• ବେତାର ବ୍ୟୁରୋ

ଖାଇବା ପରେ ରଖନ୍ତୁନି ଏହି ଚାରି ଅଭ୍ୟାସ: ଉପୁଜିପାରେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା


(ବେତାର ବ୍ୟୁରୋ) ଖାଇବା ପରେ ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଥାଏ କିଛି ବଦଭ୍ୟାସ ଯାହା ଶରୀରକୁ ଅସୁସ୍ଥ କରିବାରେ ବଡ ଭୂମିକା ତୁଲାଇଥାଏ । ସେହିସବୁ ଅଭ୍ୟାସରୁ ଦୂରେଇ ନ ରହିଲେ ଅମେ ଧୀରେ ଧୀରେ ଆମ ଶରୀର ଉପରୁ ସନ୍ତୁଳନ ହରାଇ ବସୁ ଏବଂ ରୋଗଗ୍ରସ୍ତ ହୋଇଯାଇଥାଉ।

ଜାଣନ୍ତୁ କ’ଣ ସେହିସବୁ ବଦଭ୍ୟାସ ଏବଂ ଏହାର କୁପ୍ରଭାବ ।

ଖାଇବା ପରେ ସିଗାରେଟ ଟାଣନ୍ତୁ ନାହିଁ

ଅନେକ ବ୍ୟକ୍ତି ଖାଇବା ପରେ ସଙ୍ଗେ ସଙ୍ଗେ ସିଗାରେଟ ଟାଣିବାର ଅଭ୍ୟାସ ରଖିଥାନ୍ତି । ହେଲେ ଏହା ଶରୀର ପାଇଁ ଘାତକ ସାଜିଥାଏ । ବୈଜ୍ଞାନିକଙ୍କ କହିବା ମୁତାବକ, ଆମେ ଖାଇସାରିବା ପରେ ଆମ ଶରୀର ଖାଦ୍ୟ ହଜମ କରିବା ପ୍ରକ୍ରିୟା ଆରମ୍ଭ କରିଥାଏ । ହେଲେ ଖାଇବା ପରେ ସିଗାରେଟ ପିଇବା ଦ୍ୱାରା ବିଷାକ୍ତ ଦ୍ରବ୍ୟ ଖାଦ୍ୟ

ରେ ମିଶିବା ସହ ସମସ୍ତ ଅଙ୍ଗକୁ ରକ୍ତ ମାଧ୍ୟମରେ ତାହା ପହଞ୍ଚି ଥାଏ । ଯାହାଦ୍ୱାରା ଆମେ କ୍ୟାନସର ସହ ଅନ ଭୟଙ୍କର ରୋଗରେ ପଡିଥାଉ ।

ଖାଦ୍ୟ ଖାଇ ଚା’ ପିଅନ୍ତୁ ନାହିଁ

ଖାଇବା ପରେ ସଙ୍ଗେ ସଙ୍ଗେ ଚା’ ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଚା’ ପତିର ଏସିଡିଟି ଗୁଣ ରହିଥାଏ । ଯାହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହାଛଡା ଚା’ରେ ଟୋନିନ ନାମକ ତତ୍ତ୍ୱ ରହିଥାଏ, ଯାହକି ଆମ ଶରୀରରେ କ୍ୟାଲସିୟମ, ପୋଟାସିୟମ ଭଳି ଜରୁରୀ ମିନେରାଲ ଶୋଷଣ ପ୍ରକିୟାରେ ବାଧା ଉପୁଜାଇଥାଏ । ଯଦି ଚା ପିଇବାର ଅଭ୍ୟାସ ଅଛି ତେବେ ଗ୍ରୀନ ଟି କିମ୍ବା ହର୍ବାଲ ଟି ପିଇପାରିବେ ।

ଖାଇବା ପରେ ଫଳ ଖାଇବା ଉଚିତ ନୁହେଁ

କିଛି ଲୋକ ଖାଦ୍ୟ ଖାଇବା ପରେ ଫଳ ଖାଇବାର ଅଭ୍ୟାସ ରଖନ୍ତି । ହେଲେ ଏହା ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ । ଡାକ୍ତରଙ୍କ କହିବା ମୁତାବକ, ଖାଦ୍ୟ ଖାଇ ସଙ୍ଗେ ଫଳ ଖାଇବା ଦ୍ୱାରା ଶରୀର ପେଟରେ ଅବ୍ୟବସ୍ଥା ଲାଗି ରୁହେ । ଖାଦ୍ୟ ହଜମ ନ ହୋଇ ପେଟରେ ଶଢିବାରେ ଲାଗେ । ଏହା ଦ୍ୱାରା ପେଟ ଖରାପ ହେବା ସହ ବଦହଜମୀ ଓ ଅନ୍ୟାନ ଅସୁବିଧା ଉପୁଜିଥାଏ ।

ଖାଇସାରି ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହି

ଡାକ୍ତରଙ୍କ କହିବା ମୁତାବକ, ଖାଇସାରି ସଙ୍ଗେ ସଙ୍ଗେ ଶୋଇବା ଅନୁଚିତ । ଏହା ଦ୍ୱାରା ଖାଦ୍ୟ ହଜମ ହେବାରେ ବହୁ କଷ୍ଟ ହୋଇଥାଏ । ଏଥିଯୋଗୁ ହାର୍ଟଷ୍ଟ୍ରୋକ, ହାର୍ଟଆଟାକ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ।

#healthhabit #Lifehack #HealthyHabit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon