• ବେତାର ବ୍ୟୁରୋ

ରାଶିଫଳ ସେପ୍ଟେମ୍ବର 9-15 : ଏ ସପ୍ତାହରେ ଦୁଇଟି ଗ୍ରହ ଚଳନ, ଏମିତି ମିଳିବ ଫଳ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ଧନୁ ରାଶିର ଉତ୍ତରଷାଢା ନକ୍ଷତ୍ରରୁ ଗତି ଆରମ୍ଭ କରି ମୀନ ରାଶିର ଉତ୍ତରଭାଦ୍ରପଦ ନକ୍ଷତ୍ର ଯାଏଁ ଭ୍ରମଣ କରିବେ । ଏହି ସମୟରେ ଧନୁ, ମକର, କୁମ୍ଭ ଓ ମୀନ ରାଶିରେ ପ୍ରଭାବ ପଡିବା ସହିତ ମିଥୁନ, କର୍କଟ, ସିଂହ ତଥା କନ୍ୟା ରାଶି ଉପରେ ଚନ୍ଦ୍ର ଚଳନର ପ୍ରଭାବ ପଡିବ ।

ସେହିପରି ଏହି ସପ୍ତାହରେ ଶୁକ୍ର ଗ୍ରହ ଓ ବୁଧ ଗ୍ରହ ନୂଆ ରାଶିକୁ ଗମନ କରୁଥିବାରୁ ଏହାର ପ୍ରଭାବ ମଧ୍ୟ ସମସ୍ତ ରାଶି ଉପରେ ଉନାଧିକ ଅନୁଭୂତ ହେବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ଖୁସିବାସର ସମୟ ଆସିବ । ଆପଣଙ୍କ ସପକ୍ଷରେ ଥିବାରୁ ଚାହୁଁଥିବା କାମରେ ସଫଳତା ପାଇବେ । ସପ୍ତାହ ମଝି – ଯଦି ପରିଶ୍ରମ କରିବେ ତେବେ ନୂଆ ଯୋଜନା ସଫଳ ହେବ । ସପ୍ତାହାନ୍ତ – ସ୍ଥିତି ଅଧିକ ଭଲ ହେବ । ବୃଷ :ସପ୍ତାହ ଆରମ୍ଭ – ଆର୍ଥିକ ଦୃଷ୍ଟିକୋଣରୁ ଲାଭ ହୋଇପାରେ । ସପ୍ତାହ ମଝି – ନୂଆ କିଛି କରିବାକୁ ଚାହୁଁ ଥିଲେ ନିଜ ମନ କଥା ହିସାବରେ କାର୍ଯ୍ୟ କରନ୍ତୁ, ସଫକତା ମିଳିବ । ସପ୍ତାହାନ୍ତ – କାର୍ଯ୍ୟକ୍ଷେତ୍ରରେ ଅସୁବିଧା ହୋଇପାରେ ।

ମିଥୁନ :ସପ୍ତାହ ଆରମ୍ଭ – ପରିବାର ନିମନ୍ତେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ସପ୍ତାହ ମଝି – କୌଣସି କାରଣରୁ ମନରେ ବ୍ୟଥା ଓ ବିରକ୍ତି ଆସିପାରେ । ସପ୍ତାହାନ୍ତ – ଅଧିକ ଖର୍ଚ୍ଚ ଯୋଗ ରହିଛି ।

କର୍କଟ : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସହକର୍ମୀ , ଉଚ୍ଚ ଅଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହେବେ । ସପ୍ତାହ ମଝି – ଭାବିଚିନ୍ତି ନିର୍ଣ୍ଣୟ ନେଲେ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ସପ୍ତାହାନ୍ତ – ପରିବାରରେ ସୁଖଶାନ୍ତିର ସମୟ ରହିବ ।

ସିଂହ : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସୁଖଶାନ୍ତିର ପରିବେଶ ରହିବ । ସପ୍ତାହ ମଝି – ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ଲାଗି ଯେଉଁସବୁ ପଦକ୍ଷେପ ନେବେ ତାହା ଆଗକୁ ସଫଳ ହେବ । ସପ୍ତାହାନ୍ତ – ଯଦି ଯାତ୍ରାର କାର୍ଯ୍ୟକ୍ରମ ରହିଛି ତେବେ ଏହାକୁ ସ୍ଥଗିତ କରିପାରିଲେ ଭଲ । କଥାବାର୍ତ୍ତା ଦ୍ଵାରା ସମସ୍ୟାର ସମାଧାନ କରନ୍ତୁ ।

କନ୍ୟା : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସ୍ଥିତି ଉନ୍ନତ ହେବ । ସପ୍ତାହ ମଝି – କୌଣସି ଆଇନଗତ ମାମଲା ଫସି ରହିଥିଲେ ସେଥିରେ ସଫଳତା ପାଇବେ । ସପ୍ତାହାନ୍ତ – ଖର୍ଚ୍ଚ ଯୋଗ ବଢିପାରେ , ଯାତ୍ରା ଦୂରେଇପାରିଲେ ଭଲ ।

ତୁଳା : ସପ୍ତାହ ଆରମ୍ଭ – ଆର୍ଥିକ ଲାଭ ଓ ଅନ୍ୟାନ୍ୟ ସୁଖ ମିଳିବ । ସପ୍ତାହ ମଝି – କୌଣସି କାର୍ଯ୍ୟନିମନ୍ତେ ଯାତ୍ରା କରିବାକୁ ପଡୁଥିଲେ ସଫଳ ହେବେ । ସପ୍ତାହାନ୍ତ – କର୍ମକ୍ଷେତ୍ରରେ ଅନ୍ୟକୁ ଭଲ ନ ଲାଗିଲେ ବି ନିଜ କଥା ସମସ୍ତଙ୍କ ସାମ୍ନାରେ ରଖନ୍ତୁ ।

ବିଛା : ସପ୍ତାହ ଆରମ୍ଭ – କର୍ମକ୍ଷେତ୍ରରେ ସଫଳ ହେବେ ଓ ପୂର୍ବରୁ ଲାଗିରହିଥିବା ଅସୁବିଧାର ସମାଧାନ ଖୋଜିପାରିବେ । ସପ୍ତାହ ମଝି – କୌଣସି ଏକ କାମ ଅସୁବିଧାରେ ପକାଇପାରେ , ତେବେ ସେଥିରୁ ମୁକୁଳିବାର ବାଟ ମଧ୍ୟ ମିଳିବ । ସପ୍ତାହାନ୍ତ – ଉଚ୍ଚ ଅଧିକାରୀଙ୍କ ସହିତ ବାଦବିବାଦରୁ ବଞ୍ଚନ୍ତୁ , ପର କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ । ଧନୁ : ସପ୍ତାହ ଆରମ୍ଭ – ଆତ୍ମବିଶ୍ଵାସ ବୃଦ୍ଧି ପାଇବ ତଥା ମନ ପ୍ରଫୁଲ୍ଲ ରହିବ । ସପ୍ତାହ ମଝି – ଯେ କୌଣସି କାମରେ ସଫଳତା ପାଇବେ । ସପ୍ତାହାନ୍ତ – ପରିଶ୍ରମ ଅନୁସାରେ ଫଳ ପାଇବେ ।

ମକର : ସପ୍ତାହ ଆରମ୍ଭ – ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ , ଏଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ସପ୍ତାହ ମଝି – ଠିକ ଭାବେ କାମ କଲେ ମଧ୍ୟ କୌଣସି କାମରେ ବାଧା ଆସିପାରେ । ସପ୍ତାହାନ୍ତ – ଆର୍ଥିକ ଲାଭର ସମୟ , ପାରିବାରିକ ସୁଖଶାନ୍ତି ମିଳିବ ।

କୁମ୍ଭ : ସପ୍ତାହ ଆରମ୍ଭ – କୌଣସି କାମ ଆରମ୍ଭ କରିବାକୁ ଚାହୁଁଥିଲେ ସେଥିରେ ସଫଳ ହେବେ । ସପ୍ତାହ ମଝି – ସମୟ ସେତେଟା ଭଲ ନ ରହିପାରେ , ତେବେ ଭାବିଚିନ୍ତି ବିବେକର ସହିତ କାର୍ଯ୍ୟ କଲେ ସଫଳତା ମିଳିବ । ସପ୍ତାହାନ୍ତ – ପରିସ୍ଥିତି ସୁଧୁରିବା ସହିତ ସଫଳତା ମିଳିବ ।

ମୀନ : ସପ୍ତାହ ଆରମ୍ଭ – ପରିଶ୍ରମ ଅନୁସାରେ ଫଳ ମିଳିବ । ସପ୍ତାହ ମଝି – କାର୍ଯ୍ୟରେ ସଫଳତା ପାଇ ଆନନ୍ଦିତ ହେବେ । ସପ୍ତାହାନ୍ତ – କୌଣସି ଟଙ୍କା ଡେଣନେଣ ମାମଲାରେ ଭାବିଚିନ୍ତି କାରବାର କରନ୍ତୁ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon