• ବେତାର ବ୍ୟୁରୋ

ଭିଡିଓ : ଦେଖନ୍ତୁ ଶ୍ରୀଦେବୀଙ୍କ ମହମ ମୂର୍ତ୍ତି ପ୍ରସ୍ତୁତିର ଶେଷସ୍ପର୍ଶ


(ବେତାର ବ୍ୟୁରୋ) ସାମନାକୁ ଆସିଛି ବଲିଉଡ ଆଇକନ୍ ଶ୍ରୀଦେବୀଙ୍କ ମହମ ମୂର୍ତ୍ତିର ଫଟୋଚିତ୍ର । ସିଙ୍ଗାପୁରର ମେଡମ ତୁସାଦ ମ୍ୟୁଜିୟମଠାରେ ଏହି ମୂର୍ତ୍ତିର ଅନାବରଣ କରାଯାଇଛି । 

ଏହି ଦିବଂଗତ ବଲିଉଡ ନାୟିକାଙ୍କ ମୂର୍ତ୍ତିକୁ ତାଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଯୋଜକ ବୋନି କପୁର, ଝିଅ ଜାହ୍ନବୀ କପୁର ଓ ଖୁସି କପୁର ଏହି ମୂର୍ତ୍ତି ଅନାବରଣ କରିଛନ୍ତି ।

ଭାବ ବିହ୍ୱଳ ଜାହ୍ନବୀ, ଖୁସି

ମୂର୍ତ୍ତି ଅନାବରଣ ପରେ କିଛି ଫଟୋ ସାମନାକୁ ଆସିଛି । ଏହି ମୂର୍ତ୍ତି ଅବିକଳ ଶ୍ରୀଦେବୀଙ୍କ ପରି ହୋଇଛି । ଝିଅ ଜାହ୍ନବୀ ଓ ଖୁସି ଭାବ ବିହ୍ୱଳ ହୋଇ ଏହାକୁ ଦେଖୁଥିବାର ଫଟୋ ଦେଖିବାକୁ ମିଳିଛି। ସେମାନଙ୍କ ସହ ପୁରା ପରିବାର ଥିବାର ଫଟୋ ମଧ୍ୟ ସାମନାକୁ ଆସିଛି ।

ହୱା ହୱାଇ ଗୀତ ଚରିତ୍ରରେ ଶ୍ରୀଦେବୀଙ୍କ ମୂର୍ତ୍ତି

ଶ୍ରୀଦେବୀଙ୍କ ଅଭିନୀତ ‘ହୱା ହୱାଇ’ ଗୀତରେ ଥିବା ଲୁକକୁ ଏହି ମୂର୍ତ୍ତିରେ ଅବିକଳ ଭାବେ ଦୃଶ୍ୟମାନ କରାଯାଇଛି । ୧୯୮୭ରେ ମିଷ୍ଟର ଇଣ୍ଡିଆ ଚଳଚ୍ଚିତ୍ରର ଏହି ଗୀତ ବହୁତ ପ୍ରସିଦ୍ଧ ହୋଇଥିଲା । ଏହି ଫିଲ୍ମରେ ଅନିଲ କପୁରଙ୍କ ସହ ଶ୍ରୀଦେବୀଙ୍କୁ ଦେଖିବାକୁ ମିଳିଥିଲା । ଗୀତ ବହୁ ମାତ୍ରାରେ ଲୋକପ୍ରିୟ ହେବା ପରେ ଶ୍ରୀଦେବୀଙ୍କୁ ଲୋକେ ହୱା ହୱାଇ ଗର୍ଲ ନାଁ ଦେଇଥିଲେ ।

ପୂର୍ବରୁ ସୂଚନା ଦେଇଥିଲେ ବୋନି କପୁର

ମାଡେମ ତୁଷାଦ ଶ୍ରୀଦେବୀଙ୍କ ମହମ ପୁତ୍ତଳିକା ବନାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ପୂର୍ବରୁ ସ୍ୱାମୀ ବୋନି କପୁର ଟୁଇଟ କରି ଜଣାଇଥିଲେ । ସେପ୍ଟେମ୍ବର ୪ ତାରିଖରେ ମୂର୍ତ୍ତି ଅନାବରଣ ପୂର୍ବରୁ ୩ ତାରିଖ ଦିନ ବୋନି କପୁର ତାଙ୍କ ସାନ ଝିଅ ଖୁସିଙ୍କ ସହ ସିଙ୍ଗାପୁରରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ଜାହ୍ନବୀ କପୁର ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ, ମିଷ୍ଟର ଇଣ୍ଡିଆ, ସଦମା, ଲମହେ, ନାଗିନା, ମମ୍, ଚାଲବାଜ, ଇଂଲିଶ ବିଂଲିଶ ଭଳି ହିଟ୍ ତଥା ଲୋକପ୍ରିୟ ସିନେମାରେ ଅଭିନୟ କରିଥିବା ଶ୍ରୀଦେବୀଙ୍କ ଗତ ବର୍ଷ ମୃତ୍ୟୁ ଘଟିଥିଲା । 

#news #waxstatueofshridevi #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon