• ବେତାର ବ୍ୟୁରୋ

ଲେବର ରୁମରେ ପାର୍ଟନର ଥିଲେ କମିଥାଏ ପ୍ରସବ ଯନ୍ତ୍ରଣା: ଗବେଷଣା


(ବେତାର ବ୍ୟୁରୋ) ଅନେକ ସମୟରେ ପ୍ରସବ ବେଳେ ମହିଳାଙ୍କ ସ୍ୱାମୀଙ୍କୁ ଲେବର ରୁମରେ ପ୍ରବେଶ ଉପରେ ବାରଣ କରାଯିବାର ଦେଖିବାକୁ ମିଳିଥାଏ । ଏହାକୁ ନେଇ ଅନେକ ତର୍କ ବିତର୍କ ସହ ନିକଟରେ ଏକ ଗବେଷଣା ମଧ୍ୟ ହୋଇଯାଇଛି । ପ୍ରସବ ଯନ୍ତ୍ରଣା ବେଳେ ମହିଳାଙ୍କ ପାଖରେ ତାଙ୍କ ରୋମାଣ୍ଟିକ ପାର୍ଟନରଙ୍କ ଉପସ୍ଥିତି କଷ୍ଟ ସହ୍ୟ କରିବାର କ୍ଷମତା ବଢାଇଥାଏ ବୋଲି ଏହି ଗବେଷଣାରୁ ଜଣାପଡିଛି । ତେଣୁ ଲେବର ରୁମରେ ପାର୍ଟନରଙ୍କ ରହିବା ଦ୍ୱାରା ମହିଳାଙ୍କ ଯନ୍ତ୍ରଣା ସହିବାର କ୍ଷମତା ବହୁ ପ୍ରତିଶତ ବଢିଯାଇଥାଏ ବୋଲି ରିସର୍ଚ୍ଚରୁ ଜଣାଯାଇଛି ।

୪୮ ଯୋଡିଙ୍କୁ ନେଇ ହୋଇଥିଲା ଗବେଷଣା

୪୫ଟି ଯୋଡିଙ୍କୁ ନେଇ ରିସର୍ଚ୍ଚରମାନେ ଏହି ସର୍ବେକ୍ଷଣ କରିଥିଲେ । ଏହି ଗବେଷଣାରେ ସମସ୍ତ ମହିଳା ପାର୍ଟନରଙ୍କ ହାତର ସବୁଠାରୁ ଛୋଟ ଆଙ୍ଗୁଠିକୁ ଏକ ମେଶିନ ମଧ୍ୟରେ ରଖାଯାଇଥିଲା । ଏହା ଉପରେ ଧୀରେ ଧୀରେ ୩ ପ୍ରେସର ପକାଯାଇଥିଲା । ଏହି ପକ୍ରିୟା ୩ ଥର କରାଯାଇଥିଲା । ୨ ଥର ମହିଳା ଏକୁଟିଆ ଥିବାବେଳେ ଏବଂ ଥରେ ନିଜ ପାର୍ଟନରଙ୍କ ଉପସ୍ଥିତିରେ ଏହି ପ୍ରେସର ଦିଆଯାଇଥିଲା ।

ପାର୍ଟନରଙ୍କ ଉପସ୍ଥିତିରେ ଅଧିକ ପ୍ରେସର ସହିଥିଲେ ମହିଳା

ଗବେଷଣାରୁ ଜଣାପଡିଥିଲା ଯେ, ମହିଳା ଏକୁଟିଆ ଥିବାବେଳେ ମେଶିନରେ ଦିଆଯାଉଥିବା ପ୍ରେସର କମ୍ ସମ୍ଭାଳି ପାରିଥିଲେ । ୩ କେଜିରୁ ପ୍ରାୟ ୨.୫ କେଜିର ଚାପ ସେମାନେ ସହିଥିବାବେଳେ ସେମାନଙ୍କ ରୋମାଣ୍ଟିକ ପାର୍ଟନରଙ୍କ ଉପସ୍ଥିତିରେ ଏହା ୨.୮ କେଜିକୁ ବଢି ଯାଇଥିଲା ।

ସ୍ପର୍ଶ ଓ କଥାବାର୍ତ୍ତା ମହିଳାଙ୍କୁ ଅଧିକ ସହନଶୀଳ କରିଥାଏ

ପ୍ରସବ ଯନ୍ତ୍ରଣାବେଳେ ମହିଳାମାନଙ୍କ ସହ ସେମାନଙ୍କ ପାର୍ଟନର ଲଗାତାର ପ୍ରେମଭରା କଥାବାର୍ତ୍ତା ଓ ସ୍ପର୍ଶ କରିବା ଦ୍ୱାରା ମଧ୍ୟ ମହିଳାଙ୍କୁ କମ୍ କଷ୍ଟ ହୋଇଥାଏ । ଯଦି କୌଣସି କାରଣରୁ ପ୍ରସୂତିଙ୍କ ସହ ତାଙ୍କ ପାର୍ଟନର କଥା ହୋଇପାରୁନାହାନ୍ତି ତେବେ ଲେବର ରୁମରେ ତାଙ୍କ ଉପସ୍ଥିତି ହିଁ ମହିଳାଙ୍କ ମାନସିକ ସ୍ଥିତିକୁ ଆହୁରି ମଜଭୁତ କରି ଶକ୍ତି ବଢାଇବାରେ ସହାୟକ ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି ।

#Lifestyle #relationship #HealthCare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon