• ବେତାର ବ୍ୟୁରୋ

ମୁଡ୍‌ ବଦଳାଇ ଦିଏ ଫୋନ ବ୍ୟାଟେରି: ଜାଣନ୍ତୁ କିପରି


(ବେତାର ବ୍ୟୁରୋ) ଆଜିକାଲି ପ୍ରାୟ ସମସ୍ତଙ୍କ ଜୀବନର ଅଧିକାଂଶ ସମୟ ଅକ୍ତିଆର କରି ରଖିଛି ସ୍ମାର୍ଟ ଫୋନ। ପ୍ରତ୍ୟେକ କାମ ସହଜରେ କରିହେଉଥିବାରୁ ଲୋକଙ୍କ ପାଇଁ ଏହା ଅଭିନ୍ନ ଅଙ୍ଗ ପାଲଟିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଫୋନର ବ୍ୟବହାର କରି ଜଣେ ଯେତିକି ଖୁସି ପାଇ ନ ଥାନ୍ତି ତାହାଠାରୁ ଢେର ଅଧିକ ମାତ୍ରାରେ ଖୁସି ଦେଇଥାଏ ଫୋନର ବ୍ୟାଟେରି।

ଫୋନ ବ୍ୟାଟେରି ଫୁଲ୍‌ ଚାର୍ଜ ଥିଲେ ଜଣେ ବହୁତ ସନ୍ତୁଷ୍ଟ ରହିବା ସହ ପ୍ରତ୍ୟେକ କାମ କରିବାକୁ ଭଲ ମୁଡ୍‌ ତିଆରି କରିପାରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାପଡିଛି। ଏହାଛଡା ଲୋକର କାର୍ଯ୍ୟଶୈଳୀ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ।

୨୩ରୁ ୫୭ ବର୍ଷ ବୟସର ଲୋକଙ୍କୁ ନେଇ ସର୍ଭେ ଲଣ୍ଡନ ୟୁନିଭର୍ସିଟି ଓ ଫିନଲ୍ୟାଣ୍ଡର ଅଲ୍ଟୋ ୟୁନିଭର୍ସିଟି ତରଫରୁ ଏହି ଗବେଷଣା କରାଯାଇଥିଲା। ଏଥିରେ ୨୩ରୁ ୫୭ ବର୍ଷ ବୟସ ବର୍ଗର ୨୨ ଜଣଙ୍କୁ ସାମିଲ କରାଯାଇଥିଲା। ଯେତେବେଳେ କୌଣସି ସ୍ଥାନକୁ କେହି ବୁଲିବାକୁ ଯାଉଥିଲେ ତେବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ସେମାନେ ପ୍ରଥମେ ମୋବାଇଲର ବ୍ୟାଟେରି ଚେକ୍‌ କରୁଥିବା ଦେଖାଯାଇଥିଲା।

ଫୋନରେ ଅତିକମରେ ୫୦ ପ୍ରତିଶତରୁ ଅଧିକ ଚାର୍ଜ ଥିବା ବ୍ୟକ୍ତି ଯେତିକି ନିଜ ଭ୍ରମଣର ମଜା ଉଠାଇଥାନ୍ତି କମ୍‌ ଚାର୍ଜ ଥିବା ଲୋକେ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ବା ପରେ କିପରି ନିଜ ଫୋନ ଚାର୍ଜ କରିବେ ସେହି ଚିନ୍ତାରେ ପଡିଥାନ୍ତି। 

ସର୍ବଦା ଚାର୍ଜ ରଖୁଥିବା ବ୍ୟକ୍ତି ବ୍ୟବସ୍ଥିତ ଏହି ସର୍ଭେରୁ ମିଳିଥିବା ତଥ୍ୟ ମୁତାବକ, ଯେଉଁ ବ୍ୟକ୍ତି ସେମାନଙ୍କ ଫୋନ ବ୍ୟାଟେରି ଲୋ ହେବାକୁ ଦେଇ ନ ଥାନ୍ତି କିମ୍ବା ଆବଶ୍ୟକ ସମୟରେ ବ୍ୟାଟେରିରେ ଯଥେଷ୍ଟ ଚାର୍ଜ ଥାଏ ସେମାନେ ଅନ୍ୟମାନଙ୍କ ତୁଳନାରେ ଜୀବନରେ ଅଧିକ ବ୍ୟବସ୍ଥିତ।

ଏହି ବ୍ୟକ୍ତିମାନେ ଅଧିକାଂଶ ସମୟରେ ସକରାତ୍ମକ ରହିଥାନ୍ତି। ପ୍ରତ୍ୟେକ କାମରେ ମଧ୍ୟ କାର୍ଯ୍ୟଶୈଳୀ ଉନ୍ନତ ରହିଥାଏ। କିନ୍ତୁ ଚାର୍ଜ କରିବାକୁ ଭୁଲି ଯାଉଥିବା ବ୍ୟକ୍ତି ବା ଆବଶ୍ୟକ ସମୟରେ ବ୍ୟାଟେରି ନ ଥିବାରୁ ଫୋନର ବ୍ୟବହାର କରିପାରୁ ନ ଥିବା ଲୋକେ ସାଧାରଣତଃ କମ୍‌ ବ୍ୟବସ୍ଥିତ ହୋଇଥାନ୍ତି।

ଏହାଛଡା ଅନେକେ ଫୋନ ବ୍ୟାଟେରି ନ ଥିବାବେଳେ ଅନ୍ୟ ଉପରେ ନିର୍ଭର କରି ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। ଏହା ଦ୍ୱାରା ଅନ୍ୟମାନଙ୍କ ଆଗରେ ନିଜର ଛବି ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି କୁହାଯାଇଛି।

#mobilecharge #mobile #technology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon