• ବେତାର ବ୍ୟୁରୋ

ଅକ୍ଟୋବରରୁ ଷ୍ଟେଟ ବ୍ୟାଙ୍କ କମାଇବ ସର୍ଭିସ ଚାର୍ଜ, ଲାଗୁ ହେବ ଏହିସବୁ ସୁବିଧା


(ବେତାର ବ୍ୟୁରୋ) ଆସନ୍ତା ଅକ୍ଟୋବର ୧ ତାରିଖରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସର୍ଭିସ ଚାର୍ଜ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏନଇଏଫଟି, ଆରଟିଜିଏସ ଭଳି ସେବାରେ ଚାର୍ଜ କମାଇବା ସହିତ ଆକାଉଣ୍ଟରେ ମାସିକ ହାରାହାରି ବାଲାନ୍ସ ନ ଥିଲେ ମଧ୍ୟ ଗ୍ରାହକଙ୍କୁ ବଡ ରକମର ଟଙ୍କା ପେନାଲ୍ଟି ଦେବାକୁ ପଡିବ ନାହିଁ ବୋଲି ଜଣାଯାଇଛି। ମେଟ୍ରୋରେ କମିବ ସର୍ବନିମ୍ନ ଜମା ରାଶି ମେଟ୍ରୋ ସିଟି ଓ ସହରରେ ବାସ କରୁଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ଜମାରାଶି ଯଥାକ୍ରମେ ୫ ହଜାର ଓ ୩ ହଜାର ଟଙ୍କା ରଖିବା ବାଧ୍ୟତାମୂଳକ ରହିଛି। ହେଲେ ଅକ୍ଟୋବର ୧ ତାରିଖଠାରୁ ଉଭୟ ମେଟ୍ରୋ ଓ ପୂର୍ଣ୍ଣ ସହର ମାନ୍ୟତା ପାଇଥିବା ଅଞ୍ଚଳର ଗ୍ରାହକ ଅତିକମରେ ୩ ହଜାର ଟଙ୍କା ଜମା ରଖିବେ। ମାସିକ ହାରାହାରି ବାଲାନ୍ସ ୩ ହଜାର ଟଙ୍କା ନ ରଖିଲେ ଏଣିକି ୧୫ ଟଙ୍କା ସହ ଜିଏସଟି ମିଶାଇ ଜରିମାନା ଦେବାକୁ ହେବ। ଏବେ ଏହି ଜରିମାନା ବାବଦରେ ଗ୍ରାହକ ୮୦ ଟଙ୍କା ସହ ଜିଏସଟି ମିଶାଇ ଦେଉଛନ୍ତି। ଏହି ଆକାଉଣ୍ଟରେ ଲାଗିବନି ଜରିମାନା ସର୍ବନିମ୍ନ ଜମାରାଶି ନ ଥିଲେ ନୋ ଫ୍ରିଲ ଆକାଉଣ୍ଟ, ‘ପେହଲା କଦମ, ପେହଲି ଉଡାନ’, ୧୮ ବର୍ଷ ପର୍ଯ୍ୟନ୍ତ ନାବାଳକ/ନାବାଳିକାଙ୍କ ଆକାଉଣ୍ଟ, ଭତ୍ତା ପାଉଥିବା ହିତାଧିକାରୀ ତଥା ବିଭିନ୍ନ ଯୋଜନାରେ ସରକାରଙ୍କଠାରୁ ସିଧାସଳଖ ସହାୟତା ପାଉଥିବା ବ୍ୟକ୍ତିଙ୍କ ଆକାଉଣ୍ଟ, ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟଙ୍କ ଆକାଉଣ୍ଟରୁ ଅକ୍ଟୋବର ୧ ତାରିଖରୁ କୌଣସି ଜରିମାନା ବାବଦ ଅର୍ଥ ଲାଗୁ ହେବ ନାହିଁ। ସୂଚନାଯୋଗ୍ୟ, ଦରମା ବା ସାଲାରି ଆକାଉଣ୍ଟ, ବେସିକ ସେଭିଙ୍ଗ ଆକାଉଣ୍ଟ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲା ଯାଇଥିବା ଆକାଉଣ୍ଟରେ ହାରାହାରି ଜମା ରାଶି ନ ଥିଲେ ଜରିମାନା ଦେବାକୁ ପଡୁନାହିଁ। ଏନଇଏଫଟି, ଆରଟିଜିଏସ୍‌ ଏଥିସହ ଏନଇଏଫଟି ଓ ଆରଟିଜିଏସ୍‌ ସେବାରେ ମଧ୍ୟ କମ ଚାର୍ଜ ଲଗାଯାଇଛି। ଅକ୍ଟୋବର ପହିଲାରୁ ନେଟ୍‌ ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଯୋଗେ ଏନଇଏଫଟି ମାଧ୍ୟମରେ ୧୦ ହଜାର, ୧୦ ହଜାରରୁ ୧ ଲକ୍ଷ, ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଏବଂ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଟ୍ରାଞ୍ଜକଶନ କଲେ କୌଣସି ଦେୟ ଦେବାକୁ ପଡିବନି। ସେହିପରି ନେଟ୍‌ ବ୍ୟାଙ୍କିଙ୍ଗ କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଯୋଗେ ଆରଟିଜିଏସ ମାଧ୍ୟମରେ ୨ ଲକ୍ଷରୁ ୫ ଲକ୍ଷ ଏବଂ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଟ୍ରାଞ୍ଜାକସନରେ କୌଣସି ଦେୟ ଦେବାକୁ ପଡିବ ନାହିଁ। ତେବେ ବ୍ୟାଙ୍କ ଶାଖାରେ ଏହି ଦୁଇଟି ମାଧ୍ୟମରେ ଟଙ୍କା ଦେଣନେଣ କଲେ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ। ଏଟିଏମରୁ ୧୨ ଥର ମାଗଣାରେ ଟଙ୍କା ଉଠାଣ ସମସ୍ତ ମେଟ୍ରୋରେ ଗ୍ରାହକମାନେ ଅକ୍ଟୋବର ୧ରୁ ୧୦ ଥର ଫ୍ରିରେ ଟଙ୍କା ଉଠାଇପାରିବେ। ସେହିପରି ଅନ୍ୟ ଜାଗାରେ ଗ୍ରାହକମାନେ ମାଗଣାରେ ଡେବିଟ କାର୍ଡରେ ୧୨ ଥର ଟଙ୍କା ଉଠାଇପାରିବେ ବୋଲି ଜଣାଯାଇଛି।

#PersonalFinance #StateBank #Banks

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon