• ବେତାର ବ୍ୟୁରୋ

ଶିଶୁ ମାନ୍ଦା ରହୁଥିଲେ ଦିଅନ୍ତୁ ଏହିସବୁ ସ୍ମାର୍ଟ ଖାଦ୍ୟ


(ବେତାର ବ୍ୟୁରୋ) ଅନେକ ସମୟରେ ଦେଖାଯାଏ ଶିଶୁ ଦୁଇ ତିନ ବର୍ଷ ହେବା ପରେ ମଧ୍ୟ ଫୁର୍ତ୍ତି ଦେଖାଏ ନାହିଁ ଓ ମାନ୍ଦା ହେଇ ରୁହେ । କିଛି ଜିନିଷ କରିବା ପୂର୍ବରୁ ସେମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖା ଯାଇ ନ ଥାଏ ।

ତେବେ ଏଥିପାଇଁ ଖାଦ୍ୟ ଦାୟୀ । ଶିଶୁ ମାନଙ୍କୁ କେବଳ ସେମାନଙ୍କ ମନ ପସନ୍ଦ ଖାଦ୍ଯ ଦେବା, ପ୍ଳେଟ ସଫା ହେବା ଯାଏଁ ଖୁଆଇବାକୁ ଦେବା ଓ ସଠିକ ପୋଷାକଖାଦ୍ୟ ବିଷୟରେ ନ ଜାଣିବା ଏହିସବୁ କାରଣର ଅନ୍ତର୍ଭୁକ୍ତ ।

ପୋଷକ ଖାଦ୍ୟ

ଶିଶୁମାନେ ସାଧାରଣତଃ ଏପରି ଖାଦ୍ୟ ଖାଇବା ପାଇଁ ଜିଦ ଧରିଥାନ୍ତି ଯାହା ସ୍ଵାଦିଷ୍ଟ ଅଥଚ ଶରୀର ପାଇଁ ଉପକାରୀ ନୁହେଁ । ତେବେ ଏପରି ସ୍ଥିତିର ମୁକାବିଲା କରିବାକୁ ହେଲେ ନିଜେ ଖାଦ୍ୟ ସାମଗ୍ରୀ ଆଣନ୍ତୁ ଓ ଶିଶୁକୁ ସାଙ୍ଗରେ ନିଅନ୍ତୁ ନାହିଁ ବା ଅଳ୍ପ ସମୟ ପାଇଁ ଅନ୍ୟ କାହା ଜିମାରେ ଛାଡିଯାଅନ୍ତୁ।

କାରଣ ଆପଣ ଘରକୁ ଯାହା ଆଣୁଛନ୍ତି ଶିଶୁ ତାହାହିଁ ଦେଖିଥାଏ ଓ ଭୋକ ଲାଗିଲେ ଖାଇଥାଏ ।ଏଣୁ ଘରକୁ ଏପରି ସନ୍ତୁଳିତ ଖାଦ୍ୟ ଆଣନ୍ତୁ ଯାହା ଶିଶୁର ବୃଦ୍ଧି ପାଇଁ ଉତ୍ତମ । ସେଗୁଡିକ ହେଲା ବିନା ମଇଦାର ବା ଅଟା ବିସ୍କୁଟ, ଫଳମୂଳ , ପନିପରିବା । ଶିଶୁ ଉତ୍ତମ ପ୍ରୋଟିନ ପାଇଁ ଅଣ୍ଡା, ଚିକେନ, ମାଛ ଓ ଡାଲି ଦେଇପାରିବେ ।

ଏହା ସହିତ ଶିଶୁକୁ ଯଥେଷ୍ଟ ପାଣି ପିବାକୁ ଉତ୍ସାହିତ କରନ୍ତୁ ।

ଏହା ଛଡା ପିଲାଙ୍କୁ ଚଞ୍ଚଳ ବା ଆକ୍ଟିଭ କରେଇବା ପାଇଁ ତାଙ୍କୁ ଏହି କେତୋଟି ଜିନିଷ ପ୍ରତିଦିନ ଖାଇବାକୁ ଦିଅନ୍ତୁ।

କଦଳୀ : କଦଳୀରେ ମ୍ୟାଗ୍ନେସିୟମ୍,ଭିଟାମିନ୍ ସି,ଭିଟାମିନ୍ ଏ,ଭିଟାମିନ୍ ବି୬,ପୋଟାସିୟମ୍,ବାଓଟିନ୍,ଫାଇବର ଭଳି ପୋଷକ ତତ୍ତ୍ବ ରହିଥାଏ। ଏହା କ୍ଷଣକରେ ଶକ୍ତି ଦେବା ସହ ପାଚନ କ୍ରିୟାକୁ ମଜବୁତ କରିଥାଏ।

ଅଣ୍ଡା : ଅଣ୍ଡା ଛୋଟ ପିଲାଙ୍କ ହନୁହାଡ଼ ଏବଂ ଆଖିକୁ ମଜବୁତ କରିଥାଏ। ଏଡା ସହିତ ଏହା ପିଲାଙ୍କ ଓଜନ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।

ଘିଅ : ଫ୍ୟାଟି ଏସିଡ ଯୋଗୁଁ ଏହା ଖୁବ୍ ଶୀଘ୍ର ଏବଂ ସହଜରେ ହଜମ ହୋଇଯାଇଥାଏ। ପିଲାଙ୍କ କାଶ ଏହା ଦ୍ବାରା ଠିକ୍ ହୋଇଯାଇଥାଏ। ତେବେ ଶିଶୁର ଓଜନ ଓ ଶରୀରକୁ ଚାହିଁ ଅବଶ୍ୟକୀୟ ମାତ୍ରାର ଦେବେ ।

ଦହି : ଦହିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ପିଲାଙ୍କୁ ରୋଗମୁକ୍ତ କରିଥାଏ। କେବଳ ଏତିକି ନୁହେଁ ପିଲାଙ୍କୁ ଦହି ଖୁଆଇବା ଦ୍ବାରା ପିଲାଙ୍କ କ୍ଷୁଧା ବଢ଼ିଥାଏ।

#parenting #kids #Lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon