• ବେତାର ବ୍ୟୁରୋ

ଏଲଆଇସି କରିବ ଦେଶବ୍ୟାପୀ 7,500 ପଦରେ ନିଯୁକ୍ତି: ଜାଣନ୍ତୁ ଆବେଦନ ପ୍ରକ୍ରିୟା


(ବେତାର ବ୍ୟୁରୋ) ଦେଶର ସର୍ବ ବୃହତ ଜୀବନ ବୀମା କମ୍ପାନୀ ଏଲଆଇସି (LIC) ସାରା ଦେଶରେ ଏହାର ବିଭିନ୍ନ ବ୍ରାଞ୍ଚ/ଶାଖାମାନଙ୍କରେ ବିଭିନ୍ନ ଆସିଷ୍ଟାଣ୍ଟ (କ୍ଳର୍କ) ପଦରେ ନିଯୁକ୍ତି ପାଇଁ ପରୀକ୍ଷା କରିବାକୁ ଯାଉଛି । ଏହି କ୍ରମରେ 7,500ଟି ପଦ ପାଇଁ ପରୀକ୍ଷା ହେବ ବୋଲି ନୋଟିଫିକେସନ ପ୍ରକାଶ ପାଇଛି ।

କ୍ୟାସିୟର, ସିଙ୍ଗଲଓ୍ବିଣ୍ଡୋ ଅପରେଟର, କଷ୍ଟମର ସର୍ଭିସ ଏକଜିକ୍ୟୁଟିଭ ଆଦି ବିଭିନ୍ନ ପଦ ପାଇଁ ଏହି ପରୀକ୍ଷା

ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ । ଆଗ୍ରହୀ ପ୍ରାର୍ଥୀମାନେ କମ୍ପାନୀ ଓ୍ବେବସାଇଟକୁ ଯାଇ ପଞ୍ଜୀକରଣ କରିପାରିବେ।

ଅକ୍ଟୋବର ୧ ଆବେଦନର ଶେଷ ତାରିଖ ଗତ ସେପ୍ଟେମ୍ବର 17 ତାରିଖରୁ ଏହି ପଦବୀଗୁଡିକ ପାଇଁ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେsନ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର 1 ତାରିଖକୁ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର 22 ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କ ଆପ୍ଲିକେଶନ ପ୍ରିଣ୍ଟ ବାହାର କରିପାରିବେ।

ପ୍ରାର୍ଥୀଙ୍କ ଯୋଗ୍ୟତା ଆବେଦନକାରୀ ଯକୌଣସି ମାନ୍ୟତପ୍ରାପ୍ତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡଗ୍ରୀ ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର 1 ,2019 ସୁଦ୍ଧା ଅତିକମରେ 18 ଓ ଅତିବେଶୀରେ 30 ୩୦ ବର୍ଷ ହୋଇଥିବା ଆବଶ୍ୟକ।

ଦରମା ଯୋଗ୍ୟ ପ୍ରାର୍ଥୀଙ୍କ ଦରମା (ବେସିକ ପେ) 14,435 ଟଙ୍କାରୁ ଆରମ୍ଭ ହେବ। ଏଥିସହ ଘର ଭଡ଼ା, ଯାତାୟାତ ଖର୍ଚ୍ଚ ସହ ଅନ୍ୟାନ୍ୟ ସୁବିଧା ସୁଯୋଗର ମଧ୍ୟ ଲାଭ ମିଳିବ।

ଆବେଦନ ଫି ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' 510 ଟଙ୍କା ରଖାଯାଇଛି। ଏଥିରେ ଟ୍ରାଞ୍ଜାକସନ ଚାର୍ଜ ଏବଂ ଜିଏସ୍‌ଟି ଅଲଗା ଭାବେ ଦେବାକୁ ପଡିବ। ସେହିପରି ଏସସି/ ଏସଟି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ଆବେଦନ ଫି 85 ଟଙ୍କା ରଖାଯାଇଛି। ଏଥିସହ ଅଲଗା ଭାବେ ଟ୍ରାଞ୍ଜାକସନ ଚାର୍ଜ ଏବଂ ଜିଏସ୍‌ଟି ଦେବାକୁ ପଡିବ। ଅକ୍ଟୋବର ତାରିଖ ସୁଦ୍ଧା ଫି' ଦାଖଲ କରିବାକୁ ହେବ।

ଦୁଇ ପର୍ଯ୍ୟାୟରେ ପରୀକ୍ଷା ଏଲଆଇସି ଆସିଷ୍ଟାଣ୍ଟ ପରୀକ୍ଷା ଅନଲାଇନରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କୁ ପ୍ରଥମେ ପ୍ରିଲିମିନାରୀ ଓ ପରେ ମେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ।

ଅକ୍ଟୋବର 21 ଓ 22 ତାରିଖରେ ଏହି ପରୀକ୍ଷା ଆୟୋଜନ କରାଯାଇପାରେ ବୋଲି ସୂଚନା ରହିଛି।

#employment #LICAssistant

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon