• ବେତାର ବ୍ୟୁରୋ

ଜାରି ହେଲା ଆଇବିପିଏସ୍ କ୍ଲର୍କ ନୋଟିଫିକେଶନ: 12,000 ପଦ ନିମନ୍ତେ ଏହି ତାରିଖରେ ପରୀକ୍ଷା


(ବେତାର ବ୍ୟୁରୋ) ଇଣ୍ଡିଆନ ବ୍ୟାଙ୍କିଙ୍ଗ ପର୍ସୋନେଲ ସିଲେକ୍ସନ (ଆଇବିପିଏସ୍) ପକ୍ଷରୁ ବ୍ୟାଙ୍କ କ୍ଲର୍କ ପଦବୀ ପାଇଁ ନୋଟିଫିକେଶନ ଜାରି କରିଛି । କ୍ଲରିକାଲ ପରୀକ୍ଷା ମାଧ୍ୟମରେ 12 ହଜାରରୁ ଊଦ୍ଧ୍ୱର୍ ପଦବୀ ପୂରଣ କରାଯିବ । ଆଇବିପିଏସର ଅଫିସିଆଲ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ ।

ଜାଣନ୍ତୁ ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟା ।

୧୭ରୁ ଆବେଦନ ଆରମ୍ଭ

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୯ ତାରିଖ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଆବେଦନକାରୀ www.ibps.in କୁ ଯାଇ ସେଠାରେ ନୋଟିଫିକେଶନ ସମ୍ପୂର୍ଣ୍ଣ ଭାବେ ପଢିବା ସହ ଅନଲାଇନ ଫର୍ମ ଫିଲଅପ କରିବେ । ପରେ ସେହି ୱେବସାଇଟରୁ ଆର୍ଡମିଟ୍ କାର୍ଡ ଡାଉନଲୋଡ କରିହେବ ।

ଆବେଦନକାରୀଙ୍କ ଯୋଗ୍ୟତା

କୌଣସି ବିଷୟରେ ଗ୍ରାଜୁଏଶନ କରିଥିବା  ପ୍ରାର୍ଥୀ ଏହି ପଦବୀ ପାଇଞ ଆବେଦନ କରିପାରିବେ । ଆବେଦନକାରୀଙ୍କ ବୟସ ଅତିକମରେ ୨୦ ଏବଂ ଅତିବେଶୀରେ ୨୮ ବର୍ଷ ହେବା ଆବଶ୍ୟକ । ଏସସି/ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ବୟସ ୫ ବର୍ଷ ପର୍ଯ୍ୟନ୍ତ ଛାଡ କରାଯାଇଛି । ସେହିପରି ଓବିସି ବର୍ଗର ପ୍ରାର୍ଥୀଙ୍କ ବୟସ ୩ ବର୍ଷ, ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି । ୧ ସେପ୍ଟେମ୍ବର ୨୦୧୯ ସୁଦ୍ଧା ଆବେଦନକାରୀଙ୍କ ବୟସ ବିଚାରକୁ ନିଆଯିବ ।

ପ୍ରିଲିମ୍ସ ଓ ମେନ୍ସ ପରୀକ୍ଷା ଦ୍ୱାରା ଚୟନ

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବାକୁ ଉଭୟ ପ୍ରିଲିମ୍ସ ଓ ମେନ୍ସ ପରୀକ୍ଷା କରାଯିବ । ଡିସେମ୍ବର ୭, ୮, ୧୪ ଏବଂ ୨୧ ତାରିଖରେ ପ୍ରିଲିମ୍ସ ପରୀକ୍ଷା ଆୟୋଜନ କରାଯିବ । ପ୍ରିଲିମ୍ସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ମାନେ ମେନ୍ସ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ । ଜାନୁୟାରୀ ୨୦୨୦ରେ ମେନ୍ସ ପରୀକ୍ଷା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ମେନ୍ସ ପରୀକ୍ଷା ଆଧାରରେ ୨୦୨୧ ଏପ୍ରିଲରେ ପ୍ରୋଭିଜନାଲ ଆଲଟମେଣ୍ଟ କରାଯିବ ।

#news #IBPSexam #employment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon