• (ବେତାର ବ୍ୟୁରୋ

ମୋବାଇଲରେ ଫିଲ୍ମ ଦେଖିବା ପସନ୍ଦ ! ଜାଣନ୍ତୁ ବିଭିନ୍ନ କମ୍ପାନୀର ଦୈନିକ 3 ଜିବି ପ୍ଳାନ ମୂଲ୍ୟ


(ବେତାର ବ୍ୟୁରୋ) ଆଜିକାଲି ବଜାରରେ ଫୋନ ନେଟୱର୍କ କମ୍ପାନୀ ସଂଖ୍ୟା କମିଥିଲେ ମଧ୍ୟ ଦିନକୁ ଦିନ ସେମାନଙ୍କ ଇଣ୍ଟରନେଟ ପ୍ଳାନରେ ପ୍ରାୟ ପରିବର୍ତ୍ତନ ହେଉଥିବାରୁ କେଉଁ ପ୍ଳାନରେ କେତେ ପରିମାଣର ଇଣ୍ଟରନେଟ ମିଳିବ ତାହା ଜାଣିବାରେ ବେଳେ ବେଳେ ଅସୁବିଧା ହୋଇଥାଏ ।

ଏହାସହିତ ଆପଣ ଯଦି ମୋବାଇଆଲରେ ଭିଡିଓ ଓ ଫିଲ୍ମ ଇତ୍ୟାଦି ନିୟମିତ ଭାବେ ଦେଖୁଥିବେ ତେବେ ଅନେକ ସମୟରେ ଦୈନିକ ଇଣ୍ଟରନେଟର ପରିମାଣ ଶେଷ ହୋଇଥାଏ , ଫଳରେ ଅଧାରୁ ଭିଡିଓ ବନ୍ଦ ରଖିବାକୁ ପଡେ । ଏପରି ସ୍ଥିତିରେ ଯଦି ଆପଣଙ୍କର ଦୈନିକ ଅଧିକ ଇଣ୍ଟରନେଟର ଆବଶ୍ୟକତା ରହୁଛି ତେବେ ଆସନ୍ତୁ ଜାଣିବା କେଉଁ ନେଟୱର୍କରେ କେତେ ପରିମାଣର ଇଣ୍ଟରନେଟ ପାଇପାରିବେ ।

ଜିଓର ଟ.299ରେ 3 GB

ରିଲାଏନ୍ସ ଜିଓର ଟ.149 ପ୍ଳାନରେ ଦିନକୁ 1.5GB ମିଳୁଥିବା ବେଳେ ଏହାର ଟ.299 ପ୍ଳାନରେ ଦିନକୁ 3 GB ଇଣ୍ଟରନେଟ ପ୍ରପ୍ର୍ଟ ହେବ । ଏଥିଆରେ JIO TV ଓ JIO Cinema ଭଳି ଆପରେ ସୁବିଧାରେ ଭିଡିଓ, ଫିଲ୍ମ ଓ ସିରିଏଲ ଆଦି ଦେଖିବାକୁ ମିଳିବ । ଏହି ପ୍ଳାନର ବୈଧତା 28 ଦିନ ଅଟେ ।

ଏୟାରଟେଲ 3 GB

‘ଦେଶର ବୃହତ୍ତମ ଟେଲିକମ ସଂସ୍ଥା ଏୟାରଟେଲ ଟ.349 ଟଙ୍କାରେ ଦୈନିକ 3 GB ଇଣ୍ଟରନେଟ ପ୍ରଦାନ କରୁଛି । ଏହା ସହିତ ଗ୍ରାହକଙ୍କୁ Airtel TV ର ସୁବିଧା ମଧ୍ୟ ମିଳିବ ଯେଉଁଥିରେ ଫିଲ୍ମ, ଟିଭି, ସିରିଏଲ ଇତ୍ୟାଦି ଦେଖିହେବ । ଏଥିରେ ଆସିମୀତ ମାଗଣା କଲ ସୁବିଧା ମଧ୍ୟ ରହିଛି । ଏହି ପ୍ଳାନର ବୈଧତା 28 ଦିନ ।

ଭୋଡାଫୋନ-ଆଇଡିଆ 3 GB

ଦେଶର ଦ୍ଵିତୀୟ ବୃହତ୍ତମ ଟେକଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ ଏହାର ଗ୍ରାହକମାନଙ୍କୁ ଦୈନିକ 3GB ଇଣ୍ଟରନେଟଡଟ ଏଯାର ଟ349 ପ୍ଳାନରେ ପ୍ରଦାନ କରୁଛି । ଏଥିରେ ଭୋଡାଫୋନର ଗ୍ରାହକ ମାନେ ଆଇଡିଆ ମୁଭିଜ ଓ ଟିଭି ଆପ ଡାଉନଲୋଡ କରି ମାଗଣାରେ ଫିଲ୍ମ ଦେଖିପାରିବେ ।

#Mobile #mobilenetwork #internet #jiophone2 #Airtel #VodafoneIdea

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon