏସବୁ ସମସ୍ୟା ଦେଖାଯାଉଛି ତେବେ ଏଭଳି କିଛି ଘରୋଇ ସାଧାରଣ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ନିଜକୁ ସୁସ୍ଥ ରଖିପାରିବେ ।

ଆସନ୍ତୁ ଜାଣିବା ସେ ସବୁ କଣ ।

● ଅଧିକ ସମୟ ପର୍ଯ୍ୟନ୍ତ ବସି ରହିବା ଦ୍ୱାରା ପେଟ ଫୁଲିଯିବା ଦେଖାଯାଇଥାଏ ଯାହାର କାରଣ ଗ୍ୟାସ ହୋଇଥାଏ । ପେଟ ଚାପି ବସିବା ଦ୍ଵାରା ହଜମ ପ୍ରକ୍ରିୟା ବା ପାଚନକ୍ରିୟା ଠିକ ସେ ସଂଘଟିତ ହୋଇ ପାରୁ ନ ଥିବାରୁ ଏପରି ହୋଇଥାଏ । ଗ୍ରୀନ ଟୀ ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

● ଗ୍ୟାସହେବାର ମୁଖ୍ୟ କାରଣ ହେଉଛି ବହୁତ ସମୟ ବସି ରହିବା । ତେଣୁ ଅଫିସରେ ଏକ ଘଣ୍ଟାରୁ ଅଧିକ ସମୟ ବସି କାମ କରନ୍ତୁ ନାହିଁ । ମଝିରେ ମଝିରେ ଉଠି ଅଳ୍ପ ସମୟ ବୁଲିବା ଦ୍ୱାରା ପେଟକୁ ଆରାମ ମିଳିବା ସହ ମେରୁଦଣ୍ଡ ଏବଂ ଆଖିକୁ ମଧ୍ୟ ଆରାମ ମିଳିଥାଏ ।

● ଲଞ୍ଚ ଖାଇବା ପରେ ତୁରନ୍ତ ଚଉକିରେ ବସନ୍ତୁ ନାହିଁ । ଟିକେ ସମୟ ଏପଟ ସେପଟ ହୁଅନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ଫୁର୍ତ୍ତି ରହିବା ସହ ନିଦ ମଧ୍ୟ ଲାଗିନଥାଏ । ଏହା ସହିତ ଗ୍ୟାସ ସମସ୍ୟା ମଧ୍ୟ ଦୂରେଇରହିଥାଏ ।

● ପ୍ରତିଦିନ ସକାଳୁ ତିନିକୋଲା ରସୁଣ ଏବଂ କିଛି ଖଣ୍ଡ ଅଦାକୁ ଖାଲିପେଟରେ ଖାଆନ୍ତୁ । ନଚେତ ଅଦାଖଣ୍ଡକୁ ଲେମ୍ବୁ ରସରେ ବୁଡ଼ାଇଖାଆନ୍ତୁ । ଏହା ବ୍ୟତୀତ ପ୍ରତିଦିନ ପୋଦିନା ପାଣିକୁ ଦିନରେ ତିନି ଚାରି ଥର ପିଅନ୍ତୁ । ଏହିସବୁ ଉପାୟ ପେଟ ସମସ୍ୟାକୁ ଦୂର ରଖିଥାଏ ।

● ଗୁଜୁରାତି ପାଉଡରକୁ ପାଣିରେ ଫୁଟାନ୍ତୁ ଏବଂ ଅଳ୍ପ ଉଷୁମ ଥିବା ଅବସ୍ଥାରେ ଭୋଜନ ପୂର୍ବରୁ ପିଅନ୍ତୁ । ଏପରି କରିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

● ଖାଦ୍ୟଖାଇବା ପରେ ଲେମ୍ବୁପାଣି ବା କିଛି ଏସିଡ ଥିବା ପାନୀୟ ପିଇବା ଦ୍ୱାରା ଶରୀରରେ ପାଚନ କ୍ରିୟା ଠିକ ରହିଥାଏ । ଏଣୁ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଅଳ୍ପ ଅମୃତଭଣ୍ଡାକୁ କାଟି ଟିଫିନରେ ନିଅନ୍ତୁ ଯାହା ଖାଦ୍ୟ ହଜମରେ ସହାୟକ ହେବା ସହ ଆପଣଙ୍କୁ ଗ୍ୟାସ ସମସ୍ୟାଠାରୁ ମଧ୍ୟ ଦୂରେଇଥାଏ

#LifeHack #OfficeTip

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon