• ବେତାର ବ୍ୟୁରୋ

ଆରମ୍ଭ ହେଲା ମା’ ଦୂର୍ଗାଙ୍କ ନବରାତ୍ରି ପୂଜା; ଉପାସ-ବ୍ରତ କରୁଥିଲେ ଜାଣନ୍ତୁ ଡାଏଟ ଚାର୍ଟ


(ବେତାର ବ୍ୟୁରୋ) ଚଳିତ ବର୍ଷର ପାର୍ବଣ ଋତୁ ଆରମ୍ଭ ହୋଇସାରିଛି ଓ ଶନିବାର ଠାରୁ ମହାଳୟା ତଥା ଦେବୀ ଦୂର୍ଗାଙ୍କ ନବରାତ୍ରି ପୂଜା ଆରମ୍ଭ ହେଉଛି । ଏହି ପର୍ବକୁ ଭାରତୀୟମାନେ ରାଜ୍ୟ ଅନୁସାରେ ଭିନ୍ନ ଭିନ୍ନ ହିସାବରେ ପାଳନ କରିଥାନ୍ତି ।

ପଶ୍ଚିମବଙ୍ଗରେ ଏହାକୁ ମହାଳୟା କହିବା ସହିତ ଏଥିଦିନ ସେଠାକାର ମୂର୍ତ୍ତିଗୁଡିକରେ ଚକ୍ଷୁସ୍ପର୍ଶ ଦିଆଯାଇଥାଏ । ଗୁଜରାଟରେ ଏହିଦିନଠାରୁ ପୂଜା ଆରମ୍ଭ ହେବା ସହିତ ଲୋକପ୍ରିୟ ଡାଣ୍ଡିଆ ନାଚ ଆରମ୍ଭ ହୋଇଥାଏ । ଓଡିଶାରେ ମହାଳୟା ଶ୍ରାଦ୍ଧ ସହିତ ଦେବୀ ଦୂର୍ଗାଙ୍କ ନବରାତ୍ରି ପୂଜା ପୀଠମାନଙ୍କରେ ଆରମ୍ଭ ହୋଇଥାଏ ।

ଉପବାସର ମହତ୍ତ୍ଵ

ତେବେ ଯିଏ ଯେପରି ପାଳନ କରୁ ନା କାହିଁକି, ଏହି ଦିନଠାରୁ ପ୍ରାୟ ଅଧିକାଂଶ ଭାରତୀୟମାନେ ଉପବାସ ବା ସ୍ଵଳ୍ପାହାର କରିବା ଆରମ୍ଭ କରିଥାନ୍ତି । ବୈଜ୍ଞାନିକ ଦୃଷ୍ଟିରୁ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ମଧ୍ୟ । ବର୍ଷାଋତୁ ଛାଡିଯାଇଥିବା ପରେ ଏହି ସମୟ ଦେହ ଖରାପ ହେବା ପାଇଁ ତଥା ଭାଇରାଲ ଇନଫେକ୍ସନ (ଭୂତାଣୁ ସଂକ୍ରମଣ) ପାଇଁ ଏହି ଉପଯୁକ୍ତ  । ତେଣୁ ଖାଦ୍ଯ ପାନୀୟରେ ସଂଯମତା ଆଣିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ।

ତେବେ ଉପବାସ କରି ଅଫିସ ବା ଅନ୍ୟାନ୍ୟ କାମ କରିବା ଅସମ୍ଭବ ହୋଇପଡେ । ଶରୀରକୁ ଖାଦ୍ୟ ନ ମିଳିଲେ ଚିଡିଚିଡା ଲାଗିବା, ଥକ୍କା ଲାଗିବା, ଗ୍ଯାସ ହେବା, ବଦ ହଜମି ହେବା ଇତ୍ୟାଦି ସମସ୍ୟା ଦେଖିବାକୁ ମିଳିଥାଏ ।

ଏଣୁ ଏହିସବୁ ରୁ ତ୍ରାହି ପାଇବାକୁ ହେଲେ ଓ ଆପଣ ନବଦିନ ଧରି ଉପବାସ ରଖୁଥିଲେ  ଆପଣଙ୍କୁ ଆଗାମୀ ଦିନମାନଙ୍କରେ ଏକ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡିବ ଯାହା ଫଳରେ ଆପଣ ସୁସ୍ଥ ଓ କର୍ମଠ ରହିପାରିବେ ।

ଆସନ୍ତୁ ଜାଣିବା ସେଗୁଡିକ କଣ । 

(ଦହିଭାତ ଏକ ଉତ୍ତମ ଉପବାସ ଖାଦ୍ୟ  । ଥଣ୍ଡା ରୋଗ ରହିଥିଲେ ମଧ୍ୟ ଏହାକୁ ଖାଇବା ପରେ ଯଥେଷ୍ଟ ପଣି ପିଇଲେ ଏହା କଫ ହେବାର ସମ୍ଭାବନା କମିଥାଏ )

ସକାଳ ଓଳି--ସକାଳୁ ଉଠି ସାଧା ପାଣି ପିଅନ୍ତୁ ବା ହାଲୁକା ଉଷୁମ ଲେମ୍ବୁ ଚା’ ପିଅନ୍ତୁ । ଏହାପରେ ପାଣିରେ ଭିଜା ଯାଇଥିବା ପିସ୍ତା ବାଦାମ ବା କିସମିସ ଖାଆନ୍ତୁ । ଚିନାବାଦାମ ସିଝା ମଧ୍ୟ ଖାଇପାରିବେ । ଏହା ସକାଳର ଏକ ଗୁରୁତ୍ଵପୂର୍ଣ୍ଣ ଖାଦ୍ୟ ।  

ଜଳଖିଆ--ଏହାପରେ ଜଳଖିଆରେ  ଚିନାବାଦାମ, ପରଟା-ଦହି, ପୁରୀ-ସିମେଇ ଖିରୀ, ଉପମା ଖାଇ ପାରିବେ । ଜଳଖିଆର ଠିକ ଏକ ଘଣ୍ଟା ପରେ କଦଳୀ, କମଳା, ଅଙ୍ଗୁର ଆଦି ଯେ  କୌଣସି ଫଳ ଖାଇନେବା ଭଲ । ଏହା ଆପଣଙ୍କ ଶରୀରକୁ ଉପଯୁକ୍ତ ପୋଷଣ ଦେଇଥାଏ ।

ମଧ୍ୟାହ୍ନ ଭୋଜନ-ଏଥିପାଇଁ ଆପଣଙ୍କ ଅଫିସକୁ ଅରୁଆ ଭାତ-ଡାଲି ଖେଚେଡି, ଦହି-ଭାତ, ବିନା ପିଆଜରସୁଣରେ ପ୍ରସ୍ତୁତ ଆଳୁଦମ-ରୁଟି/ପରଟା ଇତ୍ୟାଦି ନେଇ ପାରିବେ । ଘରେ ଭାତ-ବିନା ପିଆଜ ରସୁଣରେ ଡାଲମା,ଭାତ ଆଦି ରାନ୍ଧି ଖାଇ ପାରିବେ ।

ଉପର ଓଳି—ମଧ୍ୟାହ୍ନ ଭୋଜନର କିଛି ସମୟ ପରେ ଅର୍ଥାତ ଉପର ଓଳି ବେଶୀ ଭୋକ ଲାଗୁଥିଲେ ଗ୍ରୀନ ଟି ନଚେତ ଫୃଟ ଜୁସ କିମ୍ବା ଲସି ପିଇ ପାରିବେ ।

ରାତ୍ରି ଭୋଜନ--ରାତିରେ  ଯେତେ ସମ୍ଭବ ଫଳ (କାକୁଡି, ସେଓ,କଦଳୀ,କମଳା) ଖାଇନେବା ଭଲ । ଯଦି ଅଧିକ ଭୋକଲାଗେ ତେବେ ଦହିରେ ମହୁ ବା ଚିନି ମିଶାଇ ଖାଇପାରିବେ । ଉପବାସ ବା ସ୍ଵଳ୍ପାହାର ସମୟରେ ତେଲ ବା ଘିଅରେ ଛଣାଛଣି ଖାଦ୍ୟଠାରୁ ଦୂରେଇ ରହିବା ଭଲ ।    

#DurgaPuja #Lifestyle #HealthyHabit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon