• ବେତାର ବ୍ୟୁରୋ

ମୋବାଇଲ ଫୋନ ଚୋରି ହେଇଛି?ଏମିତି କରିହେବ ବ୍ଳକ


(ବେତାର ବ୍ୟୁରୋ) ଫୋନ ଚୋରି ରୋକିବାକୁ ପୂର୍ବ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ମୋବାଇଲ ଚୋରି କରିଥିବା ବ୍ୟକ୍ତି କିପରି ଫୋନର ବ୍ୟବହାର କରି ନ ପାରିବ ଏବଂ ଫୋନ ମାଲିକଙ୍କ ଡାଟା କିପରି ସୁରକ୍ଷିତ ରହିପାରିବ ସେଥିପ୍ରତି ପ୍ରାଧାନ୍ୟ ଦେଇ ଭାରତ ସରକାରଙ୍କ ପକ୍ଷରୁ ଲଞ୍ଚ ହୋଇଛି ଏକ ଓ୍ବେବସାଇଟ। 

ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଓ୍ବେବସାଇଟ ଲଞ୍ଚ କରିଥିବାବେଳେ ପ୍ରଥମେ ମହାରାଷ୍ଟ୍ରରେ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ଏହି ପୋର୍ଟାଲର ପାଇଲଟ ଟେଷ୍ଟ ସଫଳ ଭାବେ କାର୍ଯ୍ୟକ୍ଷମ ହୋଇପାରିଲେ ପର୍ଯ୍ୟାୟ କ୍ରମେ ଦେଶର ଅନ୍ୟ ରାଜ୍ୟଗୁଡିକରେ ସୁବିଧା ଉପଲବ୍ଧ କରାଯିବ। 

ଜାଣନ୍ତୁ କିପରି କରିହେବ ବ୍ୟବହାର।

ଟୋଲ ଫ୍ରି ନମ୍ବରରେ ଅଭିଯୋଗ ଯଦି ଆପଣଙ୍କ ଫୋନ ଚୋରି ହୋଇଯାଇଛି ତେବେ ପ୍ରଥମେ ଏ ବାବଦରେ ନିକଟସ୍ଥ ପୋଲିସ ଷ୍ଟେଶନରେ ଏକ ଏତଲା ଦିଅନ୍ତୁ। ଏ ନେଇ ଟେକ୍ନୋଲୋଜି ଡିପାର୍ଟମେଣ୍ଟକୁ ଟୋଲ ଫ୍ରି ନମ୍ବର ୧୪୪୨୨ ରେ ଫୋନ କରି ଚୋରି ଫୋନ ବିଷୟରେ ଅଭିଯୋଗ କରନ୍ତୁ। 

ବ୍ଲାକଲିଷ୍ଟ ହେବ ଆଇଏମଇଆଇ ନମ୍ବର ଥାନାରେ ମାମଲା ରୁଜୁ ହୋଇଥିଲେ ଡିପାର୍ଟମେଣ୍ଟ ଅଫ ଟେକ୍ନୋଲୋଜି ଆପଣଙ୍କ ଚୋରି ଫୋନର ଆଇଏମଇଆଇ ନମ୍ବରକୁ ଚିହ୍ନଟ କରିବ। ପରେ ଉକ୍ତ ନମ୍ବରକୁ ବିଭାଗ ବ୍ଲାକଲିଷ୍ଟ ତାଲିକାରେ ଅନ୍ତର୍ଭୂକ୍ତ କରିବ। ଏହାଦ୍ୱାରା କୌଣସି କମ୍ପାନୀର ନେଟଓ୍ବର୍କରେ ଫୋନ ଚାଲିବ ନାହିଁ। ଏଥିସହ ଫୋନ ଅକାମୀ ହୋଇପଡିବ। ଫଳରେ ଫୋନ ମାଲିକଙ୍କ ଡାଟା ସୁରକ୍ଷିତ ରହିପାରିବ। 

ପ୍ରସ୍ତୁତ ହେବ ଡାଟା ବେସ୍‌ ଚୋରି ମୋବାଇଲ ଗୁଡିକର ୧୫ ଅଙ୍କ ବିଶିଷ୍ଟ ଆଇଏମଇଆଇ ନମ୍ବରକୁ ନେଇ ସିଇଆଇଆର (ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର) ତିଆରି ହେବ। ମୋବାଇଲ ଚୋରି ସମ୍ବନ୍ଧୀୟ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଫୋନର ଆଇଏମଇଆଇ ନମ୍ବର ରେଜିଷ୍ଟରରେ ପ୍ରବେଶ କରାଯିବ। ଏଥିସହ ଏହି ସିଇଆଇଆର ଦ୍ୱାରା ନକଲି ଫୋନ ମଧ୍ୟ ଟ୍ରାକ କରାଯାଇପାରିବ।

#news #newlaunch #stolenmobile

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon