• ବେତାର ବ୍ୟୁରୋ

ମାନ୍ଦାବସ୍ଥା ପ୍ରଭାବ: ବଜାରକୁ ଆସିଲା ୪ ଲକ୍ଷରୁ କମ୍‌ ଟଙ୍କାର କାର


(ବେତାର ବ୍ୟୁରୋ) ଦେଶରେ ମାନ୍ଦାବସ୍ଥା ଜାରି ରହିଥିବାବେଳେ ଅଟୋ ମୋବାଇଲ ସେକ୍ଟର ଏଥିଯୋଗୁ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଦେଶର ଅଗ୍ରଣୀ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜକି ସୋମବାର ଏହାର ନୂଆ ମଡେଲ S-Pres

soର ବଜାର ପ୍ରବେଶ କରାଇଛି।

ପୂଜା ପାର୍ବଣ ଉପଲକ୍ଷେ ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ ଅପେକ୍ଷାକୃତ କମ୍‌ ଟଙ୍କାରେ ଏହି ଭେଟି ଦିଆଯାଇଥିବା କୁହାଯାଇଛି। ଗ୍ରାହକଙ୍କୁ ମାରୁତିର ନୂଆ ମଡେଲ ବେଶ ପସନ୍ଦ ଆସିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।

ଜାଣନ୍ତୁ ଏହି ନୂଆ କାର୍‌ର ଦାମ୍‌, ଫିଚର।

4 ଲକ୍ଷରୁ କମ୍‌ ଟଙ୍କାରେ ଉପଲବ୍ଧ ମାରୁତି ସୁଜକିର S-Pressoର ଏକ୍ସ ଶୋରୁମ୍‌ ମୂଲ୍ୟ ଦିଲ୍ଲୀରେ 3 ଲକ୍ଷ 69 ହଜାର ଟଙ୍କା ରହିଛି। ତେବେ ଏହା ପ୍ରାରମ୍ଭିକ ମୁଲ୍ୟର କାର ଓ ଏଥିରେ ଫିଚର କାମ ରହିବ, ଯେପରିକି କେବଳ ଡ୍ରାଇଭର ସିଟ ପାଇଁ ଗୋଟିଏ ଏୟାର ବ୍ୟାଗ। 

ତେବେ ଏହାର ଷ୍ଟାଣ୍ଡାର୍ଡ ମଡେଲର ଦାମ୍‌ 4 ଲକ୍ଷ 91 ହଜାର ଟଙ୍କା ରହିଥିବା ଜଣାଯାଇଛି। ବଜାରରେ ଏହି କାର୍‌ର କେବଳ ପେଟ୍ରୋଲ ମଡେଲ ଉପଲବ୍ଧ ହୋଇଛି। SUV ର ଛୋଟ ମଡେଲର ଏହି କାର୍‌ ଲିଟର ପିଛା ୨୪ କିମି ମାଇଲେଜ ଦେଖାଇବ ବୋଲି ସୂଚନା ରହିଛି।

4 ଭ୍ୟାରିଆଣ୍ଟରେ ଉପଲବ୍ଧ S-Presso 4ଟି ଭ୍ୟାରିଆଣ୍ଟରେ ବଜାରରେ ଉପଲବ୍ଧ। ଏଥିରେ ଷ୍ଟାଣ୍ଡାର୍ଡ, LXI, VXI, VXI Plus ରହିଛି। ଏହି କାରକୁ ଗତବର୍ଷ ଅଟୋ ଏକ୍ସପୋରେ ମାରୁତି ଫ୍ୟୁଚର-ଏସ୍‌ ନାମରେ ପ୍ରଦର୍ଶିତ କରାଯାଇଥିଲା।

ଚାଳକ, ଯାତ୍ରୀଙ୍କ ପାଇଁ ସୁରକ୍ଷା ଫିଚର କାର୍‌ରେ ଆଗରେ 2 ଜଣ ଓ ପଛରେ 3  ଜଣ ବସିପାରିବାର ବ୍ୟବସ୍ଥା ରହିଛି। ଚାଳକ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ୧୦ରୁ ଅଧିକ ନିରାପତ୍ତା ଫିଚର୍ସ ରହିଛି। ଚାଳକ ଓ ପାଖ ସିଟ୍‌ରେ ବସିଥିବା ବ୍ୟକ୍ତିଙ୍କ ପାଇଁ 2ଟି ଏୟାର ବ୍ୟାଗର ସୁବିଧା ରହିଛି।

ମିନି SUV S-Presso ଛୋଟ କାର ହୋଇଥିଲେ ମଧ୍ୟ ଦୂରକୁ SUVର ମଡେଲ ପରି ଦେଖାଯାଉଛି। ପୂର୍ବରୁ ୨୦୧୪ରେ ମାରୁତି ସେଲେରିଓ ଏଣ୍ଟ୍ରି ଲେଭଲ ହ୍ୟାଚବ୍ୟାକର ଶୁଭାରମ୍ଭ କରିଥିଲା। ଏବେ S-Pressoରେ ମଧ୍ୟ ଏଣ୍ଟ୍ରି ଲେଭଲ ହ୍ୟାଚବ୍ୟାକ ଫିଚର ସଂଯୋଗ କରିଛି। ବଜାରରେ ମାନ୍ଦାବସ୍ଥା ଚାଲିଥିବାରୁ ଲୋକେ କମ୍‌ ଦାମରେ ଏହି କାର କିଣିବେ ବୋଲି କମ୍ପାନୀ ଆଶା ରଖିଛି।  

#news #newcar #SPresso

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon