• ବେତାର ବ୍ୟୁରୋ

ଅଧିକ ଟଙ୍କାର ଚାଲାଣ ଚିନ୍ତା ବଢାଉଛି ? ଜାଣନ୍ତୁ କିପରି ଏଥିରୁ ବଞ୍ଚିବେ


(ବେତାର ବ୍ୟୁରୋ) ଚଳିତ ସେପ୍ଟେମ୍ବରୁ ଟ୍ରାଫିକ୍ ନିୟମ କଡାକଡି କରିଦିଆଯାଇଛି ଏବଂ ଏହାପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ବଡ଼ ବଡ଼ ଜୋରିମାନା ମାମଲା ସାମ୍ନାକୁ ଆସିଅଛି ।ଯେପରି କି ଗୋଟିଏ ସ୍କୁଟିବାଲାର ୨୩ହଜାର ଟଙ୍କାର ଚାଲାଣ କଟାଯାଇଥିବା ବେଳେ ଗୋଟିଏ ଅଟୋବାଲାର ୩୨ହଜାର ଟଙ୍କାର ଚାଲାଣ କଟାଯାଇଛି ।

ତେବେ ଏଥିରୁ ବର୍ତ୍ତିବା ପାଇଁ କିଛି ଉପାୟ ମଧ୍ୟ ରହିଛି , ଆସନ୍ତୁ ଜାଣିବା ସେଗୁଡିକ କଣ ।

ଆପ ବ୍ୟବହାର କରନ୍ତୁ

କେନ୍ଦ୍ର ସରକାର ଗତ 2018 ମସିହାରେ ଜାରି କରୁଥିବା ନିୟମ ଅନୁସାରେ ଏଣିକି ଆପଣ ଡିଜି ଲକର (DigLocker) ତଥା ଏମପରିବହନ (mParivahan) ଆପ ଜରିଆରେ ନିଜର ଗାଡି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ତଥା ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରମାଣ ପତ୍ର ରଖିପାରିବେ । ଏହାସହିତ ଅନ୍ୟାନ୍ୟ ସାର୍ଟିଫିକେଟ

ଯଥା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ରଖିବାର ବ୍ୟବସ୍ଥା ଡିଜିଲକରରେ ରହିଛି ।

ଏଣୁ ଯଦି ଆପଣ ହେଲମେଟ ପିନ୍ଧିଛନ୍ତି ଓ ପାଖରେ ଏହି ଆପରେ ଜରୁରୀ କାଗଜପତ୍ରର ନକଲ ରଖିଛନ୍ତି, ତେବେ ଆପଣ ଅଧିକ ମୂଲ୍ୟର ଚାଲାଣ କଟାରୁ ବଞ୍ଚିଯାଇ ପାରିବେ ।

କୋର୍ଟ ଚାଲାଣ

ନୂଆ ଟ୍ରାଫିକ ନିୟମ ଅନୁସାରେ ଟ୍ରାଫିକ ପୋଲିସ ଆପଣଙ୍କୁ ଘଟଣାସ୍ଥଳରେ ଟ୍ରାଫିକ ଫାଇନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ ।

ନୂଆ ନିୟମ ଅନୁଯାୟୀ ଜୋରିମାନା ଦେବା ପାଇଁ କୋର୍ଟକୁ ଯିବାର ବ୍ୟବସ୍ଥା ରହିଛି । ସେଠାରେ ଟ୍ରାଫିକ୍ ପୋଲସ୍ ଅଧିକାରୀଙ୍କ ଟ୍ରାଫିକ୍ ରେଜିଷ୍ଟର ମିଳିବ ଯେଉଁଠାରେ ଆପଣଙ୍କୁ ଚାଲାଣ ନମ୍ବର ଏବଂ ଗାଡି ନମ୍ବର ଦେଖାଇ ନିଜ ଅପରାଧ ମାନିବା କିମ୍ବା ନ ମାନିବାର ଦୁଇଟି ବିକଳ୍ପ ମିଳିବ ।

ଅପରାଧ ମାନୁଥିଲେ ନୂଆ ନିୟମ ଅନୁଯାୟୀ ଟଙ୍କା ଦେବାକୁ ପଡିବ କିନ୍ତୁ ଯଦି ଆପଣ ଅପରାଧକୁ ଅସ୍ଵୀକାର କରିବେ ତେବେ ଲିଖିତ ଆକାରରେ ଟ୍ରାଫିକ୍ ପୋଲସ୍ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଉପସ୍ଥାପନ କରିବା ପାଇଁ କହିପାରିବେ ।

ଦିଲ୍ଲୀର ଜଣେ ଓକିଲଙ୍କ କହିବା ଅନୁଯାୟୀ ଚାଲାଣ ବିରୋଧରେ ହୋଇଥିବା କେସ୍ ସମ୍ପର୍କରେ ପୋଲିସ୍ ନିଜର ଯୁକ୍ତି ରଖିପାରିନଥାଏ କାରଣ ମଟର ଭେଇକିଲ୍ ଆକ୍ଟ୍ ଅନୁଯାୟୀ ଚାଲାଣ ଉପରେ ସାକ୍ଷୀର ଦସ୍ତଖତ ରହିବା ଜରୁରୀ ହୋଇଥାଏ । ତେବେ ଅନେକ ମାମଲାରେ ଦସ୍ତଖତ ନକଲି ବୋଲି ଜଣାପଡିଥାଏ ।

ଗାଡି ଜବତ ହୋଇଥିଲେ

ସେହିପରି ଯଦି ଆପଣଙ୍କ ପାଖରେ ଗାଡିର କାଗଜପତ୍ର ନଥାଏ ତେବେ ଗାଡିଟିକୁ ଜବତ କରିବାର ଅଧିକାର ମଧ୍ୟ ରହିଛି । ଏହାପରେ କୋର୍ଟକୁ ଯାଇ ଗାଡିର ଅସଲି ମାଲିକ ସମସ୍ତ କାଗଜ ପତ୍ର ସହିତ ଗାଡି ଉପରେ ଅଧିକାର ସାବ୍ୟସ୍ତ କରିଲେ ଗାଡିଟିକୁ ଫେରି ପାଇପାରିବେ ।

#TraficRule #Citizen

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon