• ବେତାର ବ୍ୟୁରୋ

ଶିକ୍ଷକ ହେବେ କ୍ୟାରିୟର କାଉନସେଲର : ଓଡିଶାରେ ଦୁଇଲକ୍ଷ ପାଇବେ ‘ନିଷ୍ଠା’ ଟ୍ରେନିଂ


(ବେତାର ବ୍ୟୁରୋ) ସାରା ଦେଶରେ ପ୍ରାଥମିକସ୍ତରର ଶିକ୍ଷକ, ଶିକ୍ଷୟତ୍ରୀମାନେ ବିଶ୍ଵସ୍ତର ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷଦାନ କରିବା ସ୍କିମ ନ୍ୟାସନାଲ ଇନିସିଏଟିଭ ଫର ହେଡମାଷ୍ଟର୍ସ ଆଣ୍ଡ ଟିଚର୍ସ ହୋଲିଷ୍ଟିକ୍ସ ଆଡଭର୍ସମେଣ୍ଟ (ନିଷ୍ଠା)ରାଜ୍ୟରେ ଲାଗୁ ହୋଇସାରିଛି।

ଏହି ପ୍ରକ୍ରିୟାରେ ସାରା ରାଜ୍ୟରୁ ପ୍ରଥମେ ଦକ୍ଷ ତାଲିମ୍ ପ୍ରାପ୍ତ ଶିକ୍ଷକ (କେଆରପି) ଚୟନ ହେବ । ସେହି ଶିକ୍ଷକମାନେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଯୁକ୍ତ ଜାତୀୟ ତାଲିମପ୍ରାପ୍ତ ଶିକ୍ଷକଙ୍କ ଦ୍ଵାରା ତାଲିମ ପାଇବା ପରେ ବ୍ଲକ ସ୍ତରରେ ଶିକ୍ଷକମାନଙ୍କୁ ଟ୍ରେନିଂ ଦେବେ।

ଚୟନ ହେବ କେଆରପି

ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ମଜାଦାର ପ୍ରକ୍ରିୟାରେ ଶିକ୍ଷାଦାନ, ଆଧୁନିକ ଶିକ୍ଷା ପ୍ରଣାଳୀ ଶୟତା ଅଭ୍ୟସ୍ତ କରାଇଆବା ଓ ଆରମ୍ଭରୁ କ୍ୟାରିୟର କାଉନସେଲିଙ୍ଗ କରାଇବା ଏହି ଟ୍ରେନିଂ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଏସସିଇଆରଟି ନିର୍ଦ୍ଦେଶାଳୟ ପକ୍ଷରୁ ଏବେ କେଆରପି ବ୍ୟକ୍ତି ବାଛିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ପାଇଁ ଓପେପ୍ସା ଏବଂ ଏସସିଇଆରଟିର ମିଳିତ ସହଯୋଗରେ ଏକ କମିଟି ଗଠନ ହୋଇଛି। ଉକ୍ତ କମିଟି କେଆରପିଙ୍କୁ ବାଛିବା କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଆସନ୍ତା ସପ୍ତାହକ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବା ପରେ ଏହି ସମ୍ବଳମାନେ ଜାତୀୟ ସ୍ତରରେ ନିଯୁକ୍ତ ହୋଇଥିବା 120 ଜଣ ତାଲିମଦାତାଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରିବେ । ଏହାପରେ ତାଲିମ ପ୍ରାପ୍ତ କେଆରପିଙ୍କ ଦ୍ଵାରା ବ୍ଲକସ୍ତରରେ ସିଧାସଳଖ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଚଳିତବର୍ଷ ଏକକାଳୀନ ୨.୧୨ଲକ୍ଷ ଶିକ୍ଷକ ତାଲିମ ଗ୍ରହଣ କରିବେ।

ଏହାଦ୍ବାରା ପୂର୍ବରୁ ଶିକ୍ଷକମାନଙ୍କୁ ତାଲିମ ଦେବାପାଇଁ ଚଳି ଆସୁଥିବା ତ୍ରିସ୍ତରୀୟ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି। ରାଜ୍ୟସ୍ତର, ଜିଲାସ୍ତର ଏବଂ ବ୍ଲକସ୍ତରୀୟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ଏଣିକି କେବଳ ବ୍ଲକସ୍ତରରେ ଦକ୍ଷ ତାଲିମପ୍ରାପ୍ତ ଶିକ୍ଷକ (କେଆରପି) ଜରିଆରେ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଏହାଦ୍ବାରା ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ବଚ୍ଛତା ଭିତ୍ତିରେ ଶିକ୍ଷକଙ୍କୁ ତାଲିମ ମିଳି ପାରିବ ।

ସେହିପରି ଉର୍ଦୁଶିକ୍ଷାକୁ ଗୁରୁତ୍ବ ଦେଇ ଏସସିଇଆରଟି ପକ୍ଷରୁ ଓଡ଼ିଆ ଏବଂ ଉର୍ଦୁ ଶବ୍ଦକୋଷ ମାଗଣାରେ ଶିକ୍ଷକମାନଙ୍କୁ ବଣ୍ଟନ କରାଯାଉଛି। ଏହାଦ୍ବାରା ଉର୍ଦୁ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନବେଳେ ସରଳ ଓ ବୋଧଗମ୍ୟ ହୋଇପାରିବ ବୋଲି ନିର୍ଦେଶାଳୟ ଲକ୍ଷ୍ୟ ରଖିଛି।

#modigovt #odishagovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon