• ବେତାର ବ୍ୟୁରୋ

ରାଶିଫଳ ସେପ୍ଟେମ୍ବର 16-22 : ଏ ସପ୍ତାହରେ ଦୁଇଟି ଗ୍ରହ ଚଳନ, ଏମିତି ରହିବ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ମୀନ ରାଶିରେ ଗତି ଆରମ୍ଭ କରି ମିଥୁନ ରାଶିରେ ପରିକ୍ରମା ଶେଷ କରିବେ । ଏଣୁ ମୀନ, ମେଷ, ବୃଷ, ମିଥୁନ ସହିତ କନ୍ୟା, ତୁଳା, ବିଛା ଓ ଧନୁ ରାଶିରେ ପ୍ରଭାବ ପଡିବ ।

ଏତଦ ବ୍ୟତୀତ ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ତଥା ଶନି ଗ୍ରହର ବକ୍ର ଗତି ଧନୁ ରାଶିରେ ଶେଷ ହେବା କେବଳ ଚଳିତ ସପ୍ତାହ ନୁହେଁ, ଚଳିତ ବର୍ଷ ପାଇଁ ଏକ ବଡ ମହାଜାଗତୀୟ ଘଟଣା । ଏ ସମସ୍ତ ଘଟଣା ଊଣା ଅଧିକେ ସମସ୍ତ ରାଶିରେ ପ୍ରଭାବ ପକାଇବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ - ଚାକିରି ସମ୍ବନ୍ଧରେ ନୂଆ ସୁଯୋଗ ଆସିପାରେ। ସପ୍ତାହ ମଝି- କୌଣସି ମିତ୍ରଙ୍କୁ ସହାୟତା କରିବେ। ସପ୍ତାହ ଅନ୍ତ- ଜୀବନକୁ ବଢ଼ିଆ କରିବା ଲାଗି ସୁଯୋଗ ମିଳିବ। ବୃଷ : ସପ୍ତାହ ଆରମ୍ଭ - ଘରୋଇ କାମରେ ବ୍ୟସ୍ତ ରହିବେ। ସପ୍ତାହ ମଝି- କୌଣସି ଗୁରୁତ୍ଵପୂର୍ଣ୍ଣ ମାମଲାରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ। ସପ୍ତାହ ଅନ୍ତ- ପରିବାରରେ ଖୁସିର ମାହୋଲ ରହିବ।

ମିଥୁନ : ସପ୍ତାହ ଆରମ୍ଭ - ଉନ୍ନତିର ନୂଆ ରାସ୍ତା ଖୋଲିବ। ସପ୍ତାହ ମଝି- କ୍ୟାରିୟର ସହ ସଂଶ୍ଳିଷ୍ଟ କୌଣସି ସୁବର୍ଣ୍ଣ ସୁଯୋଗ ମିଳିବ। ସପ୍ତାହ ଅନ୍ତ- ପ୍ରେମୀ ଯୁଗଳଙ୍କ ଲାଗି ସମୟ ଅନୁକୂଳ।

କର୍କଟ : ସପ୍ତାହ ଆରମ୍ଭ - ମନରେ ନୂଆ ନୂଆ ବିଚାର ଆସିବ। ସପ୍ତାହ ମଝି- ଭଲ ପ୍ରଦର୍ଶନ ପାଇଁ ଚାକିରିରେ ପଦୋନ୍ନତି ମିଳିପାରେ। ସପ୍ତାହ ଅନ୍ତ- କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ।

ସିଂହ : ସପ୍ତାହ ଆରମ୍ଭ - ଆପଣଙ୍କ କ୍ୟାରିୟର୍‌କୁ ଏକ ନୂଆ ଦିଶା ମିଳିବ। ସପ୍ତାହ ମଝି- ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ଭରପୂର ରହିବ। ସପ୍ତାହ ଅନ୍ତ- ବେପାର ବଣିଜରେ ଉନ୍ନତି ହେବ।

କନ୍ୟା : ସପ୍ତାହ ଆରମ୍ଭ - ନୂଆ ଲୋକମାନଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ସପ୍ତାହ ମଝି- ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ସପ୍ତାହ ଅନ୍ତ- ବିଦେଶ ଯିବାର ଯୋଗ ରହିଛି।

ତୁଳା : ସପ୍ତାହ ଆରମ୍ଭ - ଆୟର ନୂଆ ସ୍ରୋତ ଆସିପାରେ। ସପ୍ତାହ ମଝି- ଆପଣଙ୍କର ସଂପର୍କ କିଛି ନୂଆ ଲୋକଙ୍କ ସହିତ ହେବ। ସପ୍ତାହ ଅନ୍ତ- ଆର୍ଥିକ ସ୍ଥିତି ବଢ଼ିଆ କରିବା ଲାଗି ପରିଶ୍ରମ କରିବେ।

ବିଛା : ସପ୍ତାହ ଆରମ୍ଭ - କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ସପ୍ତାହ ମଝି- ଲୋକମାନଙ୍କ ବିଶ୍ୱାସ ଆପଣଙ୍କ ଉପରେ ବଜାୟ ରହିବ। ସପ୍ତାହ ଅନ୍ତ- ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଧନୁ : ସପ୍ତାହ ଆରମ୍ଭ - ଆପଣଙ୍କୁ ଲାଭ କିଛି ଅବସର ପ୍ରାପ୍ତ ହେବ। ସପ୍ତାହ ମଝି- ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ। ସପ୍ତାହ ଅନ୍ତ- କମ୍ପ୍ୟୂଟର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।

ମକର : ସପ୍ତାହ ଆରମ୍ଭ - ଆର୍ଥିକ ରୂପେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ସପ୍ତାହ ମଝି- ଭାବିଚିନ୍ତି ନିଜର କଥା ଅନ୍ୟମାନଙ୍କ ସାମ୍‌ନାରେ ରଖନ୍ତୁ। ସପ୍ତାହ ଅନ୍ତ- ପ୍ରେମରେ ସଫଳତା ମିଳିବ।

କୁମ୍ଭ : ସପ୍ତାହ ଆରମ୍ଭ - ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସପ୍ତାହ ମଝି- କୌଣସି ବଡ଼ କମ୍ପାନି ସହିତ ସଉଦା କରିବାର ସୁଯୋଗ ମିଳିପାରେ। ସପ୍ତାହ ଅନ୍ତ- ପ୍ରଗତିରେ ଗତିରୋଧ ହୋଇପାରେ।

ମୀନ : ସପ୍ତାହ ଆରମ୍ଭ - କୌଣସି ବିଶେଷ କାମ କରିବେ। ସପ୍ତାହ ମଝି- ବେପାରରେ ଅଚାନକ ଧନଲାଭ ହେବ। ସପ୍ତାହ ଅନ୍ତ- ଘରର ସୁଖ ସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା ରହିଛି।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon