• ବେତାର ବ୍ୟୁରୋ

କନ୍ୟା ରାଶିରେ ଶୁକ୍ର ଚଳନ: ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ


(ବେତାର ବ୍ୟୁରୋ) ନବଗ୍ରହ ମଧ୍ୟରେ ଶୁକ୍ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ । ଏହା ବ୍ୟକ୍ତିର ଜୀବନରେ ବହୁ ପ୍ରଭାବ ପକାଇଥାଏ ।ମଙ୍ଗଳବାର  (୧୦ ସେପ୍ଟେମ୍ବର)ରେ ନୈସର୍ଗିକ ଶୁଭ ଗ୍ରହ  ଶୁକ୍ର କନ୍ୟାରାଶିରେ ପ୍ରବେଶ କରିଛି  । ୪ ଅକ୍ଟୋବର ୨୦୧୯ ଭୋର ୪ଟା ୫୬ ମିନିଟ୍ ପର୍ଯ୍ୟନ୍ତ କନ୍ୟା ରାଶିରେ ଶୁକ୍ର ଗ୍ରହ ଚଳନ କରିବ । ଏହା ପରେ ତୁଳା ରାଶିରେ ଏହାର ପ୍ରବେଶ ହେବ । ତେବେ କନ୍ୟାରେ ଶୁକ୍ର ଚଳନ ଯୋଗୁ କେଉଁ ରାଶି ଉପରେ ଏହାର କି ପ୍ରଭାବ ପଡିବ ଜାଣନ୍ତୁ ।

ମେଷ

ଏହି ରାଶିର ଲୋକେ ସ୍ୱାସ୍ଥ୍ୟ, ଚାକିରି, ବିବାହ ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଭୋଗିପାରନ୍ତି ।  ଶତ୍ରୁ ବଢିବାର ଆଶଙ୍କା ରହିଛି । କାର୍ଯ୍ୟକ୍ଷେତ୍ରରେ ଅସୁବିଧା ହୋଇପାରେ । ଆବଶ୍ୟକ ନ ଥିଲେ ବାହାରକୁ ଯାତ୍ରା କରନ୍ତୁ ନାହିଁ । ଶୁକ୍ରବାର ଚାଉଳ ଦାନ କରନ୍ତୁ ।

ବୃଷ

ବୈବାହିକ ଜୀବନ ସୁଖକର ହେବ । ସନ୍ତାନ ସନ୍ତତି ପ୍ରାପ୍ରର ଯୋଗ ରହିଛି । ଆର୍ଥିକ ସ୍ଥିତି ସୁଧୁରିପାରେ । ଚାକିରି ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଉନ୍ନତି । ମାନ ସମ୍ମାନ ବୃ୍ଦ୍ଧି ପାଇବ । ମା’ ଦୁର୍ଗାଙ୍କ ଆରାଧନା କରନ୍ତୁ ।

ମିଥୁନ

ଦୀର୍ଘଦିନରୁ ଅଟକି ରହିଥିବା କାମ ପୂରଣ ହେବ । ପରିବାରରେ ସୁସ୍ଥତା ବଜାୟ ରହିବ । ଆର୍ଥିକ ଓ ଭୌତିକ ସୁ୍ଖ ପ୍ରାପ୍ତିର ସମ୍ଭାବନା ରହିଛି । ଘରେ ସୁଖ, ଶାନ୍ତିର ବାତାବରଣ ରହିବ । ସମାଜରେ ଲୋକପ୍ରିୟତା ବଢିବ । ଶୁକ୍ରବାର ଚିନି ଦାନ କରନ୍ତୁ ।

କର୍କଟ

ସବୁକ୍ଷେତ୍ରରେ ସାହସିକତା ଦେଖାଇବେ । କାମ ପାଇଁ ଇଚ୍ଛା ବଢିବ । ଆର୍ଥିକ ସମୃଦ୍ଧିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ । ଦାନ ଧର୍ମରେ ରୁଚି ବଢିବ । ଇଚ୍ଛାଶକ୍ତିର ସଦୁପଯୋଗ କରନ୍ତୁ। ଶିଶୁକନ୍ୟାଙ୍କ ପୂଜା କରନ୍ତୁ ।

ସିଂହ

ଧନ ଲାଭର ଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ ।ନୂଆ ଜିନିଷ କିଣିପାରନ୍ତି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ । କଳା ସଙ୍ଗୀତ ପ୍ରତି ରୁଚି ବଢିବ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି ।

କନ୍ୟା

ବ୍ୟକ୍ତିତ୍ୱ ଆକର୍ଷଣୀୟ ହେବ । ସୌନ୍ଦର୍ଯ୍ୟକରଣ ଉତ୍ପାଦ ଉପରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ଇଚ୍ଛା ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନ ଲାଭର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ ।  ବ୍ୟବସାୟରେ ଲାଭ ହେବ । ଶିବଙ୍କୁ ଧଳା ଚନ୍ଦନ ଲଗାନ୍ତୁ ।

ତୁଳା

ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ବାହାରକୁ ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟରେ ଲାଭ ହେବ । ବୈବାହିକ ଜୀବନ ସୁଖକର ହେବ । ଭଗବାନ ଶିବଙ୍କୁ ଧଳାଫୁଲ ଚଢାନ୍ତୁ ।

ବିଛା

ଆୟ ବଢିପାରେ । ବନ୍ଧୁ, ପରିବାରଠାରୁ ସହଯୋଗ ମିଳିବ । ଉଦ୍ଧାର ଦେଇଥିବା ଟଙ୍କା ଫେରିପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ । କାର୍ଯ୍ୟକ୍ଷେତ୍ରରେ ସଫଳତା । ଘରେ ତୁଳସୀ ଗଛ ଲଗାନ୍ତୁ ।

ଧନୁ

ଶୁକ୍ରର ନକରାତ୍ମକ ପ୍ରଭାବ ପଡିପାରେ । କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଉପୁଜିପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଟଙ୍କା ପଇସା କାହାକୁ ଦେବାବେଳେ ସାବଧାନ ରୁହନ୍ତୁ । ମାନସିକ ଅଶାନ୍ତି ଦେଖାଦେଇପାରେ । ଶ୍ରୀ ଦୁର୍ଗା ସପ୍ତସପ୍ତୀଙ୍କ ଆରାଧନା କରନ୍ତୁ ।

ମକର

ଭାଗ୍ୟର ସାଥ ମିଳିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଚାକିିରି ବଦଳାଇବାକୁ ମନ ବଳାଇପାରନ୍ତି । ନୂଆଜିନିଷ କିଣି ପାରନ୍ତି । ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଇଚ୍ଛା ରଖିବେ । ତୀର୍ଥ ଯାତ୍ରାରେ ଯିବା ଶୁଭଙ୍କର ହେବ । ଶୁକ୍ରବାର ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ ।

କୁମ୍ଭ

ଆର୍ôଥକ ସ୍ଥିତି ମଜଭୁତ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଖର୍ଚ୍ଚ ବୃଦ୍ଧି ହେବ । ମନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଶିକ୍ଷା ତଥା ବିଭିନ୍ନ ପ୍ରତିଯୋଗିତାରେ ସଫଳତା ମିଳିପାରେ । ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ ।

ମୀନ

ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜିପାରେ । ଛୋଟ କଥାରେ ଝଗଡା ହୋଇପାରେ । ମାନସମ୍ମାନ ବଜାୟ ରଖିବା ଦିଗରେ ସତର୍କ ରୁହନ୍ତୁ । ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଧନହାନିର ଯୋଗ ରହିଛି । ଛୋଟ କନ୍ୟାଙ୍କୁ ଧଳା ରଙ୍ଗର ବସ୍ତୁ ଦାନ କରନ୍ତୁ ।

#news #astro

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon