• ବେତାର ବ୍ୟୁରୋ

ଚର୍ମରେ ରିଙ୍କିଲ୍ସ ଆସୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ


(ବେତାର ବ୍ୟୁରୋ) ସମ୍ପ୍ରତି ଅନେକ ଲୋକ ସେମାନଙ୍କ ଜୀବନ ଶୈଳୀ, ଖାଦ୍ୟପାନୀୟରେ ଅସନ୍ତୁଳନ ଯୋଗୁ ଭୋଗୁଛନ୍ତି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା। ବୟସ ହେବା ପୂର୍ବରୁ ଚର୍ମରେ ଭାଙ୍ଗ ପଡିଯିବା ନେଇ ଏବେ ଅଧିକାଂଶ ଚିନ୍ତିତ। ଏହାହେଲେ ଜଣେ ଯୁବାବସ୍ଥାରେ ମଧ୍ୟ ବୟସ୍କ ଲାଗିଥାନ୍ତି। ଚର୍ମରେ ରିଙ୍କିଲ୍ସ ଆସିଯିବା (ଲୋଚାକୋଚା ହୋଇଯିବା) ଫଳରେ ଚେହେରାର ଚମକ ନଷ୍ଟ ହୋଇଯାଇଥାଏ। ଏଥିପାଇଁ ବିଭିନ୍ନ କମ୍ପାନୀର ଉତ୍ପାଦ ଯଥା କ୍ରିମ, ଲୋସନ ଆଦି ବଜାରରେ ଉପଲବ୍ଧ। ତେବେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟ ଆପଣାଇବା ବିଶେଷ ଉପାଦେୟ। ଜାଣନ୍ତୁ ରିଙ୍କିଲ୍ସରୁ ମୁକ୍ତି ପାଇବାକୁ କ’ଣ ରହିଛି ଘରୋଇ ଉପାୟ। ଘି କୁଆଁରୀ ଆଲୋବେରା ବା ଘି କୁଆଁରୀ ଏକ ବିଚକ୍ଷଣ ଔଷଧୀୟ ବୃକ୍ଷ। ଏହାକୁ ତ୍ୱଚାରେ ପ୍ରତିଦିନ ଲଗାନ୍ତୁ। ଏହାକୁ କ୍ରମାଗତ ଭାବେ ୯୦ ଦିନ ଧରି ବ୍ୟବହାର କରନ୍ତୁ। ଆଖିତଳେ ରିଙ୍କିଲ୍ସ ଆସିଯାଇଥିଲେ ଆଲୋବେରା ଜେଲ ଲଗାନ୍ତୁ। ଏହା ଦ୍ୱାରା ବହୁମାତ୍ରାରେ ଚେହେରା ସଜାଡି ହୋଇଥାଏ। କେବଳ ରିଙ୍କିଲ୍ସ ନୁହେଁ, ଚେହେରାରେ ଥିବା ଅନ୍ୟ ସମସ୍ୟା ମଧ୍ୟ ଆଲୋବେରା ଦୂର କରିଥାଏ। କଦଳୀ ଫେସ ପ୍ୟାକ କଦଳୀରେ ଥିବା ନ୍ୟାଚୁରାଲ ଅଏଲ ଓ ଭିଟାମିନ୍‌ ଚର୍ମରେ ନୂତନ କୋଷ ତିଆରି କରିବାରେ ବିଶେଷ ଉପଯୋଗୀ ହୋଇଥାଏ। ତେଣୁ କଦଳୀ, ଏକ ଚାମଚ ମହୁ ଏବଂ ଗୋଲାପ ଜଳ ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ। ୧୦ରୁ ୧୫ ମିନିଟ୍‌ ପାଇଁ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ। ଅଣ୍ଡାର ଧଳା ଅଂଶ ଅଣ୍ଡାର ଧଳା ଅଂଶରେ ତିଆରି ଆଇ କ୍ରିମକୁ ଆଖିରେ ଲଗାଇଲେ ଆଖିତଳେ ଥିବା ରିଙ୍କିଲ୍ସ ଦୂର ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଏହାକୁ ଆଖିରେ ଲଗାଇ ରଖନ୍ତୁ। ମାସେ ଧରି ଏପରି ଅଭ୍ୟାସ କରନ୍ତୁ। ଅଲିଭ ଅଏଲ ପ୍ରତିଦିନ ଖାଦ୍ୟରେ ଅଲିଭ ଅଏଲ ସାମିଲ କରନ୍ତୁ। ଏହା ଦ୍ୱାରା ଚେହେରାର ଶୁଷ୍କପଣ ଦୂର ହୋଇଥାଏ। ଏହି ତେଲକୁ ଆଖି ତଳେ ଲଗାଇବା ଫଳରେ ରିଙ୍କିଲ୍ସ ସହ କଳାଦାଗ ମଧ୍ୟ ହଟିଥାଏ। ଦହି ରିଙ୍କିଲ୍ସ ଦୂର କରିବାରେ ଦହିରେ ମଧ୍ୟ ଆବଶ୍ୟକ ତତ୍ତ୍ୱ ମହଜୁଦ ରହିଛି। ଦହିକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ପରେ ଏହାକୁ ଧୋଇ ଦିଅନ୍ତୁ। ବେଶୀ ସମୟ ଦହି ଯେପରି ମୁହଁରେ ଲାଗି ନ ରୁହେ ଧ୍ୟାନ ଦିଅନ୍ତୁ।

#Lifestyle #LifeHack #BeautyTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon