• ବେତାର ବ୍ୟୁରୋ

ରାଶିଫଳ ସେପ୍ଟେମ୍ବର 30-ଅକ୍ଟୋବର 6 : ନବରାତ୍ରି ସପ୍ତାହରେ ଏମିତି ରହିବ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହର ଆରମ୍ଭରୁ ବୁଧ ଗ୍ରହ କନ୍ୟା ରାଶି ଛାଡି ଶୁକ୍ର ଗ୍ରହର ରାଶି ତୁଳାରେ ପ୍ରବେଶ କରିଛନ୍ତି । ଏହି ସମୟରେ ଶୁକ୍ର ଗ୍ରହ, ବୁଧର ରାଶି କନ୍ୟାରେ ଥିବାରୁ ଏହା ରାଶି ପରିବର୍ତ୍ତନ ଯୋଗ ସୃଷ୍ଟି କରୁଛି । ବୁଧ ଓ ଶୁକ୍ର ପରସ୍ପର ମିତ୍ର ଗ୍ରହ ହୌଇଥିବାରୁ ଏହି ଯୋଗ ସମସ୍ତ ରାଶି ନିମନ୍ତେ ଅତ୍ୟନ୍ତ ଶୁଭ ଦାୟକ ।

ଏହିସମୟରେ ସୂର୍ଯ୍ୟ, ଶୁକ୍ର ଓ ମଙ୍ଗଳ ସମସ୍ତେ କନ୍ୟା ରାଶିରେ ଅବସ୍ଥାନ କରି ଧନୁ ତଥା ମୀନ ରାଶିକୁ ଦୃଷ୍ଟି ଦେବେ । ପୁନଶ୍ଚ ଏହି ସମୟରେ ଚନ୍ଦ୍ର କନ୍ୟା ରାଶିରୁ ଯାତ୍ରା ଆରମ୍ଭ କରି ଧନୁ ରାଶି ଯାଏଁ ପରିକ୍ରମା କରିବେ । ଏହି ସମସ୍ତ ଯୋଗର ପ୍ରଭାବ ବ୍ୟାପକ ଭାବେ ଅନେକ ରାଶି ଉପରେ ଅନୁଭୂତ ହେବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ- ଆର୍ଥିକ , ସାମାଜିକ ଦୃଷ୍ଟିରୁ ଶୁଭ । କାମ ସଫଳ ହେବ । ସପ୍ତାହ ମଝି – ସେତେଟା ଭଲ ସମୟ ନୁହେଁ, ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ସପ୍ତାହ ଶେଷ- ବ୍ୟୟ ବଢିବ , ତେବେ ନୂଆ ଆୟର ସ୍ରୋତ ବିଷୟରେ ଚିନ୍ତା କରିପାରନ୍ତି । ବୃଷ : ସପ୍ତାହ ଆରମ୍ଭ- କମ ଆଗକୁ ବଢିବ ଓ ସେଥିପାଇଁ ସନ୍ତୋଷ ଲାଭ କରିବେ । ସପ୍ତାହ ମଝି – ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଉତ୍ତମ ସମୟ । ସପ୍ତାହ ଶେଷ- ବ୍ୟୟ ବଢିପାରେ , ବିରୋଧୀ ହଇରାଣ କରିପାରନ୍ତି ।

ମିଥୁନ : ସପ୍ତାହ ଆରମ୍ଭ- ଗ୍ରହ ନକ୍ଷତ୍ର ଯୋଗ ସଂସାରୀ ବ୍ୟକ୍ତି, ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ ଦର୍ଶାଉଛି । ତେବେ ପ୍ରେମ ସମ୍ବନ୍ଧ ବିଗିଡି ପାରେ । ସପ୍ତାହ ମଝି – ସ୍ୱାସ୍ଥ୍ୟ , ବ୍ୟବସାୟ ପାଇଁ ଉତ୍ତମ ସମୟ । ସପ୍ତାହ ଶେଷ- ଆର୍ଥିକ ଲାଭ ସହିତ ସାମାଜିକ ସମ୍ମାନ ବଢିବ ।

କର୍କଟ : ସପ୍ତାହ ଆରମ୍ଭ- ଚାଲୁଥିବା କାମ ବନ୍ଦ ହୋଇଯିବା ଯୋଗୁଁ ମନ ଖରାପ କରିପାରନ୍ତି । ସପ୍ତାହ ମଝି – ସମୟ ସାଧାରଣ ରହିବ , ଏଣୁ ନିଜ ବ୍ୟବହାର ଓ କାର୍ଯ୍ୟର ସମୀକ୍ଷା କରନ୍ତୁ । ସପ୍ତାହ ଶେଷ- କାମ ସଫଳ ହେବ ଓ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ସିଂହ : ସପ୍ତାହ ଆରମ୍ଭ- କର୍ମ କ୍ଷେତ୍ରରେ ନୂଆ ଯୋଜନା ବିଷୟରେ ଚିନ୍ତା କରିବେ । ସପ୍ତାହ ମଝି – କଳହ ଯୋଗ ରହୁଥିବାରୁ ମନ ବିଗିଡି ପାରେ । ସପ୍ତାହ ଶେଷ- ଏହି ସମୟ ଅତି ସାଧାରଣ ରହିବ ।

କନ୍ୟା : ସପ୍ତାହ ଆରମ୍ଭ- ବ୍ୟସ୍ତତାରେ ବିତିବ , ତେବେ କାର୍ଯ୍ୟ ସଫଳ ହେବ । ସପ୍ତାହ ମଝି – ସ୍ୱାସ୍ଥ୍ୟ ଉତ୍ତମ ରହିବ ଓ ପାରିବାରିକ ସ୍ଥିତି ଭଲ ହେବ । ସପ୍ତାହ ଶେଷ- କୌଣସି କାରଣରୁ କଳହ ହେଇ ମନ ଖରାପ କରିପାରନ୍ତି ।

ତୁଳା : ସପ୍ତାହ ଆରମ୍ଭ- ସପ୍ତାହଟି ଅତି ଶୁଭ , ତେବେ କାହା କଥାରେ ନ ପଡି ନିଜ ବୁଦ୍ଧି ବିବେକ ଅନୁସାରେ କାମ କରନ୍ତୁ । ସପ୍ତାହ ମଝି - ବ୍ୟବସାୟ ବା କାର୍ଯ୍ୟ ସଂକ୍ରାନ୍ତରେ ଯାତ୍ରା କରିବାକୁ ପଡ଼ିପାରେ। ସପ୍ତାହ ଶେଷ- ଧନଲାଭ ହେବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ବିଛା : ସପ୍ତାହ ଆରମ୍ଭ- ସମୟ ସେତେଟା ଭଲ ନାହିଁ, ଏଣୁ ଯାତ୍ରା ବା ବଡ ନିର୍ଣ୍ଣୟ ଭାବିଚିନ୍ତି କରନ୍ତୁ । ସପ୍ତାହ ମଝି – ସମୟ ସୁଧୁରିବା ସହିତ ମନ ପ୍ରଫୁଲ୍ଲ ରହିବ। ସପ୍ତାହ ଶେଷ- କିଛି ନୂଆ କାମ କରିବାକୁ ଭାବିବେ ଓ ଆର୍ଥିକ ଲାଭ ହୋଇପାରେ ।

ଧନୁ : ସପ୍ତାହ ଆରମ୍ଭ- ପରିଶ୍ରମ ଅନୁସାରେ ସଫଳତା ପାଇବେ । ସପ୍ତାହ ମଝି – ଖର୍ଚ୍ଚ ବୃଦ୍ଧି ଯୋଗ ରହିଛି, ଦେଖିଚାହିଁ ବ୍ୟୟ କରନ୍ତୁ । ସପ୍ତାହ ଶେଷ- ପରିବାର ବା ବନ୍ଧୁଗଣଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି ।

ମକର : ସପ୍ତାହ ଆରମ୍ଭ- କାର୍ଯ୍ୟସିଦ୍ଧି ଯୋଗ ଥିବାରୁ କାର୍ଯ୍ୟରେ ଆଶା ଠାରୁ ଅଧିକ ସଫଳତା ମିଳିବ । ସପ୍ତାହ ମଝି – ଖୁସିବାସର ପରିବେଶ ରହିବ, ସ୍ୱାସ୍ଥ୍ୟ ଉତ୍ତମ ରହିବ । ସପ୍ତାହ ଶେଷ- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟରେ ସଫଳତା ହାସଲ ହେବ।

କୁମ୍ଭ : ସପ୍ତାହ ଆରମ୍ଭ- ଆର୍ଥିକ ଲାଭ ପ୍ରାପ୍ତି ହେବ। ସପ୍ତାହ ମଝି - ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ସପ୍ତାହ ଶେଷ- ମନ ଉଦାସ ରହିବ, ଯନ୍ତ୍ରପାତି ବା ଯାନବାହାନ ଯତ୍ନର ସହିତ ବ୍ୟବହାର କରନ୍ତୁ ।

ମୀନ : ସପ୍ତାହ ଆରମ୍ଭ- ଅଟକି ଥିବା କାମ ଆଗକୁ ବଢିପାରେ, କର୍ମକ୍ଷେତ୍ରରେ ସଫଳତା ମିଳିବ । ସପ୍ତାହ ମଝି – ସମୟ ସେତେଟା ଭଲ ନାହିଁ, ଦେଖିଚାହିଁ ବ୍ୟୟ କରନ୍ତୁ । ସପ୍ତାହ ଶେଷ- ସମୟ ଭଲ ରହିବ ଓ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon