• ବେତାର ବ୍ୟୁରୋ

ପାକିସ୍ତାନ ନୌସେନାର ଆରବ ସାଗରରେ ଅଭ୍ୟାସ: ଯୁଦ୍ଧପୋତ ମୁତୟନ କଲା ଭାରତ


(ବେତାର ବ୍ୟୁରୋ) ଉତ୍ତର ଆରବ ସାଗରରେ ପାକିସ୍ତାନ ନୌସେନା ପକ୍ଷରୁ ଜାରି ରହିଛି ସମରାଭ୍ୟାସ । ଏହା ଉପରେ ନଜର ରଖିବାକୁ ଭାରତ ପକ୍ଷରୁ କିଛି ସାମୁଦ୍ରିକ ଯୁଦ୍ଧ ବିମାନ, ଜାହାଜ ଆଦି ସମୂଦ୍ର ସୀମାରେ ମୁତୟନ କରାଯାଇଛି । ପାକିସ୍ତାନ ନିଜ ଯୁଦ୍ଧ କ୍ଷମତା ଆକଳନ କରିବାକୁ କିଛି ଦିନ ପରେ ମିସାଇଲ ଓ ରକେଟ ମଧ୍ୟ ଫାୟାର କରିପାରେ । ତେଣୁ ଏ ସବୁ ଉପରେ ନଜର ରଖିବାକୁ ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ପାକିସ୍ତାନର ଅଭ୍ୟାସ ଉପରେ କଡ଼ା ନଜର

ପାକିସ୍ତାନର ଯୁଦ୍ଧାଭ୍ୟାସ ଉପରେ କଡା ନଜର ରଖାଯାଇଥିବା ସେନା ପକ୍ଷରୁ କୁହାଯାଇଛି । ଯଦି ଅଭ୍ୟାସ ଆଳରେ ପାକିସ୍ତାନ କୌଣସି ଅନର୍ଥ କରିବାକୁ ଚେଷ୍ଟା କରେ ତେବେ ଭାରତୀୟ ନୌସେନା ସହ ସଶସ୍ତ୍ର ବଳ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଥିବା ସେନା ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର 29 ପର୍ଯ୍ୟନ୍ତ ଚାଲିବ ଅଭ୍ୟାସ

ପାକିସ୍ତାନ ଉତ୍ତର ଆରବ ସାଗର ଦେଇ ଯାଉଥିବା ମାଲବାହୀ ଜାହାଜ ପାଇଁ ମେରିଟାଇମ ଆଲର୍ଟ ଜାରି କରି କହିଛି ଯେ, ଏହା 25ରୁ 29 ସେପ୍ଟେମ୍ବର ପର୍ଯ୍ୟନ୍ତ ମିସାଇଲ, ରକେଟ ଏବଂ ବନ୍ଧୁକରୁ ଫାୟାରିଂ କରିବ । ତେବେ ନିଜ ଅଭ୍ୟାସ ବାହାରେ ପାକିସ୍ତାନ କୌଣସି କାର୍ଯ୍ୟ କରିବାକୁ ଚେଷ୍ଟା କଲେ ଏହାର ମୁହଁତୋଡ ଜବାବ ଦେବାକୁ ଭାରତର ନୌସେନା ଓ ବାୟୁସେନା ପ୍ରସ୍ତୁତ ରହିଛନ୍ତି ।

ପାକିସ୍ତାନର ଉଦ୍ୟମ ସଫଳ ହେବନି-ସେନା

ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀ ଶିବିର ଭାରତୀୟ ସେନା ଧ୍ୱଂସ କରିବା ଏବଂ ଜମ୍ମୁ କଶ୍ମୀରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ରକ୍ତମୁଖା ହୋଇଉଠିଛି । ପ୍ରତି ମୁହୂର୍ତ୍ତରେ ବଡ ଧରଣର ଆତଙ୍କୀ ହମଲା କରିବାକୁ ଉଦ୍ୟମ ଜାରି ରଖିଛି । ହେଲେ ପାକିସ୍ତାନର କୌଣସି ଏଭଳି ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ପାକିସ୍ତାନର ସବୁ କାର୍ଯ୍ୟକଳାପ ଉପରେ ଚାରିଆଡୁ କଡ଼ା ନଜର ରଖାଯାଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

#news #warshipdeployed #Pakistan #Navy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon