- ବେତାର ବ୍ୟୁରୋ
ଭିଡିଓ : ଦେଖନ୍ତୁ ଫେଶନ ଆୱାର୍ଡରେ ମଲାଇକା ଓ ଶାହିଦଙ୍କ ସୁପରହିଟ ଡ୍ରେସ

(ବେତାର ବ୍ୟୁରୋ) ନିକଟରେ ମୁମ୍ବାଇଠାରେ ଅନୁଷ୍ଠିତ ହେଇଥିବା ବିଶ୍ଵର ସର୍ବ ବୃହତ ଫେଶନ ମାଗାଜିନ ସଂସ୍ଥା ଭୋଗ୍ (Vogue) ବିୟୁଟି ଆୱାର୍ଡରେ ବଲିଉଡ କଳାକାରମାନଙ୍କ ଚମକପ୍ରଦ ମେକ ଅପ୍ ତଥା ସୁପର ସିଜଲ ଡ୍ରେସ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।
ବଲିଉଡର ଲୋକପ୍ରିୟ କଳାକାରମାନେ ଆକର୍ଷଣୀୟ ପୋଷାକ ତଥା ମେକ ଅପ୍ ରେ ରେଡ କାର୍ପେଟରେ ଯିବା ବେଳେ ଫୋଟୋଗ୍ରାଫରମାନଙ୍କୁ ଅନେକ ସମୟ ଦେଇ ପୋଜ ଦେଇଥିଲେ ।
ଆଲିଆ ଭଟ୍ଟ, ସାରା ଅଲି ଖାନ, କୃତୀ ଶାନୋନ, ରାଧିକା ଆପଟେଙ୍କ ଭଳି ଅଭିନେତ୍ରୀ ଅନେକ ଷ୍ଟନିଙ୍ଗ ଲୁକ୍ ରେ ସମାରୋହକୁ ଆସିଥିଲେ ମଧ୍ୟ ମଲାଇକା ଅରୋରା ଓ ଶାହିଦ କପୁରଙ୍କ ପୋଷାକ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ଥିଲା ।
ହ୍ୟାଣ୍ଡସମ ଶାହିଦ

ଚଳିତ ବର୍ଷ ଏହି ଫାଶନ ଆୱାର୍ଡର ବିଷୟବସ୍ତୁ /ଥିମ ଥିଲା ରେଟରୋ ଡିସ୍କୋ ଫେଶନ । ଅର୍ଥାତ ପୁରୁଣା ଡିସ୍କୋ କ୍ଲବ ଫେଶନଙ୍କୁ କିପରି ନୂଆ ଢଙ୍ଗରେ ପିନ୍ଧା ଯାଇପାରିବ । ଏହି ବିଷୟ ବସ୍ତୁକୁ ନେଇ ଶାହିଦଙ୍କ ପୋଷାକ ଓ ମେକଅପ୍ ଅଧିକ ଆକର୍ଷଣୀୟ ଥିଲା । ନିଟ୍ ଭାବେ ଟ୍ରିମ ହେଇଥିବା ଦାଢି, ରେଟରୋ ଡିସ୍କୋ ଥିମ୍ ର ବ୍ଲେଜର ଓ ଏକ ଆଙ୍କେଲ (ଗୋଇଠି) ଲମ୍ବା ପ୍ଯାଣ୍ଟ ସହିତ ଏକ ଆକର୍ଷଣୀୟ ଜୋତା ପିନ୍ଧି ସେ ଉତ୍ସବକୁ ଆସିଥିଲେ ।
ସେହିପରି ଊରୀ(URI) ଫିଲ୍ମର ନାୟକ ଭିକି କୌଶଳ ଏକ ଆଖିଦୃଶିଆ ସାଇଡ ପ୍ୟାଚ ବ୍ଲେଜର ସହିତ କଳା ରଙ୍ଗର ପ୍ଯାଣ୍ଟରେ ଉତ୍ସବକୁ ଆସିଥିଲେ ।
ହଟ୍ ମଲାଇକା
ମହିଳାମାନଙ୍କ ଭିତରେ ମଲାଇକା ଅରୋରାଙ୍କ ପୋଷାକ ସବୁଠାରୁ ରୋଚକ ଥିଲା । ଏକ ଧଳା ରଙ୍ଗର ଗାଉନ ପିନ୍ଧି ତାଙ୍କ ଭଉଣୀଙ୍କ ସହିତ ଏହି ସମାରୋହକୁ ଆସିଥିଲେ । ତାଙ୍କ ମେକଅପ ଅଧିକ ଉତ୍ତେଜକ ଥିଲା ବୋଲି ଫେଶନ ସମୀକ୍ଷକମାନେ ମତ ଦେଇଥିଲେ ।
ଏହି ଉତ୍ସବରେ 40-ବର୍ଷରୁ ଉର୍ଦ୍ଧ୍ଵ ଅରବାଜଙ୍କ ପୂର୍ବତନ ପତ୍ନୀଙ୍କୁ ଫିଟ ବିୟୁଟି ପୁରସ୍କାର ମିଳିଥିଲା ।
ଉତ୍ସବରେ ଆଲିଆ ଏକ ନୂଆ ଧରଣର ମେଟାଲିକ ଡ୍ରେସ ପିନ୍ଧି ଆସିଥିବା ବେଳେ କଳା ରଙ୍ଗର ପାର୍ଟି ଗାଉନ ପିନ୍ଧିଥିବା ରାଧିକା ଆପଟେଙ୍କ ସହିତ ହସଖୁସି କରୁଥିବା ଦେଖାଯାଇଥିଲା ।
ବୁଧବାର ମୁମ୍ବାଇର ବିଳାସମୟ JW ମାରିଅଟ ହୋଟେଲରେ ହେଇଥିବା ଏହି ଉତ୍ସବରେ ସାରା ଅଲୀ ଖାନଙ୍କ ଡ୍ରେସ ମଧ୍ୟ ଦେଖିବାର ଥିଲା । ଅନ୍ୟମାନଙ୍କ ରେଡ କାର୍ପେଟ ଡ୍ରେସ (Hindustan Times) ୟୁଟ୍ୟୁବ ଭିଡିଓ ଦେଖିବା ପାଇଁ ଭିଡିଓ ଲିଙ୍କରେ କ୍ଲିକ କରନ୍ତୁ ।