- ବେତାର ବ୍ୟୁରୋ
ମୋଟାପଣ ପାଇଁ କପଡା ବାଛିବାରେ ହେଉଛି ଅସୁବିଧା! ଜାଣି ରଖନ୍ତୁ ଏହି ଷ୍ଟାଇଲ ଟିପ୍ସ

(ବେତାର ବ୍ୟୁରୋ) ସାଧାରଣତଃ ମୋଟାପଣର ଶିକାର ହୋଇଥିବା ପିଲାମାନେ କପଡା ବାଛିବାରେ ଅସୁବିଧାରେ ପଡିଥାନ୍ତି। ଅନେକେ ସେମାନଙ୍କୁ ଠିକ୍ ଦେଖାଯିବା ପରି ଡ୍ରେସ ପିନ୍ଧିବା ବା ଉପଯୁକ୍ତ ଢଙ୍ଗରେ ପିନ୍ଧିବା ଜଣା ନ ଥାଏ। ଭୁଲ ଢଙ୍ଗରେ ପୋଷାକ ପିନ୍ଧିବା ଦ୍ୱାରା ସେମାନେ ଅଧିକ ମୋଟା ଦେଖାଯାଇଥାନ୍ତି ବା ଭଲ ଲୁକ୍ ଆସି ନ ଥାଏ। କିନ୍ତୁ ମୋଟାପିଲାମାନେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଢଙ୍ଗରେ କପଡା ପିନ୍ଧିଲେ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯାଇପାରିବେ। ଜାଣନ୍ତୁ କ’ଣ ସେହି ସବୁ ଟିପ୍ସ। ଅଧିକ ଢିଲା କିମ୍ବା ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ ସାଧାରଣତଃ ମୋଟା ଯୁବକମାନେ ଢିଲା ପୋଷାକ ପିନ୍ଧି ମୋଟାପଣ ଲୁଚାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ଏହା ଦ୍ୱାରା ମୋଟାପଣ ଲୁଚି ନ ଥାଏ ବରଂ ଜଣେ ଅଧିକ ମୋଟା ଦେଖାଯାଇଥାନ୍ତି। ସେହିପରି ଟାଇଟ କପଡା ପିନ୍ଧିବା ଦ୍ୱାରା ମଧ୍ୟ ଖରାପ ଲୁକ୍ ଆସିଥାଏ। ତେଣୁ ଅଧିକ ଟାଇଟ୍ କିମ୍ବା ଅଧିକ ଢିଲା ପୋଷାକ ନ ପିନ୍ଧି ସାମାନ୍ୟ ଢିଲା ଡ୍ରେସ ପିନ୍ଧନ୍ତୁ। ସ୍ଲିମ ଫିଟ୍ର ବଡ ସାଇଜ ସାର୍ଟ ଆପଣଙ୍କ ପାଇଁ ବେଶ ଫିଟ୍ ରହିବ। ଗାଢ ରଙ୍ଗର ଡ୍ରେସ ବାଛନ୍ତୁ ପୋଷାକ ପିନ୍ଧିଲାବେଳେ ବେଳେ ସର୍ବଦା ଗାଢ ରଙ୍ଗ (କଳା, ଗାଢ ନୀଳ, ଗାଢ ଧୂସରିଆ ଆଦି)କୁ ବାଛନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଏକ ଭଲ ଲୁକ୍ ମିଳିବା ସହ ମୋଟାପଣ ଅନେକ ମାତ୍ରାରେ ଲୁଚି ଯାଇଥାଏ। ଲାଇଟ ବା ହାଲ୍କା ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଆପଣ ଅଧିକ ମୋଟା ଦେଖାଯାଇପାରନ୍ତି। ଲେୟରିଂ କରୁଥିଲେ ଯଦି ଆପଣ ମୋଟା ଅଛନ୍ତି ଏବଂ ଲେୟରିଂ କରି ପୋଷାକ ପିନ୍ଧିବା ଆପଣଙ୍କ ପସନ୍ଦ ତେବେ ଏକ ଗଞ୍ଜି ବା ବାନିୟନ ଉପରେ ଏକ ପତଳା ଜ୍ୟାକେଟ ପିନ୍ଧନ୍ତୁ। ସାଧାରଣତଃ ପତଳା ଲୋକଙ୍କୁ ମୋଟା ଜ୍ୟାକେଟ ସୁନ୍ଦର ଦେଖାଯାଇଥାଏ। ତେଣୁ ଜ୍ୟାକେଟ ପିନ୍ଧୁଥିଲେ ଏହାର ମ୍ୟାଟେରିଆଲ ପତଳା ଥିବା ଆବଶ୍ୟକ। ପ୍ୟାଣ୍ଟକୁ ଉଚ୍ଚା କରି ପିନ୍ଧନ୍ତୁ ଯଦି ମୋଟାପଣ ଯୋଗୁ ଆପଣଙ୍କ ପେଟ ବାହାରି ଆସିଛି ତେବେ ପ୍ୟାଣ୍ଟକୁ ଉଚ୍ଚା କରି ବା ଅଧିକ ଉପରକୁ ପିନ୍ଧନ୍ତୁ। ଏହା ଦ୍ୱାରା କିଛି ମାତ୍ରାରେ ପେଟ କମ ଦେଖାଯାଇଥାଏ। ଅଦୌ ସ୍କିନ୍ ଫିଟ ପ୍ୟାଣ୍ଟ କିମ୍ବା ବହୁତ ଢିଲା ପ୍ୟାଣ୍ଟ ପିନ୍ଧନ୍ତୁ ନାହିଁ। ସର୍ବଦା ରେଗୁଲାର ଫିଟ୍ ପ୍ୟାଣ୍ଟ ବାଛନ୍ତୁ। ଏଥିସହ ବାହାରକୁ ଯାଉଥିବାବେଳେ ପେଟକୁ ଭିତରକୁ ଟାଣି ରଖିବାର ଅଭ୍ୟାସ ରଖନ୍ତୁ ଆରମ୍ଭରୁ ଏହା କଷ୍ଟ ଲାଗିଲେ ମଧ୍ୟ ଅଭ୍ୟାସ କରିବା ପରେ ଏହା ଧୀରେ ଧୀରେ ସହଜ ହୋଇଯାଇଥାଏ।