- ବେତାର ବ୍ୟୁରୋ
ଆଲିଆଙ୍କ ଏହି ଚପଲର ଦାମ୍ ରେ କିଣିହେବ ଗୋଟେ ବାଇକ

(ବେତାର ବ୍ୟୁରୋ) ବଲିଉଡରେ ସଫଳ ଅଭିନେତାମାନେ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ହୋଇଥିବାରୁ ସାଧାରଣତଃ ନିଜ ଘର, ବିଦେଶ ବୁଲା ତଥା ପୋଷାକରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଭଲ ପାଇଥାନ୍ତି । ତେବେ ବେଳେବେଳେ ସେମାନେ ଏପରି କିଛି ଜିନିଷକୁ ଏପରି ଦାମରେ କିଣିଥାନ୍ତି ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ।
ଏହି ଚର୍ଚ୍ଚାରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ ଯୋଡ଼ି ହୋଇଛି। ଆଲିଆ ସବୁବେଳେ ନିଜର ଲୁକ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। କ’ଣ ପିନ୍ଧିଲେ ଭଲ ଦେଖାଯିବେ କେମିତି ରଙ୍ଗର ପୋଷାକ ପିନ୍ଧିଲେ ଆହୁରି ସୁନ୍ଦର ଦେଖାଯିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥା’ନ୍ତି।
ଭାରତୀୟ ପାରମ୍ପରିକ ପୋଷାକଠାରୁ ଆରମ୍ଭ କରି ପାଶ୍ଚାତ ଦେଶର ପୋଷାକ ମଧ୍ୟ ସେ ପରିଧାନ କରିଥା’ନ୍ତି। ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଚର୍ଚ୍ଚାର କାରଣ ହେଉଛି ତାଙ୍କ ଚପଲ। ଚପଲଟି ଦେଖିବାକୁ ମାମୁଲି ଲାଗୁଥିଲେ ମଧ୍ୟ ଦାମ୍ କିନ୍ତୁ ଢେର୍ ଅଧିକ। ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଆଲିଆ ଏକ ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିଥିବାବେଳେ ଏହି ଦାମୀ ଚପଲଟିକୁ ପିନ୍ଧିଛନ୍ତି। ଫଟୋରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।
ରିପୋର୍ଟ ଅନୁଯାୟୀ, ଆଲିଆ ପିନ୍ଧିଥିବା ଚପଲ ଇଟାଲିଆନ୍ ବ୍ରାଣ୍ଡ୍ ନିୟସର। ଯାହାର ଦାମ୍ ୫୪ ହଜାର ୫୪୭ ଟଙ୍କା। ଏହି ଚପଲ ବିଶୁଦ୍ଧ ଚମଡ଼ାରେ ତିଆରି ହୋଇଥିବାରୁ ଏହାର ଏତେ ଦାମ।
ଆଲିଆ ନିଜ ପୋଷାକ ସହିତ ନିଜ ଜୋତାକୁ ନେଇ ଅନେକ ସଉକିଆ । ତାଙ୍କର ଜୋତା କଲେକ୍ସନ ଅନେକ ସମୟରେ ସେଲିବ୍ରେଟି ମାଗାଜିନରେ ଚର୍ଚ୍ଚାର ବିଷୟ ହୋଇଥାଏ ।

ଆଲିଆ ଯୁବପିଢୀର ଜଣେ ଅଗଧାଡିର କଳାକାର ହୋଇଥିବା ବେଳେ ବିଜ୍ଞାପନପିଛା ପ୍ରାୟ ଏକ କୋଟି ଟଙ୍କା ଫି’ ନେଇଥାନ୍ତି । ଅନେକ ନାମୀ ଦାମୀ ବ୍ରାଣ୍ଡ ସହିତ ଆଲିଆ କାମ କରିସାରିଥିବା ବେଳେ, ସେ ଏ ଯାଏଁ କୌଣସି ଜୋତା ବ୍ରାଣ୍ଡ ପାଇଁ ବିଜ୍ଞାପନ କରିବା ନଜିରରେ ଆସିନାହିଁ ।