• ବେତାର ବ୍ୟୁରୋ

ବ୍ଲକବଷ୍ଟର ‘ସାହୋ’: ପ୍ରଥମ ସପ୍ତାହରେ ସର୍ବାଧିକ ଆୟକାରୀ 5 ଫିଲ୍ମରେ ସାମିଲ


(ବେତାର ବ୍ୟୁରୋ) ଗତ ସପ୍ତାହରେ ରିଲିଜ ହୋଇଥିବା ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁର ଅଭିନୀତ ‘ସାହୋ’ ଫିଲ୍ମକୁ ମିଳିଛି ବଡ ସଫଳତା । ପରଦାକୁ ଆସିବାର ସପ୍ତାହେ ପରେ ଏହା ଚଳିତ ବର୍ଷର ସର୍ବାଧିକ ଆୟକାରୀ 5 ଫିଲ୍ମ ମଧ୍ୟରେ ସାମିଲ ହୋଇଛି । ଫିଲ୍ମକୁ ନେଇ ସେତେ ଭଲ ରିଭ୍ୟୁ ମିଳି ନ ଥିଲେ ହେଁ ଏହା ଚଳଚ୍ଚିତ୍ରର ଆୟ ଉପରେ ପ୍ରଭାବ ପକାଇ ପାରିନାହିଁ । ଫଳରେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇପାରିଛି ।

100 କୋଟି କ୍ଲବରେ ସାମିଲ

ଫିଲ୍ମର ହିନ୍ଦୀ ଭର୍ସନ ପ୍ରଥମ ସପ୍ତାହ ସୁଦ୍ଧା ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ କରି ଶହେ କୋଟି କ୍ଲବରେ ସାମିଲ ହୋଇଛି । ଗୁରୁବାର ପ୍ରାୟ 6 କୋଟି ଟଙ୍କା ଆୟ କରିବା ପରେ ଏହାର ସମୁଦାୟ ବ୍ୟବସାୟ 115 କୋଟିରେ ପହଞ୍ଚିଛି । ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ରେକର୍ଡ ଆଗକୁ ବଢିବାର ଆଶା ରହିଛି ।

ମୁମ୍ବାଇରେ ବର୍ଷା ଯୋଗୁ କମିଛି ଆୟ

ପୁରା ସପ୍ତାହରେ ଫିଲ୍ମର କଲେକ୍ସନ ଠିକ୍ ଥିବାବେଳେ ମୁମ୍ବାଇରେ ଆୟ ଆଶାନୁପାତ ହୋଇପାରିନାହିଁ । ପ୍ରବଳ ବର୍ଷା ଯୋଗୁ ଫିଲ୍ମର ଆୟ ହ୍ରାସ ପାଇଛି । ତେବେ ସାଉଥ ମାର୍କେଟକୁ ଛାଡି କେବଳ ହିନ୍ଦୀ ଭର୍ସନରେ ଫିଲ୍ମକୁ ଏପରି ସଫଳତା ମିଳିଛି ।

ଦ୍ୱିତୀୟ ସପ୍ତାହରେ ଯଦି ଫିଲ୍ମଟି ଏହି କ୍ରମରେ ଆୟ କରେ ତେବେ ଏହା ଆଉ ଏକ ରେକର୍ଡ କରି ସର୍ବାଧିକ କଲେକ୍ସନ କରିଥିବା ୪ ଫିଲ୍ମ ତାଲିକାରେ ସାମିଲ ହୋଇପାରେ । ଏହି ଚଳଚ୍ଚିତ୍ରରେ ମୋଟ ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ରିପୋର୍ଟ ମୁତାବକ ଫିଲ୍ମର ମୋଟ ଆୟ ୱାର୍ଲ୍ଡ ୱାଇଡ (ବିଶ୍ୱ ସ୍ତରରେ) ୩୫୦ କୋଟି ପର୍ଯ୍ୟନ୍ତ ପହଞ୍ଚି ସାରିଛି ।

ସୁଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଥ୍ରିଲର ଫିଲ୍ମରେ ପ୍ରଭାସ, ଶ୍ରଦ୍ଧାଙ୍କ ସମେତ ଜ୍ୟାକି ସ୍ରଫ, ନୀଲ ନୀତିନ ମୁକେଶ, ଅରୁଣ ବିଜୟ ଚଙ୍କି ପାଣ୍ଡେ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

#news #saaho #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon