• ବେତାର ବ୍ୟୁରୋ

ରାଶିଫଳ ସେପ୍ଟେମ୍ବର 2-8 : ଗଣେଶ ଚତୁର୍ଥୀରୁ ଆରମ୍ଭ ସପ୍ତାହରେ ଏମିତି ରହିବ ଫଳ


(ବେତାର ବ୍ୟୁରୋ) ପବିତ୍ର ଗଣେଶ ଚତୁର୍ଥୀରୁ ଆରମ୍ଭ ହେଉଛି ସେପ୍ଟେମ୍ବରର ପ୍ରଥମ ସପ୍ତାହ । ଏହି ସପ୍ତାହରେ ଚନ୍ଦ୍ର ଦେବ କନ୍ୟା ରାଶିରୁ ଯାତ୍ରା ଆରମ୍ଭ କରି ତୁଳା, ବିଛା ରାଶିରେ ଗତି କରି ଧନୁ ରାଶି ଯାଏଁ ଯାତ୍ରା କରିବେ । ଏଣୁ ମେଶ ,ବୃଷ,ମିଥୁନ ଆଦି ରାଶି ଉପରେ ଏହାର ପ୍ରଭାବ ସପ୍ତାହ ସାରା ପଡିବ ।

ଏହି ସମୟରେ ସିଂହ ରାଶିରେ ଚାରିଟି ଗ୍ରହ –ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଶୁକ୍ର ଏକତ୍ର ଥିବାରୁ ସପ୍ତାହର ଆରମ୍ଭ ଅନେକଙ୍କ ପାଇଁ ଶୁଭଦାୟକ ରହିବ । ତେବେ ବ୍ରଜ ନାମକ ଏକ ବିଷ ଯୋଗ ସୃଷ୍ଟି ହେଉଥିବାରୁ କିଛି ରାଶିପାଇଁ ଏହା ସେତେଟା ଭଲ ଫଳ ମଧ୍ୟ ଦେଇ ନ ପାରେ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ - କମ୍‌ ପରିଶ୍ରମରେ ଯଥେଷ୍ଟ ଫଳ ପାଇବେ । ସପ୍ତାହ ମଝି - ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ସପ୍ତାହାନ୍ତ - କ୍ୟାରିୟରକୁ ଏକ ନୂଆ ଦିଗ ମିଳିବ । ବୃଷ :ସପ୍ତାହ ଆରମ୍ଭ - ଘରର ସୁଖ ସମୃଦ୍ଧି ବୃଦ୍ଧି ହେବ। ସପ୍ତାହ ମଝି - କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ।ସପ୍ତାହାନ୍ତ - ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ଉଭୟ ପାଇବେ। ତେବେ ମନ ଉଦାସ ରହିବ।

ମିଥୁନ :ସପ୍ତାହ ଆରମ୍ଭ : ମନରେ ନୂଆ ନୂଆ ବିଚାର ଆସିବ। ସପ୍ତାହ ମଝି : ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ସପ୍ତାହାନ୍ତ : ଦାମ୍ପତ୍ୟ ଜୀବନ ମଧୁର ରହିବ।

କର୍କଟ : ସପ୍ତାହ ଆରମ୍ଭ :ଉନ୍ନତିର କିଛି ନୂଆ ସାଧନ ମିଳିବ। ସପ୍ତାହ ମଝି : ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସପ୍ତାହାନ୍ତ : ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ। କିଛି ନୂଆ କାମ କରିବେ ।

ସିଂହ : ସପ୍ତାହ ଆରମ୍ଭ :ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସପ୍ତାହ ମଝି : ସମ୍ବନ୍ଧରେ ନୂଆ ଚେତନା ସଞ୍ଚାର ହେବ।ସପ୍ତାହାନ୍ତ : ମିତ୍ର ସଂଖ୍ୟା ବୃଦ୍ଧି ହୋଇପାରେ। ଛାତ୍ରଙ୍କୁ ଭଲ ଖବର ମିଳିବ।

କନ୍ୟା : ସପ୍ତାହ ଆରମ୍ଭ - ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ସପ୍ତାହ ମଝି - ଧନଲାଭ ହେବ। । ସପ୍ତାହାନ୍ତ : ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଭାବିଥିବା କାମ ପୂରା ହେବ ।

ତୁଳା : ସପ୍ତାହ ଆରମ୍ଭ : ଘରକୁ କୌଣସି ବନ୍ଧୁ ଆସିବେ। । ସପ୍ତାହ ମଝି : ସବୁ କାମ ମନମୁତାବକ ହେବ। ସପ୍ତାହାନ୍ତ : ଧନପ୍ରାପ୍ତିର ଯୋଗ ରହିଛି ।

ବିଛା : ସପ୍ତାହ ଆରମ୍ଭ : ପ୍ରୟାସରେ ସଫଳତା ମିଳିବ। ବାଦବିବାଦ ଠାରୁ ଦୂରରେ ରୁହନ୍ତୁ। ସପ୍ତାହ ମଝି : ଆପଣଙ୍କ ସାହାଯ୍ୟ ଅନ୍ୟମାନଙ୍କ ଲାଗି ଲାଭପ୍ରଦ ରହିବ। ସପ୍ତାହାନ୍ତ : ଧନ ବୃଦ୍ଧି ହେବ। ଧନୁ : ସପ୍ତାହ ଆରମ୍ଭ : ଚାକିରିରେ ପଦୋନ୍ନତି ମିଳିପାରେ। ନୂଆ ଶିଖିବାର ଅବସର ମିଳିବ। ସପ୍ତାହ ମଝି : ପରିବାରରେ ଖୁସିର ମାହୋଲ ରହିବ। ସପ୍ତାହାନ୍ତ :ଆୟ ବଢ଼ିବ।

ମକର : ସପ୍ତାହ ଆରମ୍ଭ : କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସପ୍ତାହ ମଝି : ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ସପ୍ତାହାନ୍ତ : ଖର୍ଚ୍ଚ ବଢ଼ିପାରେ।

କୁମ୍ଭ : ସପ୍ତାହ ଆରମ୍ଭ : ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ସପ୍ତାହ ମଝି : ଇଂଜିନିୟରଙ୍କୁ କୌଣସି କାମରେ ଲାଭ ମିଳିବ। ସପ୍ତାହାନ୍ତ : ଉଧାର ଦେଇଥିବା ପଇସା ପାଇବେ।

ମୀନ : ସପ୍ତାହ ଆରମ୍ଭ : ବ୍ୟବସାୟରେ ଲାଭ ମିଳିବ। ସପ୍ତାହ ମଝି : ଭାଗ୍ୟ ବୃଦ୍ଧିର ଅବସର ପାଇବେ। ସପ୍ତାହାନ୍ତ : ଶୁଭ ଖବର ମିଳିବ, ସଫଳତା ବଢିବ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon