• ବେତାର ବ୍ୟୁରୋ

ଅବସର ଦିନ ହେଲିକପ୍ଟରରେ ବସିପାରିଲେନି, ସାଢ଼େ 4 ଲକ୍ଷ ହରାଇଲେ ଏହି କର୍ମଚାରୀ


(ବେତାର ବ୍ୟୁରୋ) ଚାକିରିରୁ ବିଦାୟ ନେବା ପରେ ସେହି ଦିନକୁ ସବୁଦିନ ପାଇଁ ମନେ ରଖିବାକୁ ସ୍ୱତନ୍ତ୍ର ଯୋଜନା କରି ଫସିଯାଇଛନ୍ତି ଜଣେ ଅବସରପ୍ରାପ୍ତ କର୍ମଚାରୀ । ଶେଷ ଦିନରେ ଘରକୁ ହେଲିକପ୍ଟର ଯୋଗେ ଆସିବେ ବୋଲି ଭାବି ଏଥିଲାଗି ଆଗୁଆ ବ୍ୟବସ୍ଥା କରିବାକୁ ଜଣେ ଏଜେଣ୍ଟଙ୍କୁ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ହେଲିକପ୍ଟର ପାଇଁ ପ୍ରଶାସନ ପରମିଟ୍ ନ ଦେବାରୁ ଏବେ ଅସୁବିଧାରେ ପଡିଛନ୍ତି ଉତ୍ତରପ୍ରଦେଶର ଗାଜିଆବାଦ ନଗର ନିଗମରେ ପମ୍ପ ଅପରେଟର ଭାବେ କାମ କରୁଥିବା ନରେନ୍ଦ୍ର କୁମାର ।

ଏନଓସି ପାଇଁ ଦେଇଥିଲେ ୪ ଲକ୍ଷ ୫୦ ହଜାର

ଅଗଷ୍ଟ ୩୧ ତାରିଖରେ ରିଟାୟର୍ଡମେଣ୍ଟ ଦିନ ନରେନ୍ଦ୍ର ଘରକୁ ହେଲିକପ୍ଟରରେ ଆସିବାକୁ ଯୋଜନା ରଖିଥିଲେ । ଏଥିପାଇଁ ସେ ଏକ ହେଲିକପ୍ଟର ବୁକ୍ ମଧ୍ୟ କରିଥିଲେ । ପ୍ରଶାସନଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନଓସି) ପାଇବାକୁ ଏକ ଏଜେଣ୍ଟଙ୍କୁ ଆଡଭାନ୍ସ ଭାବେ ୪ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ । 

ମିଳିଲାନି ମଞ୍ଜୁରୀ

ପ୍ରଶାସନଠାରୁ ମଞ୍ଜୁରୀ ପାଇଁ ନରେନ୍ଦ୍ର ଏଜେଣ୍ଟକୁ ଟଙ୍କା ଦେବା ସତ୍ତେ୍ୱ ଏନଓସି ମିଳି ନ ଥିଲା । ତାଙ୍କ କହିବା ମୁତାବକ, ୩୩ ବର୍ଷ ଧରି କାମ କରିବା ପରେ ଶେଷ ଦିନକୁ ସ୍ମୃତି କରିବା ପାଇଁ ପତ୍ନୀ ଇଛା କରିଥିଲେ । ସେହି ଅନୁସାରେ ଯୋଜନା ହୋଇଥିଲା । ହେଲିକପ୍ଟର ଲ୍ୟାାଣ୍ଡିଂ ପାଇଁ ଗାଁରେ ହେଲିପ୍ୟାଡ ମଧ୍ୟ ହୋଇଥିଲା । ଏଥିପାଇଁ ଅଲଗା ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ତାଙ୍କୁ ଟ୍ରାଫିକ ପୋଲିସ ପକ୍ଷରୁ ଏନଓସି ପ୍ରଦାନ କରାଗଲା ନାହିଁ । ଫଳରେ ସେ ହେଲିକପ୍ଟରେ ତାଙ୍କ ଗାଁକୁ ଯାଇପାରି ନ ଥିଲେ ।

ଟଙ୍କା ଫେରଉନି ଏଜେଣ୍ଟ

ହେଲିକପ୍ଟରରେ ବସି ଗାଁକୁ ଆସିବା ସ୍ୱପ୍ନ ପୂରଣ ନ ହେବାରୁ ସେ ଟଙ୍କା ଦେଇଥିବା ସମ୍ପୃକ୍ତ ଏଜେଣ୍ଟଙ୍କୁ ପଇସା ଫେରସ୍ତ କରିବାକୁ କହିଥିଲେ । ହେଲେ ଏବେ ଏଜେଣ୍ଟ ଟଙ୍କା ଦେବାକୁ ମନା କରୁଥିବା ନରେନ୍ଦ୍ର ଅଭିଯୋଗ କରିଛନ୍ତି । ଯଦି ଟଙ୍କା ନ ଦିଏ ତେବେ ସେହି ଏଜେଣ୍ଟ ନାଁରେ ଥାନାରେ ଅଭିଯୋଗ କରିବେ ବୋଲି ନରେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜସ୍ଥାନର ଅଲୱାର ଜିଲାର ଜଣେ ଶିକ୍ଷକ ରମେଶ ଚାନ୍ଦ ମିନା ଅବସର ଦିନ ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ହେଲିକପ୍ଟରରେ ଘରକୁ ଗତ ଅଗଷ୍ଟ 31ରେ ଯାଇଥିଲେ । ଏଥିପାଇଁ ସେ ଦିଲ୍ଲୀରୁ ୩ ଲକ୍ଷ ୭୦ ହଜାର ଟଙ୍କାରେ ହେଲିକପ୍ଟର ବୁକ୍ କରିଥିଲେ । 

#news #OddNews #InterestingNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon