• ବେତାର ବ୍ୟୁରୋ

ନୂଆ ଫିଚର :ଏମିତି କରନ୍ତୁ ହ୍ବାଟ୍ସ ଆପ୍‌ ଷ୍ଟାଟ ଫେସବୁକ୍‌ରେ ସେୟାର


(ବେତାର ବ୍ୟୁରୋ) ହ୍ବାଟ୍ସ ଆପ୍‌କୁ ଫେସବୁକ ସହ ଲିଙ୍କ କରାଇବାକୁ କମ୍ପାନୀ ଆପଣାଇଛି ନୂଆ ଉପାୟ। ଫେସବୁକ୍‌ ଓ ଏହାର ଅନ୍ୟ ଦୁଇ ଆପ୍ଲିକେଶନ ହ୍ବାଟ୍ସ ଆପ୍‌ ଏବଂ ଇନଷ୍ଟାଗ୍ରାମକୁ ଏକାଠି କରିବାକୁ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସେହି ଅନୁସାରେ ହ୍ବାଟ୍ସ ଆପ୍‌ରେ ନୂଆ ଫିଚର ଆସିଛି ଯାହା ଫେସବୁକ୍‌ ସହ ସିଧାସଳଖ ଲିଙ୍କ କରିହେବ। ଏହି ଫିଚର ଅନୁସାରେ ଏଣିକି ହ୍ବାଟ୍ସ ଆପ୍‌ର ଷ୍ଟାଟସକୁ ଉପଭୋକ୍ତା ଫେସବୁକ୍‌ ସହ ସେୟାର କରିପାରିବେ। 

ଜାଣନ୍ତୁ କିପରି ସେୟାର କରିବେ ହ୍ବାଟ୍ସ ଆପ ଷ୍ଟାଟସ।

୧) ପ୍ରଥମେ ଆପଣଙ୍କ ହ୍ବାଟ୍ସ ଆପ ଖୋଲି ମାଇ ଷ୍ଟୋରିକୁ ଯାଆନ୍ତୁ।

୨) ଯେଉଁ ଷ୍ଟୋରିକୁ ଫେସବୁକରେ ସେୟାର କରିବାକୁ ଚାହୁଁଛନ୍ତି ତାହା ସାଇଟରେ ଥିବା ହମବର୍ଗର ଆଇକନ ଉପରେ କ୍ଲିକ କରନ୍ତୁ।

୩) ପରେ ‘ସେୟାର ଟୁ ଫେସବୁକ୍‌’ ବିକଳ୍ପ ଉପରେ କ୍ଲିକ କରନ୍ତୁ। ସେଠାରେ ଡିଫଲ୍ଟ ପ୍ରାଇଭେଟ ସେଟିଂ ସହ ଆପଣ ନିଜ ଫେସବୁକ ପ୍ରୋଫାଇଲର ଫଟୋ ଦେଖିପାରିବେ।

୪) ଷ୍ଟାଟସ ସେୟାର କରିବା ପୂର୍ବରୁ ସେଠାରେ ପବ୍ଲିକ, ଫ୍ରେଣ୍ଡ୍‌ସ ଆଣ୍ଡ କନେକ୍ସନ, ଫ୍ରେଣ୍ଡସ କଷ୍ଟମ, ହାଇଡ ଷ୍ଟୋରି ଫ୍ରମ୍‌ ଆଦି ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛନ୍ତୁ।

୫) ଏବେ ସେୟାର ନାଓ ଉପରେ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ଷ୍ଟୋରି ଫେସବୁକରେ ସେୟାର ହୋଇଯିବ।

ହ୍ବାଟ୍ସ ଆପ୍‌ ପରି ଫେସବୁକରେ ସେୟାର ହୋଇଥିବା ଷ୍ଟୋରି ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ। ଏପରିକି ହ୍ବାଟ୍ସ ଆପ ଅରିଜିନାଲ ଷ୍ଟାଟସ ଡିଲିଟ ହୋଇଗଲେ ମଧ୍ୟ ଫେସବୁକ ଷ୍ଟୋରିରେ ଏହା ଦେଖାଯିବ। 

ଧ୍ୟାନରେ ରଖିବାକୁ ହେବ ଯେ, ଫେସବୁକରେ ସେୟାର ହୋଇଥିବା ହ୍ବାଟ୍ସ ଆପ ଷ୍ଟୋରି ଅରିଜିନାଲ ଷ୍ଟୋରୀର ସ୍କ୍ରିନଶଟ ଭାବେ ଦେଖାଯିବ। ଉଦାହରଣ ସ୍ବରୂପ ଯଦି ଆପଣ କୌଣସି ଲିଙ୍କକୁ ଷ୍ଟୋରୀ ଆକାରରେ ଫେସବୁକରେ ସେୟାର କରୁଛନ୍ତି ତେବେ ଉକ୍ତ ଲଙ୍କ ଉପରେ ଫେସବୁକରେ କ୍ଲିକ କରି ହେବ ନାହିଁ।

#news #whatsapp #technews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon