- ବେତାର ବ୍ୟୁରୋ
ଶାନ୍ତିରେ ଶୋଇବାରେ ଅସୁବିଧା ହେଉଛି କି? ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

(ବେତାର ବ୍ୟୁରୋ) ଶାନ୍ତିରେ ଗଭୀର ନିଦ୍ରା ଯିବାରେ ଏବେ ଅନେକଙ୍କ ସମସ୍ୟା । କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟଗତ କାରଣରୁ ଏହା ହୋଇଥିବା ବେଳେ ଅନେକ କ୍ଷେତ୍ରରେ ବାସ୍ତୁଗତ ପ୍ରଭାବ ମଧ୍ୟ ଦାୟୀ ହୋଇଥାଏ । ଶୋଇବା ଘରର ସାଜସଜ୍ଜା ନିଦ୍ରାକୁ ପ୍ରଭାବିତ କରିଥାଏ । ତେଣୁ ବାସ୍ତୁଶାସ୍ତ୍ରରେ ସୁଖଦ ନିଦ୍ରା ପାଇଁ ରହିଛି ଅନେକ ଉପାୟ ।
ଜାଣନ୍ତୁ କ’ଣ ସେହିସବୁ ।
ଠିକ୍ ଦିଗରେ ପକାନ୍ତୁ ବେଡ
ବେଳେବେଳେ ଭୁଲ ଦିଗରେ ଶୋଇବା ମଧ୍ୟ ଗଭୀର ନିଦ୍ରା ନ ହେବାର କାରଣ ହୋଇଥାଏ । ବେଡର ମୁଣ୍ଡ ରଖି ଶୋଇବା ପଟ ସର୍ବଦା ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ରହିବା ଆବଶ୍ୟକ । ଗେଷ୍ଟ ରୁମର ବେଡର ମୁଣ୍ଡ ପାଖ ପଶ୍ଚିମ ଦିଗରେ ରହିଲେ ମଧ୍ୟ ଅସୁବିଧା ନ ଥାଏ । ଏହା ଦ୍ୱାରା ଶୋଇବାରେ ଶାନ୍ତି ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।
ସେହିପରି କବାଟ ସମ୍ମୁଖରେ ବେଡ ନ ପକାଇବାକୁ ବାସ୍ତୁରେ କୁହାଯାଇଛି । ଯଦି କବାଟ ସମ୍ମୁଖରେ ବେଡ ହଟାଇବା ସମ୍ଭବ ନୁହେଁ ତେବେ କବାଟରେ ସର୍ବଦା ପରଦା ପକାଇବା ଉଚିତ ।
ବେଡରୁମରେ ରଖନ୍ତୁନି ଟିଭି, କମ୍ପ୍ୟୁଟର
ଶୋଇବା ଘରେ ଅନେକେ ଟିଭି, କମ୍ପ୍ୟୁଟର ପରି ବୈଦ୍ରୁତିକ ଉପକରଣ ରଖିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ ଏହା ରଖିବା ଉଚିତ ନୁହେଁ । ଟିଭିରୁ ବାହାରୁଥିବା ଶରୀର ଅନୁପଯୋଗୀ ଆଲୋକ ଆମ ନିଦ୍ରାରେ ବାଧା ସୃଷ୍ଟି କରିଥାଏ ।
ମୁଣ୍ଡ ପଛରେ ଝରକା ଖୋଲା ରଖନ୍ତୁ ନାହିଁ
ଯଦି ଆପଣଙ୍କ ଶୋଇବା ଘରେ ବେଡକୁ ଲାଗି ଝରକା ରହିଛି ଏବଂ ଏହା ଆପଣଙ୍କ ମୁଣ୍ଡ ଉପରେ ରହୁଛି ତେବେ ଶୋଇବା ବେଳେ ,ସହି ଝରକାକୁ ଖୋଲା ରଖନ୍ତୁ ନାହିଁ । ଏହା ଦ୍ୱାରା ନିଦ୍ରା ପ୍ରଭାବିତ ହୋଇଥାଏ । ଏପରିକି ଅନେକ ସମୟରେ ଭୟଙ୍କର ସ୍ୱପ୍ନ ମଧ୍ୟ ଆସିଥାଏ ।
ପାଣି, ପାହାଡ ଚିତ୍ର ଥିବା ଫଟୋ ଲଗାନ୍ତୁ ନାହିଁ
ଶୋଇବା ଘରେ ପାଣି, ଝରଣା, ପାହାଡ ଚିତ୍ର ଥିବା ଫଟୋ ଲଗାଇବାକୁ ବାସ୍ତୁଶାସ୍ତ୍ରରେ ମନା କରାଯାଇଛି । ଏହା ଦ୍ୱାରା ନିଦ ପ୍ରଭାବିତ ହୋଇଥାଏ ।