• ବେତାର ବ୍ୟୁରୋ

ବାସ୍ତୁ ଟିପ୍ସ : ଘରୁ ନକରାତ୍ମକ ଶକ୍ତି ଦୁରେଇବା ପାଇଁ ଏମିତି କରନ୍ତୁ ମୁଖ୍ୟ ଦ୍ୱାର


(ବେତାର ବ୍ୟୁରୋ)ଘରର ମୁଖ୍ୟ ଦ୍ୱାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଘରର ସୁଖ ଶାନ୍ତି ବଜାୟ ରଖିବାରେ ଏହାର ଭୂମିକା ମହତ୍ତ୍ୱ ରଖେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଏହାର ଠିକ୍‌ ଭାବେ ନିର୍ମାଣ କରା ନ ଗଲେ ପରିବାର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ତେଣୁ ଘରର ମୁଖ୍ୟ ଦ୍ୱାରକୁ କିପରି ନିର୍ମାଣ କରିବା ଉଚିତ, ଏ ସମ୍ପର୍କରେ କ’ଣ କୁହେ ବାସ୍ତୁଶାସ୍ତ୍ର ଆସନ୍ତୁ ଜାଣିବା।

ମୁଖ୍ୟ ଦ୍ୱାରକୁ ଲାଗି ଆଉ ଦ୍ୱାର ରଖନ୍ତୁ ନାହିଁ ଘରର ମୁଖ୍ୟ ଦ୍ୱାର ନିକଟରେ ଆଉ ଦ୍ୱାର ନିର୍ମାଣ କରିବାକୁ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ। ଯଦି ମୁଖ୍ୟ ଦ୍ୱାର ନିକଟରେ ଆଉ ଦ୍ୱାର ନିର୍ମାଣ ହୋଇଯାଇଛି ତେବେ ଏହାକୁ ବନ୍ଦ କରିଦେବାକୁ ଚେଷ୍ଟା କରନ୍ତୁ। ଯଦି ଦ୍ୱାର ବନ୍ଦ କରିବା ସମ୍ଭବ ହେଉ ନାହିଁ ତେବେ କବାଟରେ ସ୍ଫଟିକ ଚିହ୍ନ ଳଗାନ୍ତୁ।

ଘୋଡା ନାଲ ଲଗାନ୍ତୁ ଶୁଭ ଫଳ ପାଇଁ ଘରର ମୁଖ୍ୟ ଦ୍ୱାରରେ ଘୋଡା ନାଲ ଲଗାନ୍ତୁ। କଳା ଘୋଡାର ନାଲ ଅଧିକ ଶୁଭଙ୍କର ହୋଇଥାଏ। ଏହାକୁ କବାଟର ମଝିରେ ଲଗାନ୍ତୁ। ଧ୍ୟାନ ରହେ ଯେପରି ନାଲର ମୁହଁ ତଳଆଡକୁ ରହେ।

ତୁଳସୀ ଗଛ ଲଗାନ୍ତୁ ମୁଖ୍ୟ ଦ୍ୱାରର ଦୁଇ ପାଖରେ ତୁଳସୀ ଗଛ ଲଗାନ୍ତୁ। ଏହା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ। ଏଥିସହ ଅର୍ଥାଭାବ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସେହିପରି ଘର ସମ୍ମୁଖରେ ଯେପରି କୌଣସି ବଡ କିମ୍ବା ଲମ୍ବା ଗଛ ନ ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ବଡ ଗଛ ଥାଏ ଏବଂ ଏହାକୁ କାଟିବା ସହଜ ହେଉ ନ ଥାଏ ତେବେ ମୁଖ୍ୟ ଦ୍ୱାରରେ ସ୍ବସ୍ତିକ ଚିହ୍ନ ଲଗାଇ ପୂଜା କରନ୍ତୁ। ଏହା ଦ୍ୱାରା ଅଶୁଭ ଶକ୍ତିା ପ୍ରଭାବ ହ୍ରାସ ପାଇଥାଏ।

ଦ୍ୱାର ସମ୍ମୁଖ ସର୍ବଦା ସଫା ରଖନ୍ତୁ ମୁଖ୍ୟ ଦ୍ୱାର ସମ୍ମୁଖରେ ଆଦୌ ଅଳିଆ ଆବର୍ଜନା ପକାନ୍ତୁ ନାହିଁ। ସର୍ବଦା ଦ୍ୱାର ନିକଟ ପରିଷ୍କାର ରଖନ୍ତୁ। ଏହା ଦ୍ୱାରା ଘର ସଦସ୍ୟମାନେ ରୋଗଗ୍ରସ୍ତ ହୋଇ ନ ଥାନ୍ତି ବୋଲି ବାସ୍ତୁରେ କୁହାଯାଇଛି।

ଅନ୍ୟ ଦ୍ୱାରଠାରୁ ବଡ କରନ୍ତୁ ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ଅନ୍ୟ ଦ୍ୱାର ଗୁଡିକଠାରୁ ବଡ କରିବା ଉଚିତ। ଏହା ଦ୍ୱାରା ଘରର ଆର୍ଥତ୍କ ସ୍ଥିତି ମଜଭୁତ ରୁହେ ବୋଲି ବାସ୍ତୁରେ କୁହାଯାଇଛି। ଏଥିସହ ମୁଖ୍ୟ ଦ୍ୱାରକୁ ସିଙ୍ଗଲ ଡୋର ନ କରି ଡବଲ ଡୋର କରିବା ଶୁଭଙ୍କର ବୋଲି ମନାଯାଏ।

#VastuTips #Maindoor

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon