• ବେତାର ବ୍ୟୁରୋ

ଘରେ ଗଣେଶଙ୍କ ମୂର୍ତ୍ତି ରଖିଛନ୍ତି କି? କରନ୍ତୁ ନାହିଁ ଏହି ୫ ଭୁଲ୍


(ବେତାର ବ୍ୟୁରୋ) ଗଣେଶ ଚତୁର୍ଥୀ ଅବସରରେ ଆପଣ ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି କି? ତେବେ ଆପଣଙ୍କୁ ଗଜାନନଙ୍କ ପୂଜା ସହ ଆଉ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ନଚେତ ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ବୋଲି ପୂଜା ଶାସ୍ତ୍ରରେ କୁହାଯାଇଛି ।

ଗଣେଶ ଚତୁର୍ଥୀରେ କରନ୍ତୁନି ଚନ୍ଦ୍ର ଦର୍ଶନ

ଗଣେଶ ଚତୁର୍ଥୀ ଦିନ ଶ୍ରଦ୍ଧାଳୁମାନେ ଚନ୍ଦ୍ର ଦର୍ଶନ କରିବା ଉଚିତ ନୁହେଁ । ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିର ଚିନ୍ତା ବଢିଥାଏ ବୋଲି ପୂରାଣ ଶାସ୍ତ୍ରରେ କୁହାଯାଇଛି ।

ବାମ ପଟକୁ ଢଳିଥିବା ଶୁଣ୍ଢ ଶୁଭଙ୍କର

ଗଣେଶଙ୍କ ଶୁଣ୍ଢ ବାମ ପଟକୁ ଢଳିଥିବା ମୂର୍ତ୍ତି ଘର ପାଇଁ ଶୁଭଙ୍କର ବୋଲି ଶାସ୍ତ୍ରରେ କୁହାଯାଇଛି । ଏହିପରି ମୂର୍ତ୍ତି ଘରକୁ ଆଣିବା ପରେ ସେଥିରେ କୁଙ୍କୁମ ଲଗାଇବା ସହ ୪ଟି ଚନ୍ଦନ ଟିପା ଲଗାନ୍ତୁ । ସମସ୍ତ ନୀତିକାନ୍ତି ପରେ ଶୁଭ ସମୟରେ ମୂର୍ତ୍ତିକୁ ଘରେ ସ୍ଥାପନା କରନ୍ତୁ ।

କରନ୍ତୁ ନାହିଁ ଗଣେଶଙ୍କ ପିଠି ଦର୍ଶନ

ଗଣେଶଙ୍କ ମୂର୍ତ୍ତିର ପଛ ପାଖ ଅର୍ଥାତ ପିଠି ଦର୍ଶନ କରିବାକୁ ପୂଜାଶାସ୍ତ୍ରରେ ବାରଣ କରାଯାଇଛି । କୁହାଯାଏ ଯେ ପିଠି ଦର୍ଶନ ଦ୍ୱାରା ଦାରିଦ୍ର‌୍ୟତା ମିଳିବାର ଆଶଙ୍କା ରହିଥାଏ । ତେଣୁ ଗଣେଶଙ୍କ ପିଠି ଦର୍ଶନ କରିବାକୁ ମନା କରାଯାଇଥାଏ ।

ରିଦ୍ଧି-ସିଦ୍ଧି, ଶୁଭ-ଲାଭଙ୍କ କରନ୍ତୁ ପୂଜା

ପ୍ରଭୁ ଗଣେଶଙ୍କ ପୂଜା କରିବା ବେଳେ ତାଙ୍କ ପତ୍ନୀ ରିଦ୍ଧି ଓ ସିଦ୍ଧି ଏବଂ ପୁତ୍ର ଶୁଭ ଓ ଲାଭଙ୍କ ପୂଜା କରିବା ଉଚିତ । ଏଥିସହ ଗଜାନନଙ୍କ ବାହନ ମୂଷକକୁ ମଧ୍ୟ ପୂଜା ଅର୍ପଣ କରନ୍ତୁ ।

ପୂଜାରେ ତୁଳସୀ ଅର୍ପଣ କରନ୍ତୁ ନାହିଁ

ଗଜାନନଙ୍କ ପୂଜା ବେଳେ ଭୁଲରେ ମଧ୍ୟ ପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ । ପୁରାଣ ଶାସ୍ତ୍ରରେ ଗଣେଶଙ୍କ ପୂଜାରେ କିମ୍ବା ପ୍ରସାଦ ଆକାରରେ ତୁଳସୀ ଅର୍ପଣ କରାଯିବାକୁ ବାରଣ କରାଯାଇଛି । ଏହା ବଦଳରେ ଆପଣ ପୂଜାରେ ଗଜାନନଙ୍କୁ ଦୁବ ପତ୍ର ଅର୍ପଣ କରିପାରିବେ ।

#ganeshchaturthi #Puja

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon