• ବେତାର ବ୍ୟୁରୋ

ଡାକ୍ତରଙ୍କୁ ଆକ୍ରମଣ ପଡିବ ମହଙ୍ଗା: ହୋଇପାରେ ୧୦ ବର୍ଷ ଜେଲ, ୧୦ ଲକ୍ଷ ଜରିମାନା


(ବେତାର ବ୍ୟୁରୋ) ଡାକ୍ତର କର୍ମଚାରୀଙ୍କ ଉପରେ ମାଡ଼, ହିଂସାତ୍ମକ କାର୍ଯ୍ୟକଳାପ ରୋକିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ବିଲ୍ । ଏହା କାର୍ଯ୍ୟକାରୀ ହେବା ପରେ ଡାକ୍ତର କିମ୍ବା ମେଡିକାଲର କୌଣସି କର୍ମଚାରୀଙ୍କୁ ଆକ୍ରମଣ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବ । ଏହା ଦ୍ୱାରା ଲୋକେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବେ ବୋଲି କୁହାଯାଇଛି ।

ଏପରି ହୋଇପାରେ ନିୟମ

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ହେଲଥ୍ କେୟରେ ସର୍ଭିସ ପର୍ସୋନେଲ ଆଣ୍ଡ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ବିଲ୍-୨୦୧୯ କାର୍ଯ୍ୟକାରୀ ହେଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିପାରେ । ଏଥିସହ ଜରିମାନା ବାବଦରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିପାରେ । ତେବେ ଏହି ବିଲ୍ ପୂର୍ବରୁ ସରକାର ଏ ସମ୍ପର୍କିତ ପ୍ରସ୍ତାବକୁ ସାର୍ବଜନିନ କରିଛନ୍ତି ।

୩୦ ଦିନ ମଧ୍ୟରେ ସଂଗ୍ରହ ହେବ ମତ

ଏହି ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ସରକାର ଏ ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ମତ ଆବଶ୍ୟକ କରିଛନ୍ତି । ତେଣୁ ପ୍ରସ୍ତାବ ସାର୍ବଜନିନ କରାଯାଇ ସେପ୍ଟେମ୍ବର ୨ ତାରିଖରେ ଲୋକଙ୍କ ମାନଙ୍କୁ ଏହି ନିୟମ ବାବଦରେ ମତ ରଖିବା ପାଇଁ କୁହାଯାଇଛି । ଏଥିପାଇଁ ସରକାର ୩୦ ଦିନର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ନିୟମ ସପକ୍ଷ ଓ ବିପକ୍ଷରେ ଜନମତ ସଂଗହ କରାଯିବ ।

ପଦକ୍ଷେପକୁ ମେଡିକାଲ ସଂଘର ସ୍ୱାଗତ

ଉତ୍ତେଜିତ ରୋଗୀ ସମ୍ପର୍କୀୟଙ୍କ ରୋଷର ଶିକାର ହୋଇ ଅନେକ ସମୟରେ ଡାକ୍ତର ଓ କର୍ମଚାରୀମାନେ ଆକ୍ରମଣ ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏହାର ବିରୋଧ କରି ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି । ଏପରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭାରତୀୟ ମେଡିକାଲ ଆଶୋସିଏଶନ ପକ୍ଷରୁ ଦାବି ହୋଇ ଆସୁଥିଲା । ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପକୁ ସଂଗ ସ୍ୱାଗତ କରିବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛି ।

#news #helathdept #law #Crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon